ହାଇଦ୍ରାବାଦ: ଆଖି ପିଛୁଳାକେ ଘରେ ପହଞ୍ଚିବ ଫୋନ । ଅର୍ଡର କରିବାର ମାତ୍ର 10 ମିନିଟ ପରେ ଆପଣଙ୍କ ଘରେ ସାଓମି ଓ ନୋକିଆ ବ୍ରାଣ୍ଡର ଫୋନ ପହଞ୍ଚିପାରିବ । କ୍ବିକ୍ ଡେଲିଭରି ସେବା ଯୋଗାଉଥିବା ପ୍ଲାଟଫର୍ମ ବ୍ଲିଙ୍କଇଟ୍ ଏହାର 10 ମିନିଟ୍ ସେବାକୁ ବିସ୍ତାର କରି ଏହି ସୁବିଧା ନିଜ ଗ୍ରାହକଙ୍କୁ ଯୋଗାଇଛି । ଏ ନେଇ ସିଇଓ ଅଲବିନ୍ଦର ଢିଢଁସା ନିଜ X ସାଇଟ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଜମାଟୋ ମାଲିକାନାରେ ଥିବା ବ୍ଲିଙ୍କଇଟ୍ ସାଓମି ଓ ନୋକିଆ ବ୍ରାଣ୍ଡ ସହିତ ପାର୍ଟନରସିପ୍ କରିଛି । ଏହି ପାର୍ଟନରସିପ୍ ମାଧ୍ୟମରେ କମ୍ପାନୀ ଦେଶର କିଛି ପ୍ରମୁଖ ସହର ଯେପରିକି ବେଙ୍ଗାଲୁରୁ, ଦିଲ୍ଲୀ ଏନସିଆର ଓ ମୁମ୍ବାଇରେ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଯୋଗାଉଛି । ଆଗାମୀ ଦିନରେ ଦେଶର ଅନ୍ୟ ସହରଗୁଡ଼ିକରେ ଏହି ସେବାକୁ ଉପଲବ୍ଧ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।
Now get smartphones and feature phones delivered in just 10 minutes!
— Albinder Dhindsa (@albinder) January 21, 2025
We’ve partnered with Xiaomi and Nokia to deliver their bestselling range in parts of Delhi NCR, Mumbai, and Bengaluru.
Redmi 13 5G, Redmi 14C, iPhone 16, and Nokia 105 are already available on the Blinkit app.… pic.twitter.com/MezOCBOmo6
ବ୍ଲିଙ୍କଇଟ୍ 10 ମିନିଟ୍ ଫୋନ୍ ଡେଲିଭରି
ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନ୍ ଓ X ସାଇଟ୍ରେ ପୋଷ୍ଟ କରି ପ୍ଲାଟଫର୍ମର ମୁଖ୍ୟ ଢିଢଁସା ଲେଖିଛନ୍ତି, "ଏବେ ମାତ୍ର 10 ମିନିଟରେ ସ୍ମାର୍ଟଫୋନ ଓ ଫିଚର ଫୋନ ନିଜ ଘରେ ପାଆନ୍ତୁ । ଆମେ Xiaomi ଓ Nokia ସହିତ ପାର୍ଟନରସିପ୍ କରିଛୁ । ସେମାନଙ୍କ ବେଷ୍ଟ ସେଲିଂ ରେଞ୍ଜ ସ୍ମାର୍ଟଫୋନକୁ ଦିଲ୍ଲୀ ଏନସିଆର, ମୁମ୍ବାଇ ଓ ବେଙ୍ଗାଲୁରୁରେ ଡେଲିଭରି କରିବାକୁ ଯାଉଛୁ ।" ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଭାବେ Redmi 13 5G, Redmi 14C, iPhone 16 ଓ Nokia 105 ଫୋନର ଡେଲିଭରି ହେଉଛି । ଆଗାମୀ ଦିନରେ ଅନେକ ଫୋନ ଓ ବ୍ରାଣ୍ଡକୁ ସାମିଲ କରାଯିବ।
କ୍ବିକ୍ ଡେଲିଭରି ପ୍ଲାଟଫର୍ମରେ ଇଲେକଟ୍ରୋନିକ୍ସ ବି ସାମିଲ
କହି ରଖୁଛୁ କି, ଗତ ଜାନୁଆରୀ 10 ତାରିଖରେ ଢିଢଁସା ଘୋଷଣା କରିଥିଲେ ଯେ କମ୍ପାନୀ କ୍ବିକ୍ ଡେଲିଭରି ସେବାରେ ଇଲେକ୍ଟ୍ରୋନିକ୍ସକୁ ବି ସାମିଲ କରିଛି । ମେଟ୍ରୋ ସିଟିଗୁଡ଼ିକରେ ମାତ୍ର 10 ମିନିଟରେ ଲାପଟପ୍, ମନିଟର୍ ଓ ପ୍ରିଣ୍ଟର ଡେଲିଭରି ହୋଇପାରିବ । ଏଥିଲାଗି କମ୍ପାନୀ ପ୍ରମୁଖ ବ୍ରାଣ୍ଡ ସହ ହାତ ମିଳାଇଛି ବୋଲି ବ୍ଲିଙ୍କଇଟ୍ ସିଇଓ ସୂଚନା ଦେଇଥିଲେ ।
ଢିଢଁସାଙ୍କ କହିବାନୁସାରେ, ସେମାନେ ପ୍ରାଥମିକ ଭାବେ HP କମ୍ପାନୀର ଲାପଟପ୍ ଡେଲିଭରି କରୁଥିବା ବେଳେ Lenovo, Zebronics ଓ MSIର ମନିଟର୍ ଏବଂ Canon ଓ HPର ପ୍ରିଣ୍ଟରକୁ ଦିଲ୍ଲୀ ଏନସିଆର, ପୁଣେ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଓ ଲକ୍ଷ୍ନୌରେ ଡେଲିଭରି ସେବା ପ୍ରଦାନ କରାଯାଉଛି ।