ପ୍ୟାରିସ (ଫ୍ରାନ୍ସ): ବ୍ୟାଡ୍ମିଣ୍ଟନରେ ଭାରତର ପଦକ ଆଶା ଉଦ୍ଜୀବୀତ । ଦମଦାର ପ୍ରଦର୍ଶନ ସହ ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ ଦେଇ ପ୍ରି-କ୍ବାର୍ଟରଫାଇନାଲକୁ ଉନ୍ନିତ ହେଲେ ଭାରତୀୟ ଷ୍ଟାର ସଟ୍ଲର ପିଭି ସିନ୍ଧୁ । ବିପକ୍ଷ ଇଷ୍ଟୋନିଆର କ୍ରିଷ୍ଟେନ କୁବାଙ୍କ ବିପକ୍ଷରେ ଦମଦାର ବିଜୟ ହାସଲ କରିଛନ୍ତି ପିଭି ସିନ୍ଧୁ । ଆରମ୍ଭରୁ ହିଁ ମ୍ୟାଚ୍ରେ ଦବଦବା ଜାରି ରଖିବା ସହ ଏକ ସହଜ ବିଜୟ ହାସଲ କରିଛନ୍ତି ସିନ୍ଧୁ । ସେ ଉଭୟ ସେଟ୍କୁ ଯଥାକ୍ରମେ 21-5 ଓ 21-10 ସ୍କୋରରେ ଜିତିଛନ୍ତି । ମ୍ୟାଚ୍ କେବଳ 32 ମିନିଟ୍ ଧରି ଚାଲିଥିଲା ଏବଂ ସିନ୍ଧୁ କ୍ରମାଗତ 2ଟି ଯାକ ସେଟ୍ ଜିତି ରାଉଣ୍ଡ ଅଫ୍ 16, ଅର୍ଥାତ ପ୍ରି-କ୍ବାର୍ଟରଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଆରମ୍ଭରୁ ଦବଦବା ଜାରି ରଖିଲେ ସିନ୍ଧୁ:-
ପିଭି ସିନ୍ଧୁ ମ୍ୟାଚ୍ ଆରମ୍ଭରୁ ହିଁ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ଦବଦବା ଜାରି ରଖିଥିଲେ ଏବଂ ପ୍ରଥମ ସେଟ୍କୁ ସହଜରେ 21-5 ସ୍କୋରରେ ଜିତିଥିଲେ । ତାଙ୍କ ପ୍ରତିଦ୍ବନ୍ଦ୍ବୀ ସିନ୍ଧୁଙ୍କ 'ବ୍ୟାକହାଣ୍ଡ୍ ସଟ୍' ବିପକ୍ଷରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ସିନ୍ଧୁ ଦ୍ବିତୀୟ ସେଟ୍କୁ 21-10 ସ୍କୋରରେ ଜିତି ନେଇଥିଲେ । ସିନ୍ଧୁ ଇଷ୍ଟୋନିଆର କ୍ରିଷ୍ଟେନ କୁବାଙ୍କ ବିପକ୍ଷରେ ବିପକ୍ଷ ମ୍ୟାଚରେ ଏକ ଶକ୍ତିଶାଳୀ ଆରମ୍ଭ କରି ପ୍ରଥମ ତିନୋଟି ପଏଣ୍ଟ ଜିତି ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲେ । ସେ ନେଟ୍ ସଟ୍ ସହିତ 6 ପଏଣ୍ଟ ଲିଡ୍ ନେଇ ମ୍ୟାଚ୍କୁ ଆଗେଇ ନେଇଥିଲେ । ହେଲେ କ୍ରିଷ୍ଟେନ କୁବା ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନ କରିବାରେ ଅସମର୍ଥ ରହିଥିଲେ ।