ଓଡିଶା

odisha

ETV Bharat / sports

ସ୍କଟଲାଣ୍ଡ ପାଇଁ 12ଟି ମ୍ୟାଚ ଖେଳିଛନ୍ତି ଏହି ଭାରତୀୟ ଖେଳାଳି, କିଏ ସିଏ ? - RAHUL DRAVID

କ୍ରିକେଟ କ୍ୟାରିୟରର 16 ବର୍ଷ ମଧ୍ୟରେ ସ୍କଟଲାଣ୍ଡ ପାଇଁ 12ଟି ମ୍ୟାଚ ଖେଳିଥିଲେ ରାହୁଲ ଦ୍ରାବିଡ । କାହିଁକି ସେ ବିଦେଶୀ ଦଳ ପାଇଁ ଖେଳିଲେ ।

RAHUL DRAVID
RAHUL DRAVID (Getty Images)

By ETV Bharat Odisha Team

Published : Dec 8, 2024, 9:05 AM IST

ହାଇଦ୍ରାବାଦ:ଭାରତୀୟ କ୍ରିକେଟ ଇତିହାସରେ ଏମିତି କିଛି ଖେଳାଳି ରହିଛନ୍ତି ଯେଉଁ ମାନେ କି ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦେଶର ପ୍ରତିନିଧିତ୍ବ କରିଛନ୍ତି । ଯେଉଁ କ୍ରିକେଟର ମାନେ ଦେଶ ପାଇଁ ଖେଳିବାର ଅଧିକ ସୁଯୋଗ ପାଆନ୍ତି ନାହିଁ ସେହିମାନେ ଅନ୍ୟ ଦେଶ ପାଇଁ ଖେଳିବାକୁ ପସନ୍ଦ କରନ୍ତି । ଏମିତି ଜଣେ ଖେଳାଳି ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ । ସେ ତାଙ୍କ ସମୟରେ ଜଣେ ସର୍ବୋତ୍ତମ କ୍ରିକେଟର ଜଣାଶୁଣା ଥିଲେ । ଭାରତ ପାଇଁ ଖେଳିବା ସହ ସ୍କଟଲାଣ୍ଡ ଜାତୀୟ କ୍ରିକେଟ ଦଳ ପାଇଁ ମଧ୍ୟ ଖେଳିଛନ୍ତି ରାହୁଲ ।

ବିଦେଶୀ ଦଳ ପାଇଁ ଖେଳିଛନ୍ତି ରାହୁଲ:

ଭାରତର ବହୁତ କମ ଖେଳାଳି ଅନ୍ୟ ଦେଶର ଜର୍ସି ପିନ୍ଧିଛନ୍ତି । 1996 ରୁ 2012 ପର୍ଯ୍ୟନ୍ତ ରାହୁଲ ଦ୍ରାବିଡ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେ 500 ରୁ ଅଧିକ ମ୍ୟାଚ୍ ଖେଳି 20,000 ରୁ ଅଧିକ ରନ୍ କରିଛନ୍ତି । ରାହୁଲ 16 ବର୍ଷର କ୍ରିକେଟ କ୍ୟାରିୟରରେ ସ୍କଟଲ୍ୟାଣ୍ଡ ପାଇଁ ଖେଳିବାର ସୁଯୋଗ ପାଇଥିଲେ । ସେ ସ୍କଟେଷ୍ଟ ଦଳ ସହ 12 ମ୍ୟାଚ ଖେଳିଥିଲେ । ଯେଉଁଥିରେ2003 ODI ବିଶ୍ୱକପ ଶେଷ ହେବା ପରେ ସେହି ବର୍ଷ ପାକିସ୍ତାନ ବିପକ୍ଷ ଏକ ଟୁର ଗେମ୍‌ ମଧ୍ୟ ସାମିଲ ରହିଛି ।

RAHUL DRAVID (Getty Images)

ଏହା ମଧ୍ୟ ପଢନ୍ତୁ-ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ: ଟସ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ଶୂନରେ ଆଉଟ ଜୟସ୍ବାଲ

ଏହା ମଧ୍ୟ ପଢନ୍ତୁ-ଧୋନିଙ୍କୁ ନେଇ ହରଭଜନଙ୍କ ବଡ଼ ଖୁଲାସା, ୧୦ ବର୍ଷ ହେଲା ନାହିଁ କଥାବାର୍ତ୍ତା

ରାହୁଲ ଦ୍ରାବିଡ ସ୍କଟଲାଣ୍ଡ ପାଇଁ କିପରି ଖେଳିଥିଲେ?

RAHUL DRAVID (Getty Images)

ଓ୍ବିସଡେନ୍‌ ରିପୋର୍ଟ ଅନୁଯାୟୀ, ସ୍କଟଲାଣ୍ଡରେ ରହୁଥିବା କିଛି ଭାରତୀୟ ସମୁହ ରାହୁଲ ଦ୍ରାବିଡଙ୍କ ଦ ଗ୍ରେଞ୍ଜରେ ରହିବା ସମୟରେ ଚାରିଟି ଡିନର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ, 45,000 ହଜାର ପାଉଣ୍ଡ ସଂଗ୍ରହ କରିଥିଲେ। ଏହା ସେହି ସମୟରେ ହୋଇଥିଲା ​​ଯେତେବେଳେ ଦ୍ରାବିଡ଼ ପୁରା ଫର୍ମରେ ଥିଲେ । ଭାରତ ପାଇଁ ଟେଷ୍ଟ ମ୍ୟାଚରେ ତାଙ୍କର ହାରାହାରି 60ରୁ ଉର୍ଦ୍ଧ୍ବରେ ଥିଲା । ସ୍କଟଲାଣ୍ଡ ଦଳ ସେହି ସମୟରେ ଏହାର ଅସ୍ତିତ୍ୱ ଖୋଜୁଥିଲେ । ଏଭଳି ପରିସ୍ଥିତିରେ ତାଙ୍କୁ ଏପରି ଜଣେ ଖେଳାଳୀ ଦରକାର ଥିଲେ ଯେଉଁମାନେ ତାଙ୍କ ଦଳକୁ ଆଗକୁ ନେଇପାରିବେ। ଏଥିପାଇଁ ସେ ଭାରତୀୟ ତାରକା ରାହୁଲ ଦ୍ରାବିଡ଼ଙ୍କ ସହ କଥା ହୋଇଥିଲେ । ତିନି ବର୍ଷ ପାଇଁ ଟ୍ରାଏଲ ଖେଳାଳି ଭାବରେ ଦଳକୁ ନ୍ୟାସନାଲ ଲିଗକୁ ଉନ୍ନୀତ କରିଥିଲେ।

ଆରମ୍ଭରୁ ସେ ଭଲ ପ୍ରଦର୍ଶନ କରିପାରିନଥିଲେ ଏବଂ ହାମ୍ପସାୟାର ବିପକ୍ଷ ନ୍ୟାସନାଲ କ୍ରିକେଟ୍ ଲିଗରେ ତାଙ୍କର ପ୍ରଥମ ମ୍ୟାଚ୍ ରେ 25 ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । ପରେ ପାକିସ୍ତାନ ବିପକ୍ଷ ଏକ ଟୁର୍ ଗେମରେ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ସେ ପୁଣି ଫର୍ମକୁ ଫେରି ସୋମସେଟ ବିପକ୍ଷରେ 97 ବଲରୁ 120 ରନ କରି ସାନ୍ଦାର ପାଳି ଖେଳିଥିଲେ । ତା’ପରେ ସେ ମିଡଲେକ୍ସ ବିପକ୍ଷରେ 6 ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ଏହା ପରେ ସେ ନଟିଂହାମଶାୟର୍ ବିପକ୍ଷରେ ଶତକ ହାସଲ କରିଥିଲେ, ଯେଉଁଥିରେ 14 ଚୌକା ଓ 4 ଛକା ସାମିଲ ଥିଲା । ଦ୍ରାବିଡଙ୍କ ପ୍ରଦର୍ଶନ ବେଶ ଭଲ ରହିଥିଲା । ସେ ଟୁର୍ନାମେଣ୍ଟର11 ମ୍ୟାଚ୍ ରେ ଦୁଇଥର ଅର୍ଦ୍ଧଶତକ କରିଥିଲେ । ହାରାହାରି 66.66ରେ ସେ 600 ରନ୍ ସଂଗ୍ରହ କରିଥିଲେ । ଏହାପରେ ଦଳ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ଦଳ । ଗୋଟିଏ ଦିନିଆ ଟୁର୍ନାମେଣ୍ଟରେ ଖେଳାଯାଇଥିବା 12 ଟି ମ୍ୟାଚ ମଧ୍ୟରୁ 11 ଟି ହାରି ଯାଇଥିଲା ।

ABOUT THE AUTHOR

...view details