ଓଡିଶା

odisha

ETV Bharat / sports

T20 ବିଶ୍ୱକପରେ ବଡ ବିପର୍ଯ୍ୟୟ; ପାକିସ୍ତାନକୁ ସୁପର ଓଭରରେ ହରାଇଲା USA, ପଏଣ୍ଟ ଟେବୁଲ ଟପର - T20 World Cup - T20 WORLD CUP

T20 World Cup: ସୁପର ଓଭରରେ ପାକିସ୍ତାନକୁ ହରାଇଲା ଆମେରିକା । ଗ୍ରୁପ ଏ ପଏଣ୍ଟ ତାଲିକାର ଶିର୍ଷରେ ୟୁଏସଏ । ଅଧିକ ପଢନ୍ତୁ

T20 World Cup
T20 World Cup (ETV BHARAT ODISHA)

By ETV Bharat Odisha Team

Published : Jun 7, 2024, 7:33 AM IST

ଓ୍ବାଶିଂଟନ: ଟି 20 ବିଶ୍ବକପର 11ତମ ମୁକାବିଲାରେ ଆମେରିକାର ଦମଦାର ବିଜୟ । ସୁପର ଓଭରରେ ପାକିସ୍ତାନକୁ ଧୂଳି ଚଟାଇଲା ୟୁଏସ । ଅଭିଜ୍ଞ ପାକିସ୍ତାନକୁ 5 ରନରେ ପରାସ୍ତ କରିଛି ଅନଭିଜ୍ଞ ଆମେରିକା ଟିମ । ବିଜୟ ଧାରା ଜାରି ରଖି ଗ୍ରୁପ ଏ ପଏଣ୍ଟ ତାଲିକାର ଶିର୍ଷରେ ରହିଛି ଆମେରିକା । ସେପଟେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ଖେଳି ପରଜାୟରୁ ଅଭିଯାନ ଆରମ୍ଭ କରିଛି ପାକ । ଦୁଇ ଦଳ ମଧ୍ୟରେ ରନ ସାମନ ହେବାରୁ ସୁପର ଓଭର ମ୍ୟାଚ ଖେଳାଯାଇଥିଲା । ଅର୍ଦ୍ଧଶତକୀୟ ପାଳି ଖେଳି ମୋନାଙ୍କ ପଟେଲ ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଥିଲେ ।

ଗତ ରାତିରେ ଆମେରିକାର ଗ୍ରାଣ୍ଡ୍ ପ୍ରାଏରୀ ଷ୍ଟାଡିୟମରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୟୁଏସଏ । ବ୍ୟାଟିଂ ପାଇଁ ବାବର ଆଜମଙ୍କ ବାହିନୀକୁ ଆମନ୍ତ୍ରଣ କରିଥିଲା । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ବାବର ପାଳି ସମ୍ଭାଳିଥିଲେ । ସେ 44 ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହଦେବ ଖାନ 40 ଓ ଶାହିନ ଆଫ୍ରିଦ 23 ରନ କରିଥିଲେ । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 159 ରନ କରିବାକୁ ସକ୍ଷମ ହୋଇଥିଲା । ଆମେରିକାର କେଜିଙ୍ଗେ 3 ଓ ସୌରଭ ନେତ୍ରଭାଲକର 2ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଭିଯୋଗ କଲା ପାକିସ୍ତାନ, ହୋଟେଲ ବଦଳାଇଲା Icc - Icc Changes Pakistani Team Hotel

160 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆମେରିକା । ପାକିସ୍ତାନର ଘାତକ ପେସ ବାହିନୀ ଆଗରେ ବିଜୟ ରନ ହାସଲ କରିବା କାଠିକର ପାଟ ପରି ମନେ ହେଉଥିଲା । କିନ୍ତୁ ଆମେରିକାର ଧୂଆଁଧାର ବ୍ୟାଟିଂ ଆଗରେ ବୋଲରଙ୍କ କୌଶଳ ଫିକା ପଡିଥିଲା । ଦଳର ଅଧିନାୟକ ମୋନାଙ୍କ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆଣ୍ଡ୍ରିସ 35, ଆରୋନ ଅରାଜତି 36 ଓ ନିତିଶ ଅପରାଜିତ 14 ରନ କରି 20 ଓଭରରେ 3 ଓ୍ବିକେଟ ହରାଇ 159 ରନ କରିଥିଲେ । ମାତ୍ର 1 ରନରେ ଦଳ ବିଜୟର ଗୋଟିଏ ପାଦ ପଛରେ ରହିଥିଲା । ଏହାପରେ ସୁପର ଓଭର ମ୍ୟାଚ ଖେଳାଯାଇଥିଲା । ଆମେରିକା ପ୍ରଥମେ ବ୍ୟାଟିଂ କରି ଗୋଟିଏ ଓ୍ବିକେଟ ହରାଇ 18 ରନ କରିଥିଲା । ଜବାବରେ ପାକିସ୍ତାନ 19 ରନର ବିଜୟ ଲକ୍ଷ୍ୟ ପିଛା କରି 1 ଓ୍ବିକେଟ ହରାଇ ମାତ୍ର 13 ରନ କରି ପରାଜୟର ଶିକାର ହୋଇଥିଲା ।

ABOUT THE AUTHOR

...view details