ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଡି ମ୍ୟାଚ୍ ଆଜିଠୁ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆର ଭେଟେରାନ ବ୍ୟାଟର ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ମ୍ୟାଚକୁ ଫେରିଛନ୍ତି । ଆଉ ଏହି ମ୍ୟାଚ୍ ହଠାତ୍ ଆଲୋଚନାର ବିଷୟ ପାଲଟିଛି । ଏହି ମ୍ୟାଚ୍ରେ ବିରାଟ କୋହଲିଙ୍କୁ ଦିଲ୍ଲୀ ଦଳରେ ସାମିଲ ହୋଇଛନ୍ତି ।
ଅରୁଣ ଜେଟଲି ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି-
ବିରାଟ କୋହଲିଙ୍କୁ ଦେଖିବା ପାଇଁ ହଜାର ହଜାର ଫ୍ୟାନ୍ସ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଏପଟେ ହଜାର ହଜାର ପ୍ରଶଂସକ ଷ୍ଟାଡିୟମ ବାହାରେ ଏକାଠି ହେବା ସହିତ ଷ୍ଟାଡିୟମଠୁ ଦୁଇ କିମି ଦୂର ପର୍ଯ୍ଯନ୍ତ ଲମ୍ବା ଲାଇନରେ ସକାଳୁ ସକାଳୁ ଠିଆ ହୋଇଥିବା ନଜର ଆସିଥିଲେ । ଏହି ସମୟରେ ଷ୍ଟାଡିୟମରେ ଦଳାଚକଟା ହୋଇଥିବା ରିପୋର୍ଟ ଆସିଛି । ଦଳଚକଟାରେ ଆହତ ସଂଖ୍ୟା ନେଇ ଏଯାଏଁ ଖବର ଆସିନାହିଁ । ଏପଟେ କୋହଲିଙ୍କ ରଣଜୀ ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ଷ୍ଟାଡିୟମ ଭିତରେ ଏବଂ ବାହାରେ ଏକାଠି ହୋଇଛନ୍ତି ।
ଷ୍ଟାଡିୟମରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ-
ଦଳାଚକଟା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କହିଛି, "କେହି ଆହତ ହୋଇଥିବାର କୌଣସି ରିପୋର୍ଟ ନାହିଁ । ପରିସ୍ଥିତି ସ୍ୱାଭାବିକ ଏବଂ ନିୟନ୍ତ୍ରଣରେ ଅଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅରୁଣ ଜେଟଲି ଷ୍ଟାଡିୟମରେ ଅର୍ଦ୍ଧ ସାମରିକ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି। ବିରାଟ କୋହଲିଙ୍କ କ୍ରେଜ୍ ଯୋଗୁଁ ଗ୍ରାଉଣ୍ଡରେ ଅଧିକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।"
ଦର୍ଶକଙ୍କ ପାଇଁ ମାଗଣା ଏଣ୍ଟ୍ରି-