ନୂଆଦିଲ୍ଲୀ:ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆସନ୍ତା ଜୁନରୁ ଆରମ୍ଭ ହେବାକୁ ଯାଉଛି ଟି-20 ବିଶ୍ବକପ । ଏନେଇ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ । ମେ' 1 ତାରିଖ ଦଳ ଘୋଷଣାର ଶେଷ ତାରିଖ ରହିଥିବା ବେଳେ ଚଳିତ ସପ୍ତାହରେ ସ୍କ୍ବାର୍ଡ ଘୋଷଣା ହେବା ନେଇ ସମ୍ଭାବନା ରହିଛି । ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ଭଲ ପ୍ରଦର୍ଶନ ପାଇଁ ବଛା ବଛା ଖେଳାଳିଙ୍କୁ ଚୟନ କରିବେ ଚୟନ କର୍ତ୍ତା । ଏଥିପାଇଁ ଆଇପିଏଲରେ ଖେଳାଳିଙ୍କ ଉପରେ ଚୟନକର୍ତ୍ତା ଟିମର ନଜର ରହିଛି । ଚୟନକର୍ତ୍ତାଙ୍କ ପାଇଁ ଖେଳାଳି ଚୟନ କରିବା ଏକ ବଡ଼ ଆହ୍ବାନ ହେବ ,କାରଣ ଏକାଧିକ ଖେଳାଳି ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହାରି ମଧ୍ୟରେ ଟି 20 ବିଶ୍ବକପ ପାଇଁ ଏକ 15 ଜଣିଆ ସାମ୍ଭାବ୍ୟ ଦଳ ପ୍ରକାଶ ପାଇଛି । 11 ଜଣିଆ ଦଳରେ ଓପନିଂ କରିବେ ରୋହିତ ଶର୍ମା ଓ ଜୟସ୍ବାଲ । ମିଡିଲ ଅର୍ଡରରେ ରହିବେ ରିଙ୍କୁ ସିଂ ।
ରୋହିତ ଶର୍ମା:ଟି 20 ବିଶ୍ବକପରେ ଭାରତୀୟ ଦଳର ନେତୃତ୍ବ ନେବେ ରୋହିତ ଶର୍ମା । ବିଶ୍ବକପ ଟ୍ରଫି ହାତେଇ ପାରିନଥିଲେ ମଧ୍ୟ ଟି 20 ବିଶ୍ବକପରେ ଦଳ କେମିତି ଭଲ ପ୍ରଦର୍ଶନ କରି ଟ୍ରଫି ହାତେଇବ ତାଉପରେ ସେ ଅଧିକ ଦୃଷ୍ଟି ଦେବେ । ଆମେରିକାରେ ନିର୍ମିତ ନୂଆ ଷ୍ଟାଡିୟମରେ ରୋହିତଙ୍କ ଠାରୁ ଉତ୍କୃଷ୍ଟ ଅଧିନାୟକତ୍ୱ ଆଶା କରାଯାଉଛି । ବିଶ୍ବକପରେ ତାଙ୍କର ନେତୃତ୍ବ ବେଶ ପ୍ରଶଂସନୀୟ ରହିଥିଲା । ବର୍ତ୍ତମାନ ସେ ଅଧିନାୟକ ଭାବରେ ନୁହେଁ ବରଂ ଜଣେ ଖେଳାଳି ଭାବରେ ଆଇପିଏଲରେ ଖେଳୁଛନ୍ତି।
ଯଶସ୍ୱୀ ଜୟସ୍ବାଲ:ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଜୟସ୍ବାଲଙ୍କ ପ୍ରଦର୍ଶନ ଭଲ ରହିଥିଲା । ମାତ୍ର 22 ବର୍ଷ ବୟସରେ ଭାରତୀୟ ଦଳରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଏପର୍ଯ୍ୟନ୍ତ ଖେଳାଯାଇଥିବା 9 ଟି ଟେଷ୍ଟ ମ୍ୟାଚରେ ସେ 70 ଷ୍ଟ୍ରାଇକ ହାରରେ ରନ୍ ସ୍କୋର କରିଛନ୍ତି। ଏଥି ସହିତ, ଟି -20 ରେ ସେ 161.9 ର ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଥିଲେ । ଆଇପିଏଲରେ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନଥିଲେ ମଧ୍ୟ ଗୋଟିଏ ମ୍ୟାଚରେ ଶତକ ହାସଲ କରିଥିଲେ । ତାଙ୍କର ଉପରେ ଚୟନକର୍ତ୍ତା ଟିମର ନଜର ରହିଛି। ସେ ଟି 20 ବିଶ୍ବକପ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏହା ମଧ୍ୟ ପଢନ୍ତୁ-ଫେଲ ମାରିଲେ SRH ଟପ୍ ଅର୍ଡର, ହାଇଦ୍ରାବାଦଠୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ - IPL 2024
ବିରାଟ କୋହଲି: ଟି 20 ବିଶ୍ବକପରେ ବିରାଟ କୋହଲି 3 ନମ୍ବରରେ ବ୍ୟାଟିଂ କରିପାରନ୍ତି । ଏହା ହୁଏତ କୋହଲିଙ୍କ ଶେଷ ଟି -20 ବିଶ୍ୱକପ ହୋଇପାରେ । ଚଳିତ ଆଇପିଏଲ ସିଜିନରେ ତାଙ୍କର ପ୍ରଦର୍ଶନ ବେଶ ଦମଦାର ରହିଛି । 3ଟି ଅର୍ଦ୍ଧଶତକ ସହ ଗୋଟିଏ ଶତକ ହାସଲ କରିଛନ୍ତି ।