ETV Bharat / sports

ଅଶ୍ବିନୀଙ୍କ ବଦଳରେ ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଖେଳାଳି - IND VS AUS 4TH TEST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଶେଷ 2 ଟେଷ୍ଟ ମ୍ୟାଚ ଖେଳିବାକୁ ସୁଯୋଗ ପାଇଲେ ଯୁବ ଖେଳାଳି ତନୁଶ କୋଟିଆନ ।

TANUSH KOTIAN
TANUSH KOTIAN (ANI)
author img

By ETV Bharat Odisha Team

Published : 14 hours ago

ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫିର 5ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 3ଟି ମ୍ୟାଚ ସରିଥିବା ବେଳେ ଆଉ 2ଟି ବାକି ରହିଛି । ଶେଷ ଦୁଇ ମ୍ୟାଚ ପାଇଁ ଭାରତୀୟ ଦଳରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସ୍ପିନର ରବିଚନ୍ଦ୍ର ଅଶ୍ବିନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ଦଳରେ ଅଲରାଉଣ୍ଡର ତନୁଶ କୋଟିଆନଙ୍କୁ ସ୍ଥାନ ମିଳିଛି । ଅଶ୍ବିନୀଙ୍କ ଅବସର ତନୁଶଙ୍କୁ ନୂଆ ସୁଯୋଗ ଦେଇଛି । ଶେଷ ଦୁଇଟି ମ୍ୟାଚ ଏକାଦାଶରେ ତାଙ୍କ ନାମ ଆସିପାରେ। ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ଯୋଗଦେବାକୁ ଯାଉଥିବା କ୍ରିକବୁଜ ରିପୋର୍ଟରୁ ଜଣାପଡିଛି ।

ତନୁଶ କୋଟିଆନ କିଏ ?

କୋଟିଆନ୍ ଜଣେ ଡାହାଣହାତୀ ଅଫ୍ ସ୍ପିନ୍ ବୋଲର, ସେ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଟିମ୍‌ରେ ରହିଛନ୍ତି । କୋଟିଆନ 22 ଡିସେମ୍ବର 2018 ରେ ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ । 9 ମାର୍ଚ୍ଚ 2021 ରେ ବିଜୟ ହଜାରେ ଟ୍ରଫିରେ ତାଙ୍କର ଫାଷ୍ଟ କ୍ଲାସ ମ୍ୟାଚରେ ଡେବ୍ୟୁ କରିଥିଲେ। କୋଟିୟାନ୍ ହାରାହାରି 41.21 ରେ 33 ଟି ଫାଷ୍ଟ କ୍ଲାସ ମ୍ୟାଚ୍ ରେ 1525 ରନ୍ ସଂଗ୍ରହ କରିଛନ୍ତି ଏବଂ ହାରାହାରି 25.70 ରେ 101 ୱିକେଟ୍ ନେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-2024ରେ କ୍ରିକେଟ କ୍ୟାରିୟର ଶେଷ କଲେ ଏହି ଖେଳାଳି, ନଜର ପକାନ୍ତୁ ତାଲିକା ଉପରେ - YEAR ENDER 2024

ଏହା ମଧ୍ୟ ପଢନ୍ତୁ-କ୍ରିକେଟକୁ ଅଶ୍ୱିନଙ୍କ ଅଲବିଦା, ଅବଦାନ ପାଇଁ BCCIର ଅଭିନନ୍ଦନ - R ASHWIN ANNOUNCES RETIREMENT

2023-24 ମୁମ୍ବାଇ ରଣଜୀ ଟ୍ରଫିରେ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ହୋଇଥିଲେ । ଯେଉଁଠାରେ ସେ ହାରାହାରି 41.83 ରେ 502 ରନ୍ ସଂଗ୍ରହ କରିଥିଲେ ଏବଂ ହାରାହାରି 16.96 ରେ 29 ୱିକେଟ୍ ନେଇଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ସେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସ୍ଥାନ ପାଇଛନ୍ତି । ଆଗାମୀ ଟେଷ୍ଟ ମ୍ୟାଚରେ ଡେବ୍ଯୁ କରିବାକୁ ଯାଉଛନ୍ତି ।

ଭାରତ ପାଇଁ ଶେଷ 2 ମ୍ୟାଚ ଗୁରୁତ୍ବପୂର୍ଣ୍ଣ:

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା 5ଟିକିଆ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । ପ୍ରଥମ ମ୍ୟାଚ ଭାରତ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚରେ କଙ୍ଗାରୁ ଦଳ ଜିତିଥିଲା । ତୃତୀୟ ମ୍ୟାଚ ଡ୍ର ରହିଥିଲା । ଆଗକୁ ଆଉ ଦୁଇଟି ମ୍ୟାଚ ଡିସେମ୍ବର 26 ଓ ଜାନୁଆରୀ 3 ତାରିଖରେ ଖେଳାଯିବ । ଶେଷ ଦୁଇଟି ମ୍ୟାଚ ଟିମ୍‌ ଇଣ୍ଡିଆ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି ମ୍ୟାଚ ଜିତିଲେ ଡବ୍ଲୁଟିସି ଫାଇନାଲରେ ଭାରତ ପହଞ୍ଚିବାର ଆଶା ଉଜ୍ଜିବିତ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.