କଟକ: ବିସିସିଆଇ(BCCI) ଘରୋଇ ସିଜିନ ୨୩ ବର୍ଷରୁ କମ ରାଜ୍ୟ 'ଏ' ପ୍ରତିଯୋଗିତା ପାଇଁ ଘୋଷଣା ହେଲା 18 ଜଣିଆ ଓଡ଼ିଶା ଦଳ । ସାୱନ ପହରିୟାଙ୍କୁ ମିଳିଛି ଅଧିନାୟକ ଦାୟିତ୍ବ । ସାୱନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଓଡ଼ିଶା । ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଘୋଷଣା କରାଯାଇଛି । ଦଳରେ ସାମିଲ ହୋଇଛନ୍ତି ଉଭୟ ଯୁବ ଏବଂ ଅଭିଜ୍ଞ ଖେଳାଳି ।
୧୫ରୁ ଓଡ଼ିଶା ଅଭିଯାନ:
ଆସନ୍ତା ୧୫ ତାରିଖରୁ ଓଡି଼ଶା ରାଜ୍ୟ 'ଏ' ପ୍ରତିଯୋଗିତା ଅଭିଯାନ ଆରମ୍ଭ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ମ୍ୟାଚ ଖେଳିବ ଓଡ଼ିଶା । ପ୍ରଥମ ମ୍ୟାଚ ଅରୁଣାଚଳ ପ୍ରଦେଶ ଓ ଦ୍ବିତୀୟ ମ୍ୟାଚରେ ଜମ୍ମୁ କାଶ୍ମୀର ମଧ୍ୟରେ ମୁକାବିଲା ହେବ । ଏହି ଚୟନ ପାଇଁ ଓଡ଼ିଶା ଟିମ ଅନେକ ଅଭ୍ୟାସ ମ୍ୟାଚ ଖେଳିଛି । ସେହିପରି ବିଭିନ୍ନ ଗ୍ରାଉଣ୍ଡରେ କ୍ୟାମ୍ପ ଜରିଆରେ ଖେଳାଳିମାନଙ୍କୁ ଚୟନ କରିଛି ଓଡ଼ିଶା କ୍ରିକେଟ ଆସୋସିଏନ-ଓସିଏ(OCA) । ଆଗାମୀ ପ୍ରତିଯୋଗିତାରେ ଓଡ଼ିଶା ନିଶ୍ଚୟ ଭଲ କରିବା ନେଇ ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।
- ଓଡ଼ିଶା ଦଳରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି
- ବ୍ୟାଟିଂରେ ସୁଜଲ କୁମାର ସିଂ, ଓମ୍. ଟି. ମୁଣ୍ଡେ, ସାଇଦୀପ ମହାପାତ୍ର, ଦୀନେଶ କୁମାର ମାଝୀ, ପାନାକାଲା ଶଶାଙ୍କ ଏବଂ ମହମ୍ମଦ ସୋହେଲ ଖାନ
- ବୋଲିଂ ସମ୍ଭାଳିବେ ମିଲନ ବିଶ୍ୱାଳ, ସୁଶୀଲ କୁମାର ବାରିକ, ବାଦଲ ବିଶ୍ୱାଳ, ଆଶୁତୋଷ ମାରାଣ୍ଡି
ଏହା ମଧ୍ୟ ପଢନ୍ତୁ-PCBକୁ BCCIର କଡା ଜବାବ, ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲକୁ ନେଇ ICCକୁ ଉତ୍ତର ଦେଲା ଭାରତ