ଓଡିଶା

odisha

ସୂର୍ଯ୍ୟଙ୍କ କୋପରେ ଜଳୁଛି ପ୍ୟାରିସ; ଅଲିମ୍ପିକ୍ସ ଭିଲେଜରେ ସନ୍ତୁଳି ହେଉଛନ୍ତି ଭାରତୀୟ ଖେଳାଳୀ, କ୍ରୀଡ଼ା ମନ୍ତ୍ରଣାଳୟ ପଠାଇଲା ପୋର୍ଟେବଲ AC - ACs arranged for Indian athletes

By ETV Bharat Sports Team

Published : Aug 3, 2024, 11:11 AM IST

Updated : Aug 3, 2024, 12:37 PM IST

40 ACs arranged for Indian athletes in Games Village to combat heat: ଗରମରେ ସନ୍ତୁଳି ହେଉଛନ୍ତି ଅଲମ୍ପିଆନ୍ । ଭାରତୀୟ ଖେଳାଳିଙ୍କ କ୍ୟାମ୍ପରେ ଲାଗିଲା ୪୦ ପୋର୍ଟେବଲ ଏସି । ପୋର୍ଟେବଲ ଏସି ପଠାଇଲା କ୍ରୀଡା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ ଗେମ୍ସ ଭିଲେଜରେ ଲାଗିଲା ଏସି । ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲାଗିଲା ପୋର୍ଟେବଲ ଏସି । ତେବେ ଏହା କେବଳ ଭାରତୀୟ ଖେଳାଳିଙ୍କ କ୍ୟାମ୍ପରେ ଲାଗିଛି । କ୍ରୀଡା ମନ୍ତ୍ରଣାଳୟ ସମସ୍ତ ବ୍ୟବସ୍ଥା କରିଛି । ବର୍ତ୍ତମାନ ଅଲିମ୍ପିକ୍ସ ଫ୍ରାନ୍ସର ପ୍ୟାରିସରେ ଚାଲିଛି । ଆଉ ପ୍ୟାରିସରେ ଏବେ ସୂର୍ଯ୍ୟଙ୍କ କୋପ ଜାରିରହିଛି । ଏପରିକି ଅସହ୍ୟ ଗରମ ହେଉଛି ଯେ ଖେଳାଳି ମାନେ ଉତ୍ତାପରେ ସନ୍ତୁଳି ହେଉଛନ୍ତି । ଆଉ ଏଥିରୁ ରକ୍ଷା ନମିଳିଲେ ଖେଳାଳିଙ୍କ ପାଇଁ ଅଲିମ୍ପିକ୍ସ ପରି ଇଭେଣ୍ଟରେ ପୋଡିୟମ ଫିନିସ କରିବା ଏତେଟା ସହଜ ହେବନି ।

ତେବେ ଖବର ଆସିବା ପରେ ଆକ୍ସନରେ କ୍ରୀଡା ମନ୍ତ୍ରଣାଳୟ । ୪୦ ପୋର୍ଟେବଲ ଏସି ପଠାଇଲା କ୍ରୀଡା ମନ୍ତ୍ରଣାଳୟ । ପ୍ୟାରିସ ଅଲିମ୍ପିକ୍ସ ଗେମ୍ସ ଭିଲେଜସ୍ଥିତ ଭାରତୀୟ କ୍ୟାମ୍ପରେ ଲାଗିଲା ପୋର୍ଟେବଲ ଏସି । ଗରମ, ଗୁଳୁଗୁଳିରୁ ରକ୍ଷା ପାଇଲେ ଖେଳାଳି । ବିଶ୍ରାମ ନେବା ହେଲା ସହଜ । ତେବେ ଭାରତୀୟ ଅଲିମ୍ପିକ୍ସ ସଂଘ ଏବଂ ଫ୍ରାନ୍ସସ୍ଥିତ ଭାରତୀୟ ଦୂତାବାସ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ACs arranged for Indian athletes (@kashyapvipul)

ଏହା ବି ପଢନ୍ତୁ- Paris Olympics 2024; ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ରେକର୍ଡ, ପ୍ରଥମ ଭାରତୀୟ ଭାବେ ସେମି ଫାଇନାଲରେ ଲକ୍ଷ୍ୟ - Lakshya Sen reaches badminton semi

କ୍ରୀଡା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡା ମହାସଂଘ, ଭାରତୀୟ ଅଲମ୍ପିକ ଆସୋସିଏନ ଏବଂ ଫ୍ରାନ୍ସସ୍ଥିତ ଭାରତୀୟ ଦୂତାବାସ ମଧ୍ୟରେ ଅସହ୍ୟ ଗରମରୁ ରକ୍ଷା ପାଇବା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ବୋଲି କ୍ରୀଡା ମନ୍ତ୍ରଣାଳୟ ସୂତ୍ରରୁ ଖବର ପ୍ରକାଶ ପାଇଛି । ତେବେ ଫ୍ରାନ୍ସସ୍ଥିତ ଭାରତୀୟ ଦୂତାବାସ ସମସ୍ତ ଏସି ବ୍ୟବସ୍ଥା କରିଥିବା ବେଳେ କ୍ରୀଡା ମନ୍ତ୍ରଣାଳୟ ସମସ୍ତ ଖର୍ଚ୍ଚ ବହନ କରିଛି ।

ACs arranged for Indian athletes (@erbmjha)

ତେବେ ବୈଠକ ପରେ ଏସି ବ୍ୟବସ୍ଥା କରିଥିଲା ଦୂତାବାସ । ଏପରିକି ଏସି ଭାରତୀୟ ଖେଳାଳିଙ୍କ କ୍ୟାମ୍ପରେ ଲାଗିସାରିଛି । କାରଣ ପୁରୁଷ 50 ମିଟର ରାଇଫଲ 3 ପୋଜିସନ ଇଭେଣ୍ଟରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଭାରତର ବ୍ରୋଞ୍ଜ ପଦକ ବିଜେତା ସ୍ବପ୍ନୀଲ ମଧ୍ୟ ଗରମରେ ସନ୍ତୁଳି ହୋଇଥିଲେ ।

ଚଳିତ ଅଲିମ୍ପିକ୍ସରେ ଭାରତ ଏଯାବତ ସୁଟିଂରେ ହିଁ 3ଟି ବ୍ରୋଞ୍ଜ ପଦକ ଜିତିଛି । ମନୁ ଭାକର ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ପଦକ ଆଣିଥିବା ବେଳେ ଡବଲ୍ସରେ ସରବଜୋତ ସିଂଙ୍କ ସହ ମିଶି ଗୋଟିଏ ବ୍ରୋଞ୍ଜ ଜିତିଛନ୍ତି ।

Last Updated : Aug 3, 2024, 12:37 PM IST

ABOUT THE AUTHOR

...view details