ଓଡିଶା

odisha

ETV Bharat / sports

T20 ବିଶ୍ୱକପ: ସୁପର ଓଭରରେ ଓମାନକୁ ହରାଇଲା ନାମିବ୍ୟା - T20 World Cup 2024 - T20 WORLD CUP 2024

T20 World Cup 2024: ଟି20 ବିଶ୍ବକପର ତୃତୀୟ ମ୍ୟାଚରେ ଓମାନ ଓ ନାମିବ୍ୟା ମଧ୍ୟରେ ସୁପର ଓଭର । 11ରନରେ ଜିତିଲା ନାମିବ୍ୟା । ଅଧିକ ପଢନ୍ତୁ

T20 World Cup
T20 World Cup (ICC)

By ETV Bharat Odisha Team

Published : Jun 3, 2024, 10:34 AM IST

ଓ୍ବାଶିଂଟନ:ଟି20 ବିଶ୍ବକପର ତୃତୀୟ ମ୍ୟାଚରେ ନାମିବ୍ୟାର ଦମଦାର ବିଜୟ । ସୁପର ଓଭରରେ ଓମାନକୁ 11 ରନରେ ହରାଇ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କଲା ନାମିବ୍ୟା । ଦୁଇ ଦଳର ରନ ସମାନ ହେବା ପରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମେ ନମିବ୍ୟା ବ୍ୟାଟିଂ କରି 21 ରନ କରିଥିଲା । 22 ରନର ବିଜୟ ଲକ୍ଷ୍ୟ ପିଛା କରି ଗୋଟିଏ ଓ୍ବିକେଟ ହରାଇ ଦଳ 10 ରନ କରିବାକୁ ସମର୍ଥ ହୋଇଥିଲା ।

ଭାରତୀୟ ସମୟ ସକାଳ 6ଟାରେ କେନ୍ସିଙ୍ଗଟନ୍ ଓଭାଲ୍ ବାରବାଡୋସରେ ନାମିବ୍ୟା ଓ ଓମାନ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡି ନିଷ୍ପତ୍ତି ନେଇଥିଲା ନାମିବ୍ୟା । ଏହାପରେ ବ୍ୟାଟିଂ ପାଇଁ ଓମାନଙ୍କୁ ଆମନ୍ତ୍ରଣ କରିଥିଲା । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ନାମିବ୍ୟାର ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଓମାନ ବ୍ୟାଟର । ରନ କରିବାରେ ବିପଳ ହୋଇଥିଲା ଦଳର ଟପ ଅର୍ଡର । କଶ୍ୟପ ଓ ଆକ୍ୟୁବ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ନଶିମ 6ରନ କରି ପାଭିଲିୟନକୁ ଫେରିଥିଲେ । ମାତ୍ର 10 ରନରେ ଦଳ 3ଟି ଓ୍ବିକେଟ ହରାଇଥିଲା । ଦଳୀୟ ସ୍କୋର 96 ହୋଇଥିବା ବେଳେ ଅଷ୍ଟମ ଓ୍ବିକେଟ ପଡିଥିଲା । ଜିସାନ 22, ଖଲିଡ 34, ଆୟନ ଖାନ 15, ମହମ୍ମଦ ନଦୀମ6, ସଖିଲ 11ରନ କରିଥିଲେ । ଓଭର ସରିବା ପୂର୍ବରୁ 2ଟି ବଲ ବାକିଥାଇ ମାତ୍ର 109ରନରେ ଦଳ ଅଲ ଆଉଟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ୱକପ: ଉଦଘାଟନୀ ମୁକାବିଲାରେ ଆମେରିକା ବିଜୟୀ, 7 ଓ୍ବିକେଟରେ ହାରିଲା କାନାଡା - T20 World Cup

ଏହାପରେ 110ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନାମିବ୍ୟା । ନିକୋନ ଡେଭିନ 24, ଜାନ ଫ୍ରାଲିଙ୍କ୍ସ 45 ଓ ଗେରହାଡ 13 ରନ କରିଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 109 ରନ କରିବାକୁ ସକ୍ଷମ ହୋଇଥିଲା । ବିଜୟୀ ପାଇଁ ଦଳ 1 ରନ ପଛରେ ରହିଯାଇଥିଲା । ଏହାପରେ ଦୁଇ ଦଳ ମଧ୍ୟରେ ସୁପର ଓଭର ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ନାମିବ୍ୟା ବ୍ୟାଟିଂରି 21 ରନ କରିଥିଲା । ଡେଭିଡ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି 13 ରନ କରିଥିବା ବେଳେ ଗେରହାଡ 2ଟି ଚୌକା ମାରି 8 ରନ କରିଥିଲେ । 22ରନର ବିଜୟ ଲକ୍ଷ୍ୟ ପିଛା କରି ଓମାନ ଗୋଟିଏ ଓ୍ବିକେଟ ହରାଇ ମାତ୍ର 10 ରନ କରିଥିଲା । ନାଶିମ 3ଟି ବଲ ବ୍ୟାଟିଂ କରି 2 ରନ କରି ଆଉଟ ହୋଇଥିଲେ । ଜିସାନ 1ରନ ଓ ଆକ୍ୟୁବ 2ଟି ବଲରେ ଗୋଟିଏ ଛକା ମାରି 7ରନ କରିଥିଲେ ।

ABOUT THE AUTHOR

...view details