ନୂଆଦିଲ୍ଲୀ : ବିତ୍ତୀୟ ପରିଚାଳନାରେ ଶୀର୍ଷରେ ଓଡ଼ିଶା । ବିତ୍ତୀୟ ସ୍ୱାସ୍ଥ୍ୟକୁ ନେଇ ଦେଶର ପ୍ରମୁଖ ୧୮ ରାଜ୍ୟ ମଧ୍ୟରେ ଓଡ଼ିଶା ବେଶ ଭଲରେ ରହିଛି । ଶୁକ୍ରବାର ଦିନ ନୀତି ଆୟୋଗର ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ପ୍ରଦାନ କରାଯାଇଛି ।
NITI ଆୟୋଗ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ ଉନ୍ମୋଚିତ:
NITI ଆୟୋଗ ଶୁକ୍ରବାର ଦିନ ଏହାର ପ୍ରଥମ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ (FHI)କୁ ଉନ୍ମୋଚନ କରିଛି । 18ଟି ପ୍ରମୁଖ ରାଜ୍ୟର ଆର୍ଥିକ ସ୍ଥିରତାକୁ ଆକଳନ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛି ଆୟୋଗ । ଏହି ରିପୋର୍ଟ ଅନୁଯାୟୀ, ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ବିତ୍ତୀୟ ସ୍ୱାସ୍ଥ୍ୟ ଏକ ନମ୍ବର । ସାମଗ୍ରିକ ୬୭.୮ ସ୍କୋର ସହ ଓଡ଼ିଶା ଶୀର୍ଷରେ ରହିଛି । ନୀତି ଆୟୋଗ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଭାକର ସାହୁ କହିଛନ୍ତି, "ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିମାପ, ବ୍ୟୟ ଗୁଣବତ୍ତା, ରାଜସ୍ୱ ସଂଗ୍ରହ ବୃଦ୍ଧି ହାର, ବଜେଟ ଅର୍ଥ ଖର୍ଚ୍ଚ, ସୁନିଶ୍ଟିତ ପୁଞ୍ଜି ଖର୍ଚ୍ଚ, ଋଣ ପଇଠ, ଋଣ ସ୍ଥିରତାକୁ ନେଇ ଯାଞ୍ଚ କରାଯାଇଥିଲା ।
ଖର୍ଚ୍ଚର ଗୁଣବତ୍ତା, ବଜେଟ ଅର୍ଥ ଖର୍ଚ୍ଚ ମାନ, ରାଜସ୍ୱ ଖର୍ଚ୍ଚ, ରାଜସ୍ୱ ସଂଗ୍ରହ ବୃଦ୍ଧି ହାର, ଘରୋଇ ଉତ୍ପାଦ, ଋଣ ହାରର ଓ ଆର୍ଥିକ ଅଭିବୃଦ୍ଧି ଭଳି ଦିଗଗୁଡିକ ଉପରେ ଏହି ରିପୋର୍ଟରେ ଫୋକସ କରାଯାଇଛି । ଦୃଢ ବିତ୍ତୀୟ ସ୍ଥିତି, ରାଜସ୍ୱ ଆଦାୟରେ ଦକ୍ଷତା, ସୁନିଶ୍ଟିତ ପୁଞ୍ଜି ଖର୍ଚ୍ଚ, ଋଣ ପଇଠକୁ ନେଇ ରାଜ୍ୟଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରାଯାଇଛି ।
ଶୀର୍ଷରେ ଓଡ଼ିଶା:
ଏହି ରିପୋର୍ଟ ଅନୁଯାୟୀ ଶୀର୍ଷରେ ଓଡ଼ିଶା ରହିଛି । ଓଡ଼ିଶା ସାମଗ୍ରିକ ସ୍କୋର ୬୭.୮ ରହିଥିବା ବେଳେ ଋଣ ସୂଚକାଙ୍କରେ ୯୯.୦ ଏବଂ ନିୟମିତ ଋଣ ପଇଠ ସହ ଉନ୍ନତ ଋଣ ସ୍ଥିତି କ୍ଷେତ୍ରରେ ୬୪.୦ ସହ ଶୀର୍ଷରେ ରହିଛି । ଖର୍ଚ୍ଚର ଗୁଣବତ୍ତା ଏବଂ ରାଜସ୍ୱ ତୁଳନାରେ ପୂର୍ବ ୨ଟି କ୍ଷେତ୍ରରେ ରାଜ୍ୟ ବେଶ ଉନ୍ନତ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଛତିଶଗଡ ।
ଏହାମଧ୍ୟ ପଢନ୍ତୁ... ରାଜ୍ୟରେ ଶିଳ୍ପାୟନ ପାଇଁ ବଡ଼ ସୁଯୋଗ, '୧୭ ପ୍ରକଳ୍ପରେ ୩୮୮୩ କୋଟି ନିବେଶ' |
ସବୁଠୁ ତଳେ ପଞ୍ଜାବ:
ଗୋଆ ତୃତୀୟ ସ୍ଥାନରେ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷକୁ ନେଇ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ୨୦୧୪-୨୦୧୫ ଓ ୨୦୨୧-୨୨ ଯାଏ କ୍ରମାଗତ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ଥିଲା । ଅନ୍ୟପଟେ ସବୁଠାରୁ ତଳେ ରହିଛି ପଞ୍ଜାବ ଓ ପଶ୍ଚିମବଙ୍ଗ ।
ସୁରଭି ଗୁପ୍ତାଙ୍କ ଆଲେଖ୍ୟ