କଟକ: ଓସିଏ ପାଇଲା ନୂଆ ସଭାପତି । ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ନିର୍ବାଚନରେ ନିର୍ଦ୍ୱନ୍ଦରେ ପଙ୍କଜଙ୍କ ନାମରେ ମୋହର ବାଜିଛି । ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଓଡିଶା କ୍ରିକେଟ ସଂଘ ସଭାପତି ଦାୟିତ୍ୱ ସମ୍ଭାଳିବେ ସେ । ଏନେଇ ଆଜି ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ପଙ୍କଜ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦା । ପୂର୍ବରୁ ମଧ୍ୟ ଓସିଏର ଉପ ସଭାପତି ଦାୟିତ୍ୱ ତୁଲାଇ ସାରିହନ୍ତି ପଙ୍କଜ ଲୋଚନ ମହାନ୍ତି।
ଦ୍ବିତୀୟ ଥର ଓସିଏ ସଭାପତି ହେଲେ ପଙ୍କଜ:
ପୂର୍ବରୁ ମଧ୍ୟ ଓସିଏର ଉପ ସଭାପତି ଦାୟିତ୍ୱ ତୁଲାଇ ସାରିହନ୍ତି ପଙ୍କଜ ଲୋଚନ ମହାନ୍ତି । 2019ରୁ 2022 ପର୍ଯ୍ୟନ୍ତ ସେ ଓସିଏ ସଭାପତି ଦାୟିତ୍ବରେ ଥିଲେ । ଏହାପରେ 2022 ମସିହାରେ ହୋଇଥିବା ନିର୍ବାଚନରେ ଓସିଏର ସଭାପତି ହୋଇଥିଲେ ପ୍ରଣବ ପ୍ରକାଶ ଦାସ ଓ ଉପସଭାପତି ହୋଇଥିଲେ ପଙ୍କଜ ଲୋଚନ ମହାନ୍ତି । ହେଲେ କାର୍ଯ୍ୟକାଳ ସରିବା ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ଇସ୍ତଫା ଦେଇଥିଲେ ବବି ଦାସ । ଯାହା ଫଳରେ ନିୟମ ଅନୁଯାୟୀ, 45 ଦିନ ମଧ୍ୟରେ ନୂଆ ସଭାପତି ଚୟନ କରିବା ନେଇ ଓସିଏ ପକ୍ଷରୁ ସୂଚନା ଜାରି କରାଯାଇଥିଲା । 2025 ଜାନୁଆରୀ ୧୩ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନେଇ ବିଜ୍ଞପ୍ତି ଜାରି ହୋଇଥିଲା । ଏହାପରେ ଫେବୃଆରୀ 15 ତାରିଖରୁ ବିଧିବଦ୍ଧ ନିର୍ବାଚନ ପ୍ରକ୍ରିୟା ଆଧାରରେ ଆଜି ନିର୍ଦ୍ୱନ୍ଦ୍ବରେ ସଭାପତି ଭାବରେ ପଙ୍କଜ ଲୋଚନ ମହାନ୍ତିଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଛି ଓଡିଶା କ୍ରିକେଟ ସଂଘ।
ଏହା ମଧ୍ୟ ପଢନ୍ତୁ-OCAରୁ ବବି ଦାସ ଆଉଟ୍, ସଭାପତି ପଦରୁ ଦେଲେ ଇସ୍ତଫା - BABI DAS QUIT OCA