ପ୍ୟାରିସ (ଫ୍ରାନ୍ସ):ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ବିବାଦ । ମହିଳା ବର୍ଗ ବକ୍ସିଂ ମ୍ୟାଚରେ ଏପରି ବିବାଦ ଦେଖାଦେଇଛି । ଗୁରୁବାର ମହିଳା 66 କେଜି କିଗ୍ରା ରାଉଣ୍ଡ 31ରେ ଆଲଜେରିଆରର ଇମାନେ ଖେଲିଫ ଏବଂ ଇଟାଲୀର ଆଞ୍ଜୋଲା କ୍ୟାରିନ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲା ମାତ୍ର 46 ସେକେଣ୍ଡ ପରେ ଇଭେଣ୍ଟରୁ ଓହରି ଯାଇଥିଲେ ଆଞ୍ଜେଲା । ଇମାନେଙ୍କ ଏକ ଶକ୍ତ ପଞ୍ଚରେ ସେ ଖେଳିବାକୁ ସମର୍ଥ ନହୋଇ ଓହରିବାକୁ ନିଷ୍ଟତ୍ତି ନେଇଥିଲେ । ତାଙ୍କ ନାକରୁ ରକ୍ତ ଶ୍ରାବ ମଧ୍ୟ ହେଉଥିଲା । ଶେଷରେ ଇମାନେଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଆଞ୍ଜୋଲା ତାଙ୍କ ବକ୍ସିଂ କ୍ୟାରିୟରେ କେବେ ବି ଏପରି ପଞ୍ଚ ଖାଇନଥିବା କହିଥିଲେ ।
ଆଞ୍ଜୋଲା କ୍ୟାରିନଙ୍କ ଅଭିଯୋଗ: ଇଭେଣ୍ଟର ଫଳାଫଳ ଘୋଷଣା ପରେ ଇଟାଲୀୟ ବକ୍ସର ଆଞ୍ଜୋଲା କ୍ୟାରିନ କହିଛନ୍ତି, "ପ୍ରାରମ୍ଭିକ ପର୍ଯ୍ୟାୟରେ ଶକ୍ତିଶାଳୀ ପଞ୍ଚ ଖାଇବା ପରେ ମୋର ନାକରେ ପ୍ରବଳ ଯନ୍ତ୍ରଣା ହୋଇଥିଲା, ବ୍ଲଡ ମଧ୍ୟ ବାହାରିଥିଲା । ଯାହା ଫଳରେ ମୁଁ ଇଭେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଲି । କୌଣସି ମହିଳା ଏପରି ଶକ୍ତିଶାଳୀ ପଞ୍ଚ ମାରିପାରବେ ନାହିଁ, ମୋର ବକ୍ସିଂ କ୍ୟାରିୟରରେ ମୁଁ ଏମିତି ପଞ୍ଚ କେବେବି ଖାଇନଥିଲି । ''