ଓଡିଶା

odisha

Paralympics 2024; ପାରା ଅଲିମ୍ପିକ୍ସରେ 4 ଦିନରେ ଭାରତକୁ 7 ପଦକ, ହାଇଜମ୍ପରେ ସିଲଭର ମେଡାଲ ଜିତିଲେ ନିଶାଦ, ଟୋକିଓରେ ବି ଜିତିଥିଲେ ରୌପ୍ୟ ପଦକ - Nishad Kumar wins Silver Medal

By ETV Bharat Odisha Team

Published : Sep 2, 2024, 7:40 AM IST

Updated : Sep 2, 2024, 12:00 PM IST

Paralympics2024 Nishad Kumar produced brilliant performance to clinch silver medal; ହାଇଜମ୍ପରେ ସିଲଭର ମେଡାଲ ଜିତିଲେ ନିଶାଦ । ଟୋକିଓରେ ବି ଜିତିଥିଲେ ରୌପ୍ୟ ପଦକ । ଅଧିକ ପଢନ୍ତୁ

Nishad Kumar
Nishad Kumar (@TheKhelIndia)

ପ୍ୟାରିସ (ଫ୍ରାନ୍ସ):ପାରା ଅଲିମ୍ପିକ୍ସରେ 4 ଦିନରେ ଭାରତକୁ 7 ପଦକ । ହାଇଜମ୍ପରେ ସିଲଭର ମେଡାଲ ଜିତିଲେ ନିଶାଦ କୁମାର । ଟୋକିଓରେ ବି ଜିତିଥିଲେ ରୌପ୍ୟ ପଦକ । ହାଇଜମ୍ପରେ ପୁଣି ରୌପ୍ୟ ଜିତିଲେ ନିଶାଦ କୁମାର । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ ନିଶାଦ । ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି । ପ୍ୟାରିସ ପାରାଅଲିମ୍ପିକ୍ସ 2024ରେ ଭାରତକୁ 7ମ ପଦକ ମିଳିଛି । ନିଶାଦ କୁମାର ପ୍ୟାରିସ ପାରାଅଲିମ୍ପିକ୍ସ 2024 ପୁରୁଷ ଉଚ୍ଚଡିଆଁ t-47ରେ ଶାନଦାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି । ସିଲଭର ମେଡାଲ ହାସଲ ପରେ ନୂଆ ଇତିହାସ ଲେଖିଛନ୍ତି ନିଶାଦ । ସେ ଭାରତର ପାରା ଅଲିମ୍ପିକ୍ସରେ ସର୍ବକନିଷ୍ଠ ଅଥଲେଟ ଭାବେ ବ୍ୟାକ୍ ଟୁ ବ୍ୟାକ (ପଛକୁ ପଛ) ପଦକ ଜିତି ରେକର୍ଡ କରିଛନ୍ତି । ଗତ 2020 ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ନିଶାଦ ରୌପ୍ୟ ପଦକ ଜିତିଥିଲେ ।

ପାରାଅଲିମ୍ପିକ୍ସ 2024 ହାଇଜମ୍ପ ଫାଇନାଲ ଇଭେଣ୍ଟରେ ନିଶାଦ ରେକର୍ଡ 2.04 ମିଟର ଉଚ୍ଚଡିଆଁ ମାରିଥିଲେ । ନିଶାଦଙ୍କ ଆଗରେ ରହିଥିଲେ ଆମେରିକାର ରୋଡରିକ୍ ଟାଉନସେଣ୍ଡ ।ତେବେ ଫାଇନାଲ ଇଭେଣ୍ଟରେ ଡେଇଁଥିବା 2.04 ମିଟର ନିଶାଦଙ୍କ ସର୍ବାଧିକ ବ୍ୟକ୍ତିଗତ ଉଚ୍ଚଡିଆଁ ରେକର୍ଡ । ଆମେରିକାର ରୋଡରିକ୍ ଟାଉନସେଣ୍ଡ 2.12 ମିଟର ଡେଇଁଥିଲେ । ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପଛକୁ କାଂସ୍ୟ ପଦକ ଜିତିଥିବା ଆଥଲେଟ 2.00 ମିଟର ଉଚ୍ଚଡିଆଁ ମାରିଥିଲେ ।

ଏହା ବି ପଢନ୍ତୁ- Paralympics 2024; ପାରାଅଲମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, ମହିଳା 200 ମିଟର ଫାଇନାଲରେ ବ୍ରୋଞ୍ଜ ମେଡାଲ ଜିତିଲେ ପ୍ରୀତି ପଲ୍, 124ବର୍ଷ ପରେ ରଚିଲେ ଇତିହାସ - Preeti Pal secures Bronze medal

ନିଶାଦ 2020 ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ସେ ସେତେବେଳେ ଟୋକିଓରେ 2.06 ମିଟର ଉଚ୍ଚ ଡିଆଁ ମାରିଥିଲେ । T-47 ପ୍ରତିଯୋଗୀତାରେ ସେହି ଆଥଲେଟ ମାନେ ଖେଳିଥାନ୍ତି ଯେଉଁମାନଙ୍କ ହାତର କଚଡି କଟାଯାଇଥିବା କିମ୍ବା ଦିବ୍ୟାଙ୍ଗ ହୋଇଥିବେ । ଏହା ପୂର୍ବରୁ ପ୍ରୀତି ପାଲ ମଧ୍ୟ ଭାରତ ପାଇଁ ଇତିହାସ ରଚିଥିଲେ । ସେ ପାରାଅଲିମ୍ପିକ୍ସରେ ଦୁଇ ପଦକ ଜିତିଥିବା ପ୍ରଥମ ଟ୍ରାକ୍ ଏବଂ ଫିଲ୍ଡ ଆଥଲେଟ ବନିଛନ୍ତି ।

ପ୍ରୀତି ପାଲ 200 ମିଟର ଟି-35 ଫାଇନାଲ ଇଭେଣ୍ଟରେ 30.01 ସେକେଣ୍ଡରେ ଦୌଡ ଶେଷ କରି ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବା ସହିତ କାଂସ୍ୟ ପଦକ ଜିତିଛନ୍ତି । 23 ବର୍ଷୀୟା ପ୍ରୀତି ଗୋଟିଏ ଅଲିମ୍ପିକ୍ସରେ ଦୁଇ ଦୁଇଟି କାଂସ୍ୟ ପଦକ ଜିତିଥିବା ଦ୍ବିତୀୟ ଭାରତୀୟ ମହିଳା ଆଥଲେଟ ବନିଛନ୍ତି । ଏହା ପୂର୍ବରୁ ସୁଟିଂରେ ଅବନୀ ଲେଖରା ମଧ୍ୟ ଚଳିତ ପ୍ୟାରିସ ପାରାଅଲିମ୍ପିକ୍ସରେ ଗୋଟିଏ ଗୋଲ୍ଡ ଏବଂ ଗୋଟିଏ କାଂସ୍ୟ ଜିତିଛନ୍ତି ।

Last Updated : Sep 2, 2024, 12:00 PM IST

ABOUT THE AUTHOR

...view details