ଓଡିଶା

odisha

ETV Bharat / sports

Watch Video: ସ୍କୁଲ ଡ୍ରେସରେ ବୋଲିଂ କରୁଛନ୍ତି 'ଲେଡି ବୁମ୍‌ରା' - Jasprit Bumrah bowling Action - JASPRIT BUMRAH BOWLING ACTION

School Girl Copy Bumrah Bowling Action : ସ୍କୁଲ ଡ୍ରେସ ପିନ୍ଧି ବୋଲିଂ କରୁଛନ୍ତି 'ଲେଡି ବୁମ୍‌ରା' । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ନେଟିଜେନ୍ସ । ଅଧିକ ପଢ଼ନ୍ତୁ

School Girl Copy Bumrah Bowling Action
School Girl Copy Bumrah Bowling Action (X)

By ETV Bharat Sports Team

Published : Aug 18, 2024, 7:18 PM IST

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ସ୍ପିଡଷ୍ଟାର ଯସପ୍ରୀତ ବୁମରା ନିଜର ଅସାଧାରଣ ବୋଲିଂ ଆକ୍ସନ ଯୋଗୁଁ କ୍ରିକେଟ୍ ଜଗତରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । 2016 ମସିହାରେ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବା ଦିନଠାରୁ ବୁମରା ତାଙ୍କ ପ୍ରତିଭା ତଥା ଅନନ୍ୟ ବୋଲିଂ ଆକ୍ସନ୍ ସହିତ କ୍ରିକେଟ୍ ଜଗତର ଦୃଷ୍ଟି ଆକର୍ଷଣ କରିଥିଲେ । ଆଜିକାଲି ଅନେକ ଯୁବ ବୋଲର ଘରୋଇ ହେଉ ବା ଅନ୍ତର୍ଜାତୀୟସ୍ତରରେ ବୁମ୍‌ରାଙ୍କ ଆକ୍ସନକୁ ଅନୁସରଣ କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହା ଖବରର ଶିରୋନାମା ସେତେବେଳେ ପାଲଟିଯାଇଛି, ଯେତେବେଳେ ଜଣେ ବାଳିକା ସ୍କୁଲ ୟୁନିଫର୍ମରେ ମଧ୍ୟ ବୁମ୍‌ରାଙ୍କ ଆକ୍ସନରେ ବୋଲିଂ କରୁଥିବା ଭିଡିଓ ଭାଇରାଲ ହୋଇଛି ।

'ଲେଡି ବୁମ୍‌ରା'ଙ୍କ ଭିଡିଓ ଭାଇରାଲ :-

30 ବର୍ଷିୟ ବୁମରାଙ୍କ ସାଂଘାତିକ ୟର୍କର୍ ଏବଂ ବିଭିନ୍ନ ଭ୍ୟାରିଏସନରେ ବୋଲିଂ କରିବାର କ୍ଷମତା ତାଙ୍କୁ ଦୁନିଆର ଶ୍ରେଷ୍ଠ ବୋଲର ଭାବେ ପରିଚୟ ଦେଇଛି । ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲିଂ ବିଭାଗର ମେରୁଦଣ୍ଡ କୁହାଯାଉଥିବା ବୁମରା ବର୍ତ୍ତମାନ ଅନେକ ଯୁବ ତାରକାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଅନେକ ସ୍ଥାନରେ ବୋଲର ବୁମରାଙ୍କ ବୋଲିଂ ଆକ୍ସନ୍ କପି କରିବାକୁ ଚେଷ୍ଟା କରନ୍ତି । ବର୍ତ୍ତମାନ ଜଣେ ବିଦ୍ୟାଳୟର ବାଳିକା ସ୍କୁଲ ଡ୍ରେସରେ ବୋଲିଂ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି, ସେ ଟିମ୍ ଇଣ୍ଡିଆର ସ୍ପିଡଷ୍ଟାର ଯସପ୍ରୀତ ବୁମରାଙ୍କ ବୋଲିଂ ଆକ୍ସନ୍ କପି କରି ବୋଲିଂ କରୁଥିବା ଦେଖିବାକୁ ମିଳୁଛି ।

ସୋସିଆଲ ମିଡିଆରେ ଏମିତି ପ୍ରତିକ୍ରିୟା ଦେଲେ ୟୁଜର୍ସ :-

ଯସପ୍ରୀତ ବୁମରାଙ୍କ ବୋଲିଂ ଆକ୍ସନକୁ ଅନୁକରଣ କରୁଥିବା ସ୍କୁଲ ଛାତ୍ରୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହା ନେଟିଜେନ୍ସଙ୍କୁ ଚକିତ କରିଦେଇଛି । ଜଣେ ୟୁଜର୍ସ ଲେଖିଛନ୍ତି, 'ବୋଧହୁଏ ପ୍ରଥମ ଥର ପାଇଁ ଜଣେ ଝିଅଙ୍କୁ ଅସାଧାରଣ ବୋଲିଂ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଛି ।'

ଏକ୍ସରେ ଘୂରି ବୁଲୁଥିବା ଏହି ଭିଡିଓରେ ଜଣେ ୟୁଜର୍ସ ଲେଖିଛନ୍ତି, 'ଝିଅଟିର ରନ୍ ଅପ୍ ଭଲ ଅଛ୍ ଏବଂ ଏକ ପ୍ରତିଭାଶାଳୀ ଦ୍ରୁତ ବୋଲର ଭାବରେ ତାଙ୍କୁ ବିକଶିତ କରାଯାଇପାରିବ ।' ଅନ୍ୟଜଣେ ଉପଭୋକ୍ତା ତାଙ୍କୁ ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ବୋଲି କହିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, 'କେବଳ ପୁଅ ନୁହଁନ୍ତି, ଝିଅମାନେ ମଧ୍ୟ ଯସପ୍ରୀତ ବୁମରାଙ୍କ ଆକ୍ସନକୁ ନକଲ କରିବା ଆରମ୍ଭ କରିଛନ୍ତି । ବିସିସିଆଇ ଏହି ଝିଅର ମାର୍ଗଦର୍ଶନ କରିବା ଉଚିତ୍ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ରେ ମୁହାଁମୁହିଁ ହେବେନି ଭାରତ-ପାକିସ୍ତାନ ! ଆଇସିସିର ଅଜବ ସେଡ୍ୟୁଲ - U19 Womens T20 World Cup 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details