ହାଇଦ୍ରାବାଦ:ରଚିନ୍ ରବିନ୍ଦ୍ରଙ୍କ ଦମଦାର ଶତକ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଗତକାଲି କିଓ୍ବି ଟିମ୍ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ବାଂଲାଦେଶକୁ 5 ୱିକେଟରେ ପରାସ୍ତ କରିଛି । ନ୍ୟୁଜିଲ୍ୟାଣ୍ଡ ବିଜୟ ଲକ୍ଷ୍ୟ 237 ରନ 46.1 ଓଭରରେ 5 ୱିକେଟ୍ ହରାଇ ସ୍କୋର କରିଥିଲା ।
ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ-ଭାରତ-
ଏହି ବିଜୟ ସହିତ ଆୟୋଜକ ପାକିସ୍ତାନ ଏବଂ ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025ରୁ ବାଦ୍ ପଡିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ମାର୍ଚ୍ଚ ୨ ରବିବାର ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗ୍ରୁପ୍-ବି ଟପରେ ରହିବାକୁ ଲଢେଇ ହେବ । ଯେଉଁ ଦଳ ଜିତିବ ସିଏ ଗ୍ରୁପ- ଟପ୍ କରିବ ।
ବିଶ୍ୱ ରେକର୍ଡ କଲେ ରବିନ୍ଦ୍ର-
ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ର ଷଷ୍ଠ ମ୍ୟାଚ ମ୍ୟାଚରେ ଭାରତୀୟ ମୂଳର କିୱି ଖେଳାଳି ରଚିନ୍ ରବିନ୍ଦ୍ର ଏକ ଚମତ୍କାର ଶତକ ହାସଲ କରି ନ୍ୟୁଜିଲ୍ୟାଣ୍ଡର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଶତକୀୟ ଇନିଂସ ସହିତ ରାଚିନ୍ ତାଙ୍କ ନାମରେ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି କରି ଇତିହାସ ରଚିଛନ୍ତି । ନ୍ୟୁଜିଲ୍ୟାଣ୍ଡର ବାମହାତୀ ତାରକା ଅଲରାଉଣ୍ଡର ରାଚିନ୍ ରବିନ୍ଦ୍ର ଉଭୟ ଆଇସିସି ଦିନିକିଆ ବିଶ୍ୱକପ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏକ ଶତକ ହାସଲ କରିବା ପୂର୍ବରୁ ସେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ 2023 ବିଶ୍ୱକପ୍ର ଡେବ୍ୟୁ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ ।