ETV Bharat / state

କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା: ୨ ନାବାଳକଙ୍କ ସମେତ ୨୦ ଗିରଫ - POLICE RAID GAMBLING DEN

ନୟାଗଡ଼ ଜିଲ୍ଲା ସୀମା କାଜୁ ଜଙ୍ଗଲରେ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ । ୨୦ ଜଣଙ୍କୁ ଗିରଫ ସହ ୨,୧୧,୪୦୬ ଟଙ୍କା ଏବଂ ୨୧ ଗାଡି ଜବତ ।

Police raid on Gambling den in Nayagarh
Police raid on Gambling den in Nayagarh (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 8:44 AM IST

Updated : Jan 21, 2025, 10:36 AM IST

ନୟାଗଡ଼: ଜିଲ୍ଲା ପୋଲିସକୁ ବଡ ସଫଳତା । ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନୟାଗଡ଼ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢାଉ ବେଳେ ପୁଲିସ ୨ ନାବାଳକଙ୍କ ସହ ୨୦ ଜଣଙ୍କୁ ଗିରଫ କରିଛି ।

ଜୁଆ ଆଡ୍ଡାରେ ଚଢାଉ, ୨୦ ଗିରଫ:

Police raid on Gambling den in Nayagarh (ETV Bharat Odisha)

ଓଡ଼ଗାଁ ଥାନା ରୋହିବାଙ୍କ ନିକଟରେ ଥିବା କାଜୁ ଜଙ୍ଗଲରେ ରବିବାର ସନ୍ଧ୍ୟାରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇବା ପରେ ନୟାଗଡ଼ ଏସପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ଏହି ସମୟରେ ୨୦ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦର ଥାନା ହିଞ୍ଜଳଗାଡ଼ିଆ ଗାଁର ଭୀମସେନ ବରାଡ଼, ଓଡ଼ଗାଁ ଥାନା ମଶାବାରୀ ଗାଁର ସୁଶାନ୍ତ ସେଠୀ, ନିତ୍ଯାନନ୍ଦ ସାହିର ଶରତ ଚନ୍ଦ୍ର ସେନାପତି ଓ ପୂର୍ଣ୍ଣଚନ୍ଦ୍ର ପାତ୍ର, ବାଘୁଆ ଛକର ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ ୧୬ ଜଣ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ସହ ୨ ନାବାଳକଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Police raid on Gambling den in Nayagarh
Police raid on Gambling den in Nayagarh (ETV Bharat Odisha)

ଚଢାଉ ବେଳେ ପୋଲିସଙ୍କୁ ଗାଳିଗୁଳଜ:

ଜୁଆ ଆଡ୍ଡାରୁ ପୋଲିସ ୨ ଲକ୍ଷ ୧୧ ହଜାର ୪୦୬ ନଗଦ ଟଙ୍କା ଓ ୨୧ଟି ଗାଡ଼ି ଜବତ କରିଛି । ଜବତ ଗାଡ଼ି ମଧ୍ୟରେ ୩ଟି ସ୍କୁଟି, ୧୫ଟି ବାଇକ୍, ୨ଟି କାର ଓ ଗୋଟିଏ ଅଟୋ ରହିଛି । ୪୭ ପ୍ୟାକେଟ୍ ତାସ, ୨ଟି ଖାଲି ପ୍ୟାକେଟ୍, ୨୧ଟି ମୋବାଇଲ ଫୋନ୍, ଷ୍ଟାମ୍ପ, ଛୁରୀ ଆଦି ମଧ୍ୟ ଜବତ କରାଯାଇଛି ।

ଚଢାଉ ବେଳେ ଅଭିଯୁକ୍ତମାନେ ପୋଲିସଙ୍କୁ ଗାଳିଗୁଳଜ କରିଥିବା ନେଇ ଓଡ଼ଗାଁ ଥାନା ଏଏସଆଇ ବୈକୁଣ୍ଠ ନାଥ ସ୍ଵାଇଁଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି ।ଓଡ଼ଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ନୟାଗଡ଼ ଏସ୍‌ପି ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ...

ଜଙ୍ଗଲ ମଝିରେ ଚାଲିଥିଲା ଜୁଆ ଆଡ୍ଡା, ୬ ଜଣ ଗିରଫ

ବେଆଇନ କରତକଳରେ ଭିଜିଲାନ୍ସ ରେଡ୍, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

ଛତିଶଗଡ ସୀମାନ୍ତରେ ବଡ ଜୁଆ ଆଡ୍ଡାରେ ଚଢାଉ, 81 ଗିରଫ

ବିବାହ ମଣ୍ଡପରେ ଚାଲିଥିଲା ଜୁଆ; ମାଡି ବସିଲା ପୋଲିସ, 12 ଲକ୍ଷ ଟଙ୍କା ଜବତ - RAID ON GAMBLING DAN

ଏନେଇ ପ୍ରେସମିଟରେ ନୟାଗଡ଼ ଏସପି ଏସ୍. ସୁଶ୍ରୀ କହିଛନ୍ତି," ଜୁଆ ଆଡ୍ଡା ଚାଲିଥିବା ନେଇ ନୟାଗଡ ଥାନାକୁ ଖବର ଆସିବା ପରେ ଏକ ବଡ ଚଢାଉ କରାଯାଇଛି । ରବିବାର ସନ୍ଧ୍ୟା ୬ଟା ସମୟରେ ଗଞ୍ଜାମ ନୟାଗଡ ସୀମା ଓଡ଼ଗାଁ ଥାନା ଅନ୍ତର୍ଗତ ଏକ କାଜୁ ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇବା ପରେ ଏକ ଟିମ ଗଠନ କରାଯାଇ ଚଢାଉ ସେଠାରେ କରାଯାଇଥିଲା । ୨୦ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ ସେମାନେ ଏହାକୁ ବିରୋଧ କରିବା ସହ ଟିମକୁ ଗାଳିଗୁଳଜ କରିଥିଲେ । ସେନେଇ ମଧ୍ୟ ତାଙ୍କ ନାଁରେ ମାମଲା ଦାୟର କରାଯାଇଛି । ଗିରଫ ନାବାଳକମାନଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ।"

ଇଟିଭି ଭାରତ, ନୟାଗଡ

Last Updated : Jan 21, 2025, 10:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.