ପ୍ୟାରିସ (ଫ୍ରାନ୍ସ): ଭାରତୀୟ ମହିଳା ଟେବୁଲ୍ ଟେନିସ୍ ଦଳ ପ୍ୟାରିସ୍ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଅଭିଯାନ ଆରମ୍ଭ କରିଛି । ସୋମବାର ସାଉଥ ପ୍ୟାରିସ୍ ଆରେନାରେ ଖେଳାଯାଇଥିବା ରାଉଣ୍ଡ ଅଫ୍ 16 ମ୍ୟାଚ୍ର ରୋମାଞ୍ଚକର ରାଉଣ୍ଡରେ ଭାରତୀୟ ଦଳ ରୋମାନିଆକୁ 3-2ରେ ପରାସ୍ତ କରି କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ।
ଅର୍ଚ୍ଚନା ଓ ଶ୍ରୀଜା କଲେ ଦମଦାର ଆରମ୍ଭ :-
ରାଉଣ୍ଡ ଅଫ୍ 16 ଟେବୁଲ୍ ଟେନିସ୍ ମ୍ୟାଚ୍ରେ ଭାରତୀୟ ଷ୍ଟାର ପ୍ୟାଡଲର ଅର୍ଚ୍ଚନା କାମାଥ ଓ ଶ୍ରୀଜା ଅକୁଲା ଆକ୍ରାମକ ଆରମ୍ଭ କରିଥିଲେ । ରାଉଣ୍ଡ ଅଫ୍ 16ର ପ୍ରଥମ ମ୍ୟାଚ୍ରେ ରୋମାନିଆର ଆଦିନା ଡାଏକୋନୁ ଏବଂ ଏଲିଜାବେଥ୍ ସମାରାଙ୍କୁ 11-9, 12-10 ଓ 11-7ରେ ପରାସ୍ତ କରିଥିଲେ ଏହି ଷ୍ଟାର ଭାରତୀୟ ଯୋଡ଼ି ।
ମନିକା ବତ୍ରା ଭାରତକୁ ଦେଲେ 2-0 ଲିଡ୍ :-
ରାଉଣ୍ଡ ଅଫ୍ 16 ଟେବୁଲ୍ ଟେନିସ୍ ମ୍ୟାଚ୍ର ଦ୍ବିତୀୟ ମ୍ୟାଚ୍ରେ ବିଶ୍ବର 10 ନମ୍ବର ମାନ୍ୟତାପ୍ରାପ୍ତ ରୋମାନିଆ ଖେଳାଳି ବର୍ନାଡେଟ୍ ସୋକସ୍ଙ୍କ ବିପକ୍ଷରେ ଭାରତୀୟ ଟେବୁଲ୍ ଟେନିସ୍ ଷ୍ଟାର ମନିକା ବତ୍ରା 11-5, 11-7 ଓ 11-7 ସ୍କୋରରେ ଜିତିଥିଲେ ଏବଂ ମ୍ୟାଚ୍ରେ ଭାରତକୁ 2-0 ଲିଡ୍ ଦେଇଥିଲେ ।
ତୃତୀୟ ମ୍ୟାଚ୍ ହାରିଗଲେ ଶ୍ରୀଜା ଅକୁଲା :-
ତୃତୀୟ ମ୍ୟାଚରେ ଭାରତର ଷ୍ଟାର ପ୍ୟାଡଲର ଶ୍ରୀଜା ଅକୁଲାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ରୋମାନିଆର ଏଲିଜାବେଥ ସମାରାଙ୍କ ବିପକ୍ଷରେ 5 ସେଟ୍ ଗେମ୍ର ରୋମାଞ୍ଚକର ମ୍ୟାଚ୍ରେ ଅକୁଲାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । ୟୁରୋପୀୟ ଚମ୍ପିଆନ୍ ସମାରା 8-11, 11-4, 7-11, 11-6 ଓ 11-8 ସ୍କୋର ସହ ବିଜୟ ରୋମାନିଆକୁ ପ୍ରତିଯୋଗିତାରେ ବଞ୍ଚାଇ ରଖିଲା । କାରଣ ସେମାନେ ମ୍ୟାଚ୍କୁ 2-1ରେ ସ୍ଥିତିକୁ ଆଣିଥିଲେ ।