ହାଇଦ୍ରାବାଦ: ଶେଷ ହେଲା 18ଟା ବିଶ୍ବକପ ଏବଂ 32 ବର୍ଷର ଅପେକ୍ଷା । ଶେଷରେ କ୍ରିକେଟ ବିଶ୍ବକପର କୌଣସି ଫର୍ମାଟରେ ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା । 2024 ଟି-20 ବିଶ୍ବକପର ଫାଇନାଲରେ ରାଇଜିଂ ଟିମ୍ ଆଫଗାନିସ୍ତାନକୁ ଶୋଚନୀୟ ଭାବେ ପରାଜିତ କରି ଫାଇନାଲରେ ଏଣ୍ଟ୍ରିମାରିଛି ଏଡନ୍ ମାର୍କମଙ୍କ ଟିମ୍ । ଏପଟେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି ରାବାଡା ।
ଦକ୍ଷିଣ ଆଫ୍ରିକା ପେସ୍ ବ୍ୟାଟିରୀର ପ୍ରମୁଖ ବୋଲର କାଗିସୋ ରାବାଡା ସେମି ଫାଇନାଲରେ ଆଫଗାନିସ୍ତାନକୁ ହରାଇବା ପରେ ବଡ ବୟାନ ଦେଇଛନ୍ତି । ବିଶ୍ବକପରେ ଦମଦାର ବୋଲିଂ ପ୍ରଦର୍ଶନ ଜାରି ରଖିଥିବା ରାବାଡା କହିଛନ୍ତି, ଆମେ ଏଥର ଶତ ପ୍ରତିଶତ ସୁନିଶ୍ଚିତ ଯେ ଆମେ ହିଁ ଟି-20 ବିଶ୍ବକପ ଜିତିବୁ ।
ସୁପର 8 ଷ୍ଟେଜରେ ଅଗ୍ନିବର୍ଷୀ ବୋଲିଂ କରି ଇଂଲଣ୍ଡ ଟିମକୁ ଧରାଶାୟୀ କରିଥିଲେ ରାବାଡା । ମ୍ୟାଚର ଶେଷ ଭାଗରେ ଗୋଟିଏ ଓଭରରେ ଦୁଇ ଦୁଇଟି ଓ୍ବିକେଟ ନେଇ ଲଂଲଣ୍ଡ ଟିମକୁ ଟାର୍ଗେଟ ଚେଜ୍ କରିବାରେ ଅଟକାଇଥିଲେ । ଏପଟେ ସେମିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ରାବାଡା । 3 ଓଭରରେ 14 ରନ ଦେଇ ଦୁଇଟି ଓ୍ବିକେଟ ନେଇଛନ୍ତି ରାବାଡା ।