ଓଡିଶା

odisha

ETV Bharat / sports

ଦୃଷ୍ଟିବାଧିତ ଭାରତୀୟ ବିଶ୍ୱକପ୍ କ୍ରିକେଟ ଟିମରେ ୩ ଓଡ଼ିଆ ପୁଅ - T20 BLIND WC

ପ୍ରଥମ ଥର ପାଇଁ ପାକିସ୍ତାନରେ ଆୟୋଜିତ ହେବ ଚତୁର୍ଥ T- ୨୦ ଦୃଷ୍ଟିବାଧିତଙ୍କ କ୍ରିକେଟ ବିଶ୍ବକପ୍ । ଭାଗ ନେବା ୩ ଓଡ଼ିଆ ପୁଅ । ସେଥି ମଧ୍ୟରୁ ଦୁଇ କୋରାପୁଟ ଜିଲ୍ଲାର ।

T20 Blind WC
T20 Blind WC (ETV Bharat Odisha)

By ETV Bharat Odisha Team

Published : Nov 13, 2024, 11:05 PM IST

କୋରାପୁଟ: ପାକିସ୍ତାନରେ ଦୃଷ୍ଟିବାଧିତଙ୍କ କ୍ରିକେଟ୍ ପ୍ରତିଯୋଗିତା । ଭାଗ ନେବା ପାଇଁ ଭାରତୀୟ ଦଳରେ ଓଡ଼ିଶାର ଜଣଙ୍କୁ ଚୟନ କରାଯାଇଛି । ପ୍ରଥମ ଥର ପାଇଁ ପାକିସ୍ତାନ ଦ୍ବାରା ଆୟୋଜିତ ଚତୁର୍ଥ T- ୨୦ ଦୃଷ୍ଟିବାଧିତଙ୍କ କ୍ରିକେଟ ବିଶ୍ବକପ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ଭାରତୀୟ ଦଳରେ ଓଡ଼ିଶାର ୩ ଜଣ ରହିଛନ୍ତି ।


ଓଡ଼ିଶାର କେଉଁ ଖେଳାଳି ସାମିଲ?

T20 Blind WC (ETV Bharat Odisha)
ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ କହିଛନ୍ତି,"ଦୃଷ୍ଟିବାଧିତଙ୍କ କ୍ରିକେଟ ବିଶ୍ବକପ ପାଇଁ ଭାରତୀୟ ଦଳରେ ଓଡ଼ିଶାର ୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ ରହିଛନ୍ତି ଦେବରାଜ ବେହେରା ଓ ସୁଖରାମ ମାଝୀ । ସେମାନେ କୋରାପୁଟ ସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟର ପୁରାତନ ଛାତ୍ର ହୋଇଥିବାବେଳେ ତୃତୀୟ ସଦସ୍ୟ ପଙ୍କଜ ଭୁଏ ପଶ୍ଚିମ ଓଡିଶା ବାସିନ୍ଦା ।"


୧୭ ଜଣିଆ ଦଳ ଚୟନ:
"ମୋଟ ୨୬ ଜଣ ଖେଳାଳିଙ୍କ ମଧ୍ୟରୁ ୧୭ ଜଣିଆ ଦଳ ଚୟନ କରାଯାଇଥିଲା । ଏହାପୂର୍ବରୁ କୋରାପୁଟରୁ ସୁଖରାମ ମାଝୀ ଓ ନକୁଳ ବଡନାୟକ ଭାରତୀୟ ଦଳ ପାଇଁ ଖେଳିଥିଲେ ବି ଏଥର ନକୁଳ ଟିମରେ ସାମିଲ ହୋଇପାରିନାହାନ୍ତି" ବୋଲି କହିଛନ୍ତି କୋରାପୁଟ ଦୃଷ୍ଟି ବାଧିତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ମହାପାତ୍ର ।

T20 Blind WC (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ବାରବାଟୀ ରଣଜୀ ଫାଇଟ୍: କର ବା ମର ସ୍ଥିତିରେ ଓଡ଼ିଶା

ଏହା ମଧ୍ୟ ପଢନ୍ତୁ ...ଏସିଆ ପାସିଫିକ ଡିଫ ଗେମରେ ଭାଗ ନେବେ ବାଲେଶ୍ବରର ସମ୍ବିତ, ଅର୍ଥ ସାଜିଛି ବାଧକ


'ବିଦ୍ୟାଳୟରେ ଖେଳପଡିଆ ଆବଶ୍ୟକ'

ଆଗାମୀ ଦିନରେ ପାକିସ୍ତାନରେ କିପରି ଭାରତର ବିଜୟ ବାନା ଉଡ଼ାଇବ ସେନେଇ ସମସ୍ତ ଭାରତବାସୀ ଓ କୋରାପୁଟ ଜିଲ୍ଲାବାସୀ ଆଶାବାଦୀ ଅଛନ୍ତି । ସୂଚନା ଥାଉକି, କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ସୁଖରାମ ମାଝୀ ୨୦୧୧ରେ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ସେହିପରି ଚଳିତ ବର୍ଷ ଦେବରାଜ ବେହେରାଙ୍କୁ ସୁଯୋଗ ମିଳିଛି । ଏହି ଖବର ମିଳିବା ପରେ କୋରାପୁଟ ଦୃଷ୍ଟି ବାଧିତ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ଭାରତୀୟ ଦଳରେ ସ୍ଥାନ ପାଇଥିବା ତିନି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ "ଦୃଷ୍ଟି ବାଧିତ ପିଲାଙ୍କ ବିଦ୍ୟାଳୟରେ ଖେଳପଡିଆ ଥିଲେ ଆହୁରି ଭଲଭାବେ ଖେଳ ଅଭ୍ୟାସ କରିପାରନ୍ତେ "ବୋଲି ମତ ରଖିଛନ୍ତି ଦୃଷ୍ଟି ବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ମହାପାତ୍ର ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details