ଓଡିଶା

odisha

ETV Bharat / sports

2025ରେ ବ୍ୟସ୍ତ ରହିବ ଟିମ୍‌ ଇଣ୍ଡିଆ, ଗୋଟିଏ କ୍ଲିକରେ ପଢନ୍ତୁ ପୁରା କ୍ରୀଡାସୂଚୀ - TEAM INDIA SCHEDULE 2025

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରୁ ନୂଆ ବର୍ଷ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ଆସନ୍ତା ବର୍ଷ 2ଟି ଆଇସିସି ଟ୍ରଫି ହାତେଇବାର ରହିଛି ସୁଯୋଗ ।

Etv Bharat
Etv Bharat (IANS Photo)

By ETV Bharat Odisha Team

Published : Dec 31, 2024, 8:28 AM IST

ହାଇଦ୍ରାବାଦ:2024 ଭାରତୀୟ କ୍ରିକେଟ ଦଳ ପାଇଁ ମିଶ୍ରିତ ଫଳ ଥିଲା । ଗୋଟିଏ ପଟେ 11 ବର୍ଷ ପରେ ଆଇସିସି ଟ୍ରଫି ଜିତିଥିଲା। ଅନ୍ୟପଟେ 2012 ପରଠାରୁ ପ୍ରଥମ ଥର ପାଇଁ ଘରୋଇ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ଦ୍ୱା 2-0 ପରାଜୟ ହେବାକୁ ପଡିଲା । ବର୍ଷ ଶେଷରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ହାରିଲା । ଆସନ୍ତା ବର୍ଷ ଟିମ୍‌ ଇଣ୍ଡିଆ ବ୍ୟସ୍ତ ରହିବ । କାରଣ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ସହିତ ମୋଟ 2ଟି ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି ।

ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରୁ ନୂଆ ବର୍ଷ ଆରମ୍ଭ କରିବ। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ସିଡନୀରେ 3 ରୁ 7 ଜାନୁଆରୀ ମଧ୍ୟରେ ଖେଳାଯିବ । ଏହା ପରେ ଭାରତ ଇଂଲଣ୍ଡ ମଧ୍ୟରେ ଟି 20 ଓ ଦିନିକିଆ ମ୍ୟାଚ ଖେଳାଯିବ। ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବ, 12 ବର୍ଷ ପରେ, ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ଉଦ୍ଦେଶ୍ୟରେ ଦୁବାଇରେ ହାଇବ୍ରିଡ ମଡେଲରେ ମ୍ୟାଚ ଖେଳିବ ଭାରତ । ନଜର ପକାନ୍ତୁ 2025 ପାଇଁ ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଉପରେ ...

ଜାନୁଆରୀ 22ରୁ ଫେବୃଆରୀ 12 ମଧ୍ୟରେ ଭାରତର ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି 20 ଓ 3 ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳାଯିବ ।

ଭାରତ-ଇଂଲଣ୍ଡ ଟି20 ସିରିଜ

  • ପ୍ରଥମ T20: 22 ଜାନୁଆରୀ (ଚେପକ)
  • ଦ୍ବିତୀୟ T20: 25 ଜାନୁଆରୀ (କୋଲକାତା)
  • ତୃତୀୟ T20: 28 ଜାନୁୟାରୀ (ରାଜକୋର୍ଟ),
  • ଚତୁର୍ଥ T20: 31 ଜାନୁଆରୀ (ପୁନେ) ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍, ପୁଣେ |
  • 5 ଟି T20I: 2 ଫେବୃଆରୀ (ମୁମ୍ବାଇ)

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

  • ପ୍ରଥମ ଦିନିକିଆ-6 ଫେବୃଆରୀ (ନାଗପୁର)
  • ଦ୍ବିତୀୟ ଦିନିକିଆ- 9 ଫେବୃଆରୀ (କଟକ)
  • ତୃତୀୟ ଦିନିକିଆ-12 ନଭେମ୍ବର (ଅହମ୍ମଦାବାଦ)

19 ଫେବୃଆରୀ 9 ମାର୍ଚ୍ଚ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ

  • 20 ଫେବୃଆରୀ- ଭାରତ ବନାମ ବାଂଲାଦେଶ (ଦୁବାଇ)
  • 23 ଫେବୃଆରୀ- ଭାରତ ବନାମ ପାକିସ୍ତାନ (ଦୁବାଇ)
  • ମାର୍ଚ୍ଚ 2 - ଭାରତ ବନାମ ନ୍ୟୁଜିଲାଣ୍ଡ (ଦୁବାଇ)
  • 4 ମାର୍ଚ୍ଚ - ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ - ଦୁବାଇ (ଯଦି ଭାରତ ପହଞ୍ଚେ)
  • 9 ମାର୍ଚ୍ଚ - ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ - ଦୁବାଇ (ଯଦି ଭାରତ ଯୋଗ୍ୟ ବିବେଚିତ ହୁଏ)
  • ମାର୍ଚ୍ଚ 14ରୁ ମେ 25 ମଧ୍ୟରେ ଆଇପିଏଲ ଖେଳାଯିବ
  • 11ଜୁନରୁ 15 ପର୍ଯ୍ୟନ୍ତ ଡବ୍ଲୁଟିସି ଫାଇନାଲ (ଯଦି ଭାରତ ଫାଇନାଲରେ ପହଞ୍ଚେ)

ଜୁନ୍‌20ରୁ 4 ମଧ୍ୟରେ ଇଲଂଣ୍ଡ ଗସ୍ତରେ ରହିବ ଭାରତ। ଦୁଇ ଦଳ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।

  • ପ୍ରଥମ ଟେଷ୍ଟ-ଜୁନ 20ରୁ 24
  • ଦ୍ବିତୀୟ ଟେଷ୍ଟ-ଜୁଲାଇ 2ରୁ 6
  • ତୃତୀୟ ଟେଷ୍ଟ-ଜୁଲାଇ 10ରୁ 14
  • ଚତୁର୍ଥ ଟେଷ୍ଟ-ଜୁଲାଇ 23ରୁ 27
  • ପଞ୍ଚମ ଟେଷ୍ଟ-ଜୁଲାଇ 31ରୁ 4 ଅଗଷ୍ଟ

ABOUT THE AUTHOR

...view details