ଓଡିଶା

odisha

ETV Bharat / sports

କାରକୁ ଧକ୍କା ମାରିଲା ପିକ୍ଅପ୍ ଭ୍ୟାନ, ରାଗିଗଲେ କ୍ରିକେଟର 'ଜେଣ୍ଟେଲମ୍ୟାନ' - RAHUL DRAVID VIRAL VIDEO

ବେଙ୍ଗାଲୁରୁରେ ରାହୁଲ ଦ୍ରାବିଡଙ୍କ କାରକୁ ଧକ୍କା ମାରିଲା ପିକ୍ଅପ୍ ଭ୍ୟାନ । ରାଗିଗଲେ ଦ୍ରାବିଡ । ଭିଡିଓ ଭାଇରାଲ

RAHUL DRAVID
RAHUL DRAVID ((IANS))

By ETV Bharat Odisha Team

Published : Feb 5, 2025, 7:15 PM IST

ବେଙ୍ଗାଲୁରୁ:ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କର ଏକ ଭିଡିଓ ଭାଇରାଲ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ମଙ୍ଗଳବାର ଦିନ ବେଙ୍ଗାଲୁରୁର ବସନ୍ତ ନଗରର କନିଂହାମ ରୋଡରେ ଏକ ପିକଅପ୍ ଭ୍ୟାନ ଡ୍ରାଇଭରଙ୍କ ସହ ଦ୍ରାବିଡଙ୍କର ଯୁକ୍ତିତର୍କ ଭିଡିଓ ଭାଇରଲ ହୋଇଛଇ । ପଡ଼ିଆରେ ଶାନ୍ତ ଆଚରଣ ଏବଂ ଖେଳପ୍ରେମୀ ମନୋଭାବ ପାଇଁ ଜଣାଶୁଣା ଦ୍ରାବିଡଙ୍କ ରାସ୍ତାକଡ଼ରେ ଝଗଡ଼ା ସମସ୍ତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି।

ପିକଅପ୍ ଡ୍ରାଇଭରଙ୍କ ସହ ଦ୍ରାବିଡଙ୍କ ଯୁକ୍ତିତର୍କ ଭିଡିଓ ଭାଇରାଲ୍

ପିକ୍ଅପ୍ ଭ୍ୟାନଟି ଡ୍ରାବିଡଙ୍କ କାରକୁ ପଛରୁ ଧକ୍କା ଦେଇଥିଲା । ଏଥରେ ଦ୍ରାବିଡଙ୍କ କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହା ପରେ ରାସ୍ତା ଉପରେ ଦ୍ରାବିଡ ଏବଂ ପିକ୍ଅପ୍ ଭ୍ୟାନ ଡ୍ରାଇଭରଙ୍କ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ପ୍ରକାଶିତ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଦ୍ରାବିଡଙ୍କ କାରଙ୍କୁ ଧକ୍କା ଦେଇଥିଲା ପିକ୍ଅପ ଭ୍ୟାନ-

ଏହି ଦୁର୍ଘଟଣା ହାଇ ଗ୍ରାଉଣ୍ଡସ୍ ପୋଲିସ ଷ୍ଟେସନ ଅଧୀନରେ ଘଟିଥିଲା । ତେବେ ଉଭୟ ପକ୍ଷ ପକ୍ଷରୁ କୌଣସି ଅଫିସିଆଲ ଅଭିଯୋଗ ଏଯାଏଁ ଦାଖଲ ହୋଇନାହିଁ । ଆଇଏଏନଏସ ରିପୋର୍ଟ ଅନୁସାରେ, ଘଟଣାଟି ଘଟିବା ସମୟରେ ଦ୍ରାବିଡ ଇଣ୍ଡିଆନ ଏକ୍ସପ୍ରେସ ଜଙ୍କସନରୁ ହାଇ ଗ୍ରାଉଣ୍ଡସ ଅଭିମୁଖେ ଯାଉଥିଲେ। ଅଭିଯୋଗ ଅନୁଯାୟୀ, ଟ୍ରାଫିକ୍ ଜାମରେ ଫସି ରହିଥିବା ସମୟରେ ଅଟୋ ଡ୍ରାଇଭର ତାଙ୍କ କାରକୁ ପଛରୁ ଧକ୍କା ଦେଇଥିଲେ।

ଏହା ବି ପଢନ୍ତୁ -ଦ୍ରାବିଡଙ୍କଠୁ ବୁମରା; କେଉଁ କେଉଁ ଭାରତୀୟ ଷ୍ଟାର କ୍ରିକେଟର ଜିତିଛନ୍ତି ଆଇସିସି ଆଓ୍ବାର୍ଡ - INDIAN CRICKETER TO WIN ICC AWARDS

ରାସ୍ତାରେ ଡ୍ରାଇଭରଙ୍କ ଉପରେ ଦ୍ରାବିଡ ରାଗିଗଲେ

ଭିଡିଓରେ ଦେଖାଯାଇଛି କି, ରାହୁଲ ଦ୍ରାବିଡ ଦୁର୍ଘଟଣା ପରେ କ୍ଷୟକ୍ଷତି ଯାଞ୍ଚ କରୁଛନ୍ତି । ଏପଟେ ଅଟୋ ଡ୍ରାଇଭରଙ୍କ ମତରେ ଫର୍ଚୁନର୍ କାରର ହଠାତ୍ ଗତି ଯୋଗୁଁ ଏହି ଘଟଣା ଘଟିଲା । ଦ୍ରାବିଡ ବିରକ୍ତ ହୋଇ କନ୍ନଡ ଭାଷାରେ ଡ୍ରାଇଭରଙ୍କୁ ପଚାରିଲେ ଯେ ସେ ସମୟ ମଧ୍ୟରେ ବ୍ରେକ୍ କାହିଁକି ଲଗାଇଲେ ନାହିଁ ଏବଂ ତା’ପରେ ଯିବା ପୂର୍ବରୁ ଡ୍ରାଇଭରଙ୍କୁ ଯୋଗାଯୋଗ ପାଇଁ ଫେନ ନମ୍ବର ନେଇଥିଲେ ଦ୍ରାବିଡ ।

ABOUT THE AUTHOR

...view details