ETV Bharat / entertainment

22ବର୍ଷରେ ଭୂମିକା; ଶିଶୁକଳାକାର ଭାବେ କରିଥିଲେ ଡେବ୍ୟୁ, ଏବେ ଓଲିଉଡର ଆଗଧାଡିର ଅଭିନେତ୍ରୀ - BHOOMIKA DASH BIRTHDAY

22ବର୍ଷରେ ପାଦ ଥାପିଲେ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ । ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ, ତାଙ୍କ ବିଷୟରେ କିଛି ରୋଚକ କଥା...

bhoomika dash birthday
bhoomika dash birthday (ETV Bharat Odisha)
author img

By ETV Bharat Entertainment Team

Published : Jan 22, 2025, 1:31 PM IST

ହାଇଦ୍ରାବାଦ: ଓଲିଉଡ ଅଭିନେତ୍ରୀ ଭୂମିକା ଦାଶଙ୍କୁ ବର୍ତ୍ତମାନ କୌଣସି ପରିଚୟର ଆବଶ୍ୟକ ନାହିଁ । ଶିଶୁ କଳାକାର ଭାବେ ଡେବ୍ୟୁ କରିଥିବା ଭୂମିକା ଆଜି ଓଲିଉଡ ଜଗତର ଜମେ ଆଗଧାଡିର ଅଭିନେତ୍ରୀ । ସେ ନିଜ ଅନ୍ଦାଜ, ଲୁକ, ସୁନ୍ଦରତା ଏବଂ ଅଭିନୟ ପାଇଁ ଦର୍ଶକ ଏବଂ ଫ୍ୟାନ୍ସଙ୍କ ମନରେ ରାଜ୍ କରିଆସିଛନ୍ତି । ଅଭିନେତ୍ରୀ ଅଭିନୟ ବ୍ୟତୀତ ସେ ଜଣେ ଡାକ୍ତରୀ ଛାତ୍ରୀ ମଧ୍ୟ । ସେ ଜଣେ ଦନ୍ତ ଚିକିତ୍ସକ ଭାବେ ଅଧ୍ୟୟନ ଜାରି ରଖିଛନ୍ତି । ବର୍ତ୍ତମାନ 22ବର୍ଷରେ ପାଦ ଥାପିଥିବା ବେଳେ ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ, ତାଙ୍କ ବିଷୟରେ ଏଭଳି କିଛି ରୋଚକ କଥା...

ଶିଶୁ କଳାକାର ଭାବେ ଡେବ୍ୟୁ

ଭୂମିକା ଦାଶ 2003 ମସିହା ଜାନୁଆରୀ 12 ତାରିଖରେ ଭୂବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଓଡ଼ିଶୀ ଡ୍ୟାନ୍ସର । ପିଲାଟି ଦିନରୁ ସେ ଏହି ନୃତ୍ୟୁ ଶିଖି ଆସୁଥିଲେ । ଏହା ପରେ ମାତ୍ର 10 ବର୍ଷ ବୟସରେ ତାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇ ସୁଯୋଗ ମିଳିଥିଲା । 2013ରେ ରିଲିଜ ହୋଇଥିବା ଫିଲ୍ମ 'ରୁମକୁ ଝୁମାନା' ରେ ଶିଶୁ କଳାକାର ଭାବେ ଅଭିନୟରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ଓଡ଼ିଆ ଜଣାଶୁଣା ଅଭିନେତା ହରିହର ମହାପାତ୍ରଙ୍କ ସ୍କ୍ରିନ ସେୟାର କରିଥିଲେ । ଏହା ପରେ ସେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପିଲ୍ମ 'ଗପ ହେଲେ ବି ସତ'ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ଉଭୟ ଫିଲ୍ମରେ ଦର୍ସକ ତାଙ୍କ ଭୂମିକାକୁ ବେଶ ପସନ୍ଦ କରିଥିଲେ । ଏଥିପାଇଁ ସେ ଶ୍ରେଷ୍ଠ ଶିଶୁ କାଳାକାର ଭାବେ ରାଜ୍ୟ ଫିଲ୍ମ ପୁରସ୍କାର ମଧ୍ୟ ହାତେଇଥିଲେ ।

14 ବର୍ଷରେ ମୁଖ୍ୟ ନାୟିକା ଅଫର୍

ଏହି ଦୁଇଟି ଫିଲ୍ମ କରିବା ପରେ ଅଭିନେତରୀ ଦଶମ ପରୀକ୍ଷା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିରତି ନେଇଥିଲେ । ଏହା ପରେ ପ୍ରାୟ 4 ବର୍ଷର ବ୍ୟବଧାନ ପରେ 2017 ମସିହାରେ ମୁଖ୍ୟ ନାୟିକା ଅଫର୍ ପାଇଥିଲେ । 14ବର୍ଷ ବୟସରେ 'ତୁ ମୋ ଲଭ୍ ଷ୍ଟୋରୀ' ଫିଲ୍ମରେ ମୁଖ୍ୟ ନାୟିକା ଭାବେ ନଜର ଆସିଥିଲେ । ଫିଲ୍ମର ସେ ଅଭିନେତା ସ୍ୱରାଜ ବାରିକଙ୍କ ସହ ସ୍କ୍ରିନ ସେୟାର କରିଥିବା ବେଳେ ଲୋକେ ଉଭୟଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରିବା ସହ ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହା ପରେ ସେ ଆଉ ପଛକୁ ଚାହିଁନଥିଲେ । ସେ ହିରୋ ନଂ ୱାନ୍, ଶ୍ରୀମାନ ସୁରଦାସ, ନାୟକର ନାଁ ଦେବଦାସ, ତୁ ମୋ ଲଭ ଷ୍ଟୋରୀ 2, ମନ ମୋର ନେଇଗଲୁ ରେ ଭଳି ଫିଲ୍ମରେ ନିଜ ଯାଦୁ ଦେଖାଇ ଦ4ଶକଙ୍କୁ ଦିୱାନା କରିଥିଲେ । ଭୂମିକାଙ୍କୁ ଶେଷ ଥର 2024ରେ ରିଲିଜ ହୋଇଥିବା ଫିଲ୍ମ 'ଟିକେ ଟିକେ ଅଚିହ୍ନା ତୁ'ରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ଦେଶୀ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଫିଦା କଲେ ଭୂମିକା

ଭୂମିକା ଦାଶ ଜଣେ ଡାକ୍ତରୀ ଛାତ୍ରୀ

କହିରଖୁଛୁ କି, ଭୂମିକା ଦାଶ ଅଭିନୟ ବ୍ୟତୀତ ପାଠପଢାରେ ମଧ୍ୟ ହୁସିଆର୍ । ସେ ଜଣେ ଦନ୍ତ ଚିକିତ୍ସକ । ଭୁବନେଶ୍ୱରର ୟୁନିଟ ୮ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷକତା କରିଥିବା ବେଳେ ବର୍ତ୍ତମାନ ସେ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସରେ ବିଡିଏସ୍(Bachelor of Dental Surgery) କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.