କଲମ୍ବୋ (ଶ୍ରୀଲଙ୍କା):ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । କଲମ୍ବୋର ଆର.ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ ରୋମାଞ୍ଚକର ଭାବେ ଅମିମାଂସିତ ରହିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳକୁ ଦିନିକିଆ ସିରିଜ ଜିତିବାକୁ ହେଲେ ଶ୍ରୀଲଙ୍କା ବିପକ୍ଷରେ ଅବଶିଷ୍ଟ 2ଟି ମ୍ୟାଚ୍ ଜିତିବାକୁ ହେବ । ଆଜି ଦ୍ବିତୀୟ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ମୁଖ୍ୟ ପ୍ରଶିକ୍ଷକ ଭାବରେ ଏହା ଗୌତମ ଗମ୍ଭୀରଙ୍କର ପ୍ରଥମ ଦିନିକିଆ ସିରିଜ୍ ହୋଇଥିବାରୁ ଦଳ ଏହାକୁ ଜିତିବାକୁ ଚାହିଁବ । ତେବେ ଆପଣ ଏହି ସିରିଜ ଦେଖିବାକୁ ନେଇ ଚିନ୍ତିତ କି ? ହଟ୍ଷ୍ଟାର କି ଜିଓ ସିନେମା ନୁହେଁ, ଜାଣନ୍ତୁ କେମିତି ଦେଖିବେ ଏହି ସିରିଜର ସମସ୍ତ ଲାଇଭ୍ ମ୍ୟାଚ୍ ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ 2:30ରେ ଆରମ୍ଭ ହେବ । ଏହା ସହିତ ମ୍ୟାଚ୍ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଟସ୍ ଅପରାହ୍ନ 2ଟାରେ ପଡ଼ିବ । ତେବେ ଏହି ଦିନିକିଆ ସିରିଜ୍ର ମ୍ୟାଚ୍ ଗୁଡ଼ିକ ହଟଷ୍ଟାର କିମ୍ବା ଜିଓ ସିନେମାରେ ଉପଲବ୍ଧ ହେବନାହିଁ । ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ ଏହି ମ୍ୟାଚ୍କୁ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ । ଆସନ୍ତୁ ମ୍ୟାଚ୍ ସହିତ ଜଡିତ କିଛି ବିଶେଷ ସୂଚନା ଉପରେ ନଜର ପକାଇବା,
- ଭାରତ ବାନାମ ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ ମ୍ୟାଚ୍ କେତେବେଳେ ଖେଳାଯିବ ?
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମୁକାବିଲା ଆଜି (4 ଅଗଷ୍ଟ) ଦିନ 2:30 ସମୟରୁ ଖେଳାଯିବ । - ଭାରତ ବନାମ ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ କେଉଁଠାରେ ଖେଳାଯିବ ?
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ସିରିଜର ସମସ୍ତ ଦିନିକିଆ ମ୍ୟାଚ୍ କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । - ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ମ୍ୟାଚ୍ ଟିଭିରେ କେମିତି ଦେଖିବେ ?
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍ର ସମସ୍ତ ମ୍ୟାଚ୍ ଗୁଡ଼ିକ ଆପଣ ସୋନି ଟିଭି ନେଟୱାର୍କରେ ଦେଖିପାରିବେ । - ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଲାଇଭ ଷ୍ଟ୍ରିମିଂ କିପରି ଦେଖିବେ ?
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍ର ସମସ୍ତ ମ୍ୟାଚ୍ ଗୁଡ଼ିକର ଅନ୍ଲାଇନ ଲାଇଭ ଷ୍ଟ୍ରିମିଂ ହଟଷ୍ଟାର କିମ୍ବା ଜିଓ ସିନେମା ନୁହେଁ, ବରଂ ସୋନି ଲିଭରେ ପ୍ରସାରଣ କରାଯିବ ।