ହାଇଦ୍ରାବାଦ:ଚଳିତ ଟି20 ବିଶ୍ବକପରେ ଆଉ ମାତ୍ର 2ଟା ମ୍ୟାଚ ବାକି ଅଛି । ଫାଇନାଲରେ ଦକ୍ଷିଣ ଆଫ୍ରିକା ଏଣ୍ଟ୍ରି ମାରିସାରିଛି । ଆଜି ଦ୍ବିତୀୟ ସେମି ଟକ୍କରରେ ମୁଁହାମୁହିଁ ହେବେ ଦୁଇ ଟାଇଟଲ ଫେଭରେଟ୍ ଇଂଲଣ୍ଡ ଏବଂ ଭାରତ । ଗୟାନାରେ ହେବ ଏହି ହାଇଭୋଲଟେଜ୍ ଫାଇଟ୍ । ତେବେ ଆଜିର ମ୍ୟାଚ ପୂର୍ବରୁ ଦୁଇ ଦଳର ଗେମ ପ୍ଲାନ ସାମ୍ନାକୁ ଆସିସାରିଛି । ଧିମା ପିଚ୍ ଏବଂ ଓଭରକାଷ୍ଟ କଣ୍ଡିସନ (ଆକାଶରେ କଳା ବାଦଲ ଘୋଡାଇବା)କୁ ନଜରରେ ରଖି ଗେମ୍ ପ୍ଲାନ ପ୍ରସ୍ତୁତ ହୋଇଛି । ଏପଟେ ପୁଣି ଥରେ ଆଇସିସି ନକଆଉଟ୍ ମ୍ୟାଚରେ ଭାରତ କମାଲ କରିବ ନା ଫସିଯିବ, ରୋହିତ-କୋହଲି ମ୍ୟାଚ ଓ୍ବିନିଂ ଇନିଂସ ଖେଳିବେ ନା ପୁଣି ନାରିଶ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆସନ୍ତୁ ଦେଖିନେବା କଣ ରହିଛି ଦୁଇ ଟପ୍ କ୍ଲାସ ବ୍ୟାଟର ରୋହିତ-କୋହଲିଙ୍କ ନକଆଉଟ୍ ରେକର୍ଡ ।
ରୋହିତ ଶର୍ମାଙ୍କ ନକଆଉଟ୍ ରେକର୍ଡ-
2007 ଟି-20 ବିଶ୍ବକପ ସେମି ଲଢେଇରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ 8 ରନ କରି ନଟ୍ ଆଉଟ ଥିଲେ । 2007 ଟି-20 ବିଶ୍ବକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ 30 ରନ କରି ଅପରାଜିତ ଥିଲେ । 2013 ଚମ୍ପିଆନ୍ସ ଟ୍ରଫି ସେମିରେ ଶ୍ରୀଲଙ୍କା ବିପକ୍ଷରେ 33 ରନର ଇନିଂସ ଖେଳିଥିଲେ । 2013 ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଇଂଲଣ୍ଡ ବିପକ୍ଷରେ 9 ରନ ସ୍କୋର କରିଥିଲେ । 2014 ଟି-20 ବିଶ୍ବକପ ସେମିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 24 ରନ, 2014 ଟି-20 ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ 29 ରନ, 2015 ବିଶ୍ବକପ କ୍ବାର୍ଟର ଫାଇନାଲରେ ବାଂଲାଦେଶ ବିପକ୍ଷରେ 137 ରନ, 2015 ବିଶ୍ବକପ ସେମିରେ ଅଷ୍ଟ୍ରେଲିଆ ବିପକ୍ଷରେ 34 ରନ, 2016 ଟି-20 ବିଶ୍ବକପ ସେମିରେ ଓ୍ବେଷ୍ଟଇଂଣ୍ଡିଜ୍ ବିପକ୍ଷରେ 43 ରନ, 2017 ଚମ୍ପିଆନ୍ସ ଟ୍ରଫି ସେମିରେ ବାଂଲାଦେଶ ବିପକ୍ଷରେ 123 ରନ, 2017 ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ବିପକ୍ଷରେ 0 ରନ୍, 2019 ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିରେ 1 ରନ, 2021 ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ 34, 30 ରନ୍, 2022 ଟି-20 ବିଶ୍ବକପ ସେମିରେ ଇଂଲଣ୍ଡ ବିପକ୍ଷରେ 27 ରନ, 2023 ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଅଷ୍ଟ୍ରେଲିଆ ବିପକ୍ଷରେ 15, 43 ରନ, 2023 ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ବିପକ୍ଷରେ 47 ରନ, 2023 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ 47 ରନ ସ୍କୋର କରିଥିଲେ ରୋହିତ ଶର୍ମା ।
ବିରାଟ କୋହଲିଙ୍କ ନକଆଉଟ୍ ରିପୋର୍ଟ କାର୍ଡ-