ନୂଆଦିଲ୍ଲୀ:22 ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ ସିଜିନ 17 । ମାର୍ଚ୍ଚ 23 ତାରଖରେ କୋଲକାତା ନାଇଟ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଏସ୍ଆର୍ଏଚ୍ ଦଳରେ ବଡ ଧରଣ ପରିବର୍ତ୍ତନ ହୋଇଛି । ଏଥର ଦଳର ଭାର ସମ୍ଭାଳିବେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ । ଆଡେନ୍ ମାର୍କରମଙ୍କ ସ୍ଥାନରେ ପ୍ୟାଟ କମିନ୍ସ ହାଇଦ୍ରାବାଦ ଟିମର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଫ୍ରାଞ୍ଚାଇଜ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ- ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ପ୍ୟାଟ୍ କମିନ୍ସ, ୨୦.୫୦ କୋଟିରେ କିଣିଲା SRH
ପ୍ୟାଟ କମିନ୍ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଟିମ 2023 ବିଶ୍ବକପ ଟାଇଟଲ ହାତେଇଥିଲା । ସେହିପରି ବିଶ୍ବ ଚେଷ୍ଟ ଚମ୍ପିଆନସିପରେ ବିଜୟୀ ହୋଇଥିଲା ଦଳ । ତେଣୁ ତାଙ୍କ ଉପରେ ଭରସା ରଖିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭିଟ୍ଟୋରି । ତାଙ୍କ ନେତୃତ୍ବରେ ଚଳିତ ସିଜିନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତଙ୍କ ଆଶା । ଗତ ଆଇପିଏଲ ସିଜିନରେ ହାଇଦ୍ରାବାଦର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଦଳର ନେତୃତ୍ବ ନେଇଥିଲେ ମାର୍କରମ । ଚଳିତ ସିଜିନରେ ଦଳ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଅଧିନାୟକ ଦାୟିତ୍ବ କିମିନ୍ସଙ୍କୁ ଦିଆଯାଇଛି । ଗତ ସିଜିନରେ ଏସଆରଏଚ ମୋଟ 14ଟି ମ୍ୟାଚ୍ ଖେଳି 4 ପଏଣ୍ଟ ପାଇଥିଲା । ଫଳରେ ପଏଣ୍ଟ ଟେବୁଲର ଶେଷରେ ରହିଥିଲା ଦଳ ।