ETV Bharat / sports

ବିରାଟ କୋହଲିଙ୍କ ପାଇଁ ବଡ଼ ସୁଯୋଗ, ଇଂଲଣ୍ଡ ସିରିଜରେ ଭାଙ୍ଗିପାରନ୍ତି ଏସବୁ ରେକର୍ଡ - VIRAT KOHLI RECORD

ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜରେ ବିରାଟ କୋହଲିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବଡ଼ ଖେଳାଳିଙ୍କୁ ପଛରେ ପକାଇ କରିପାରନ୍ତି ନୂଆ ରେକର୍ଡ ।

Virat Kohli
Virat Kohli (IANS Photo)
author img

By ETV Bharat Odisha Team

Published : Jan 21, 2025, 4:03 PM IST

ହାଇଦ୍ରାବାଦ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଅପେକ୍ଷା କରିଛି ବିରଳ ରେକର୍ଡ । ଇଂଲଣ୍ଡ ବିପକ୍ଷ କ୍ରିକେଟ ସିରିଜରେ ଅନେକ ବଡ ବଡ ଖେଳାଳିଙ୍କୁ ପଛରେ ପକାଇ ବିରାଟ ହାସଲ କରିପାରନ୍ତି ଅନେକ ରେକର୍ଡ । ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ- ଇଣ୍ଡିଆ ଦିନିକିଆ ସିରିଜରେ ନୂଆ ରେକର୍ଡ କରିବା ପାଇଁ ସୁଯୋଗ ରହିଛି କୋହଲିଙ୍କ ନିକଟରେ । କିଛି ଦିନ ହେବ ବିରାଟଙ୍କ ପ୍ରଦର୍ଶନ ସେତେଟା ଭଲ ନଥିବା ବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କର ପ୍ରଦର୍ଶନ କିଭଳି ରହିବ ତାହା ଉପରେ ଫ୍ୟାନ୍ସଙ୍କ ନିଜର ରହିଛି ?

ସଚିନଙ୍କ ରେକର୍ଡ ଭାଙ୍ଗି ପାରିବେ କି କୋହଲି ?

ବର୍ତ୍ତମାନ ବିରାଟ କୋହଲି, ୫୦ ଓଭରିଆ ବା ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ଦିନିକିଆ କ୍ରିକେଟରେ ଦ୍ରୁତତମ ୧୪ ହଜାର ରନ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ ନମ୍ବର ଓ୍ବାନରେ ରହିବାକୁ କୋହଲିଙ୍କୁ ଆଉ ଆବଶ୍ୟକ ମାତ୍ର ୯୪ ରନ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୫୯ ମ୍ୟାଚ ଖେଳି ୧୪ ହଜାର ରନ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କାର ଓ୍ବିକେଟ କିପର-ବ୍ୟାଟର ତଥା ପୂର୍ବତନ କ୍ୟାପଟେନ କୁମାର ସାଙ୍ଗାକରା ୪୦୨ଟି ମ୍ୟାଚ ଖେଳି ୧୪ ହଜାର ରନ କ୍ଲବରେ ସାମିଲ ହୋଇଥିଲେ । କୋହଲି ବର୍ତ୍ତମାନ ସୁଦ୍ଧା ୨୯୫ଟି ମ୍ୟାଚ ଖେଳିଥିବା ବେଳେ ତୃତୀୟ ଖେଳାଳି ଭାବେ ଏଭଳି ବଡ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ଏହି ରେକର୍ଡ ହାସଲ କରିବାକୁ ତାଙ୍କୁ ବେଶ ସମୟ ଲାଗିବ ନାହିଁ ।

ଅନ୍ତର୍ଜାତୀୟ ଦିନିକିଆରେ ଦ୍ରୁତତମ ୧୪ ହଜାର ରନ ସଂଗ୍ରହକାରୀ ଖେଳାଳି
ଖେଳାଳି ମ୍ୟାଚ୍ ଇନିଂସ
ସଚିନ ତେନ୍ଦୁଲକର (ଭାରତ) ୩୫୯ ୩୫୦
କୁମାର ସାଙ୍ଗାକରା (ଶ୍ରୀଲଙ୍କା) ୪୦୨ ୩୭୮

୧୪ ହଜାର ରନ କ୍ଲବରେ ସାମିଲ ହେବାର ସୁଯୋଗ:

ସେହିଭଳି ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ କୋହଲିଙ୍କ ସ୍ଥାନ ତୃତୀୟରେ ରହିଛି । ୩୬ ବର୍ଷୀୟ ବିରାଟ କୋହଲିଙ୍କ ନାଁରେ ୫୦ଟି ଶତକ ରହିଛି ଯାହା ୫୦ ଓଭର ବିଶିଷ୍ଟ ମ୍ୟାଚରେ ସବୁଠୁ ଅଧିକ । ଆଉ ମଧ୍ୟ ତାଙ୍କ ନାଁରେ ୭୨ଟି ଅର୍ଦ୍ଧଶତକ ମଧ୍ୟ ରହିଛି । କୋହଲିଙ୍କ ପାଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୧୪ ହଜାର ରନ କ୍ଲବରେ ସାମିଲ ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ଼ କଥା କହିଲେ କ୍ୟାପଟେନ ରୋହିତ ଶର୍ମା - ICC CHAMPIONS TROPHY 2025

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମେଡେନ ଓଭର ବୋଲିଂ କରିଛନ୍ତି ଏହି ବୋଲର, ତାଲିକାରେ ଜଣେ ଭାରତୀୟ - BOWLERS WITH HIGHEST MAIDEN OVERS

ହସ୍ପିଟାଲରେ ଜନ୍ମଦିନ ପାଳିଲେ କ୍ରିକେଟର ବିନୋଦ କାମ୍ବଲି - VINOD KAMBLI BIRTHDAY IN HOSPITAL

ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହାକାରୀ ଖେଳାଳି
ଖେଳାଳି ମ୍ୟାଚ୍ଇନିଂସରନ୍ଶତକଅର୍ଦ୍ଧଶତକଆଭରେଜ୍
ସଚିନ ତେନ୍ଦୁଲକର (ଭାରତ)୪୬୩୪୫୨୧୮୪୨୬୪୯୯୬୪୪.୮୩
କୁମାର ସାଙ୍ଗାକାରା (ଶ୍ରୀଲଙ୍କା)୪୦୪୩୮୦୧୪୨୩୪୨୫୯୩୪୧.୯୮
ବିରାଟ କୋହଲି (ଭାରତ)୨୯୫୨୮୩୧୩୯୦୬୫୦୭୨୫୮.୧୮
ରିକି ପଏଣ୍ଟିଂ (ଅଷ୍ଟ୍ରେଲିଆ)୩୭୫୩୬୫୧୩୭୦୪୩୦୮୨୪୨.୦୩
ସନଥ ଜୟସୂରିୟା (ଶ୍ରୀଲଙ୍କା)୪୪୫୪୩୩୧୩୪୩୦୨୮୬୮୩୨.୩୬

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଖେଳାଳିଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ:

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଖେଳାଳିଙ୍କ ରେକର୍ଡ ଭାଙ୍ଗିପାରନ୍ତି ବିରାଟ କୋହଲି । ସେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ୩୬ଟି ମ୍ୟାଚ ଖେଳି ୧,୩୪୦ ରନ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ତେନ୍ଦୁଲକର ୩୭ ମ୍ୟାଚ ଖେଳି ୧,୪୫୫ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ, ଯୁବରାଜ ସିଂହ ୩୬ଟି ମ୍ୟାଚ ଖେଳି ୧,୫୨୩ ରନ୍ ସଂଗ୍ରହ କରି ଦ୍ୱିତୀୟ ଓ ମହେନ୍ଦ୍ର ସିଂହ ଧୋନି ୪୪ଟି ମ୍ୟାଚ ଖେଳି ୧,୫୪୬ ରନ ସଂଗ୍ରହ କରି ପ୍ରଥମରେ ରହିଛନ୍ତି । ଯଦି ବିରାଟ କୋହଲି ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୨ଟି ଶତକ ହାସଲ କରିବାରେ ସଫଳ ହୁଅନ୍ତି ତେବେ ସେ ଇଂଲଣ୍ଡ ବିପକ୍ଷରେ ସବୁଠୁ ଅଧିକ ରନ ସଂଗ୍ରହକାରୀ ଖେଳାଳି ହୋଇପାରିବେ ଆଉମଧ୍ୟ ସବୁଠୁ ଅଧିକ ଶତକ ହାସଲକାରୀ ଖେଳାଳି ମଧ୍ୟ ହୋଇପାରିବେ ।

ଚାମ୍ପିଅନ୍ସଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ: ରୋହିତ କ୍ୟାପଟେନ, ସାମି ବ୍ୟାକ୍ - CHAMPIONS TROPHY 2025

ଭାରତ-ଇଂଲଣ୍ଡ ମ୍ୟାଚ୍: ସଜେଇ ହେଉଛି ବାରବାଟୀ , ଖୁବଶୀଘ୍ର ଟିକେଟ ବିକ୍ରି - PREPARATION FOR ODI MATCH

ଇଂଲଣ୍ଡ ବିପକ୍ଷ ଦିନିକିଆରେ ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ ଖେଳାଳି
ଖେଳାଳିମ୍ୟାଚ୍ ଇନିଂସନମ୍ବର ରନ୍ସର୍ବାଧିକ ସ୍କୋରଆଭରେଜ୍ ଷ୍ଟ୍ରାଇକ ରେଟ୍ଶତକଅର୍ଦ୍ଧଶତକଶୂନଚଉକାଛକା
ମହେନ୍ଦ୍ର ସିଂହ ଧୋନି ୪୮୪୪୧୧୧୫୪୬୧୩୪୪୬.୮୪୮୭.୯୪୧୦୧୨୯୩୪
ଯୁବରାଜ ସିଂହ ୩୭୩୬୧୫୨୩୧୫୦୫୦.୭୬୧୦୧.୬୧୭୩୨୯
ସଚିନ ତେନ୍ଦୁଲକର୩୭୩୭୧୪୫୫୧୨୦୪୪.୦୯୮୯.୨୧୦୧୭୩୧୭
ବିରାଟ କୋହଲି୩୬୩୬୧୩୪୦୧୨୨୪୧.୮୭୮୮.୧୫୧୨୭୧୨
ସୁରେଶ ରୈନା୩୭୩୨୧୨୦୭୧୦୦୪୧.୬୨୯୨.୦୬୧୧୧୦୮୨୫

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.