ଓଡିଶା

odisha

ETV Bharat / sports

ଅଲମ୍ପିକ୍ସରେ ହକି ଦଳକୁ ପଦକ; କଳିଙ୍ଗରେ ବିଜୟ ଉତ୍ସବ, ଖେଳାଳିଙ୍କ ସହ କେକ କଟିଲେ ମୁଖ୍ୟମନ୍ତ୍ରୀ ମୋହନ - celebration at Kalinga Stadium - CELEBRATION AT KALINGA STADIUM

Sports Minister Suryabansi Suraj and other senior officials attended the grand event at the iconic Kalinga Stadium in Bhubaneswar: ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଭାରତୀୟ ହକିରେ ଯାହାଙ୍କ ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଏବଂ ପ୍ରେରଣାର ଉତ୍ସ । ବିଶ୍ୱମଞ୍ଚରେ ଭାରତୀୟ ହକି ଦଳର ସଫଳତା । କ୍ରମାଗତ ବିଜୟ ସେମାନଙ୍କ ଦୃଢ଼ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମର ପ୍ରମାଣ ପ୍ରଦାନ ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିକ ପଢନ୍ତୁ

Kalinga Stadium in Bhubaneswar
Kalinga Stadium in Bhubaneswar (ETV Bharat Odisha)

By ETV Bharat Sports Team

Published : Aug 10, 2024, 9:46 AM IST

ଭୁବନେଶ୍ବର: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମରେ କ୍ରୀଡାବିତଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି । ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେକ କାଟି ପିଲାମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇଛନ୍ତି । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ରାଜ୍ୟ ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ଏହି ଉତ୍ସବରେ ଯୋଗ ଦେଇଛନ୍ତି ।

Kalinga Stadium in Bhubaneswar (ETV Bharat Odisha)

ଏହା ବି ପଢନ୍ତୁ- ହକି ଦଳ ଉପରେ ଅର୍ଥ ବର୍ଷା: ଅମିତଙ୍କୁ 4 କୋଟି, ପ୍ରତ୍ୟେକ ଖେଳାଳିଙ୍କୁ 15 ଲକ୍ଷ, ଓଡିଶା ଆସିବାକୁ ଆମନ୍ତ୍ରଣ କଲେ ମୋହନ, କଥା ହେଲେ ନବୀନ - Odisha Announce Cash Award Hockey

କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ :-
ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟେକ ଖେଳାଳୀଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି । ଓଡ଼ିଆ ଖେଳାଳୀ ଅମିତ ରୋହୀଦାସଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଛନ୍ତି ।

ବିଜୟ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆଜିର ଏ କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ । ଆମ ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ରଚିଲା ଇତିହାସ । ଅଲମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ ରେ ବିଶ୍ୱବାସୀ ହେଲେ ଅଭିଭୂତ । ଓଡ଼ିଶା ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି ।"

Kalinga Stadium in Bhubaneswar (ETV Bharat Odisha)
Kalinga Stadium in Bhubaneswar (ETV Bharat Odisha r)



ଭାରତୀୟ ହକିକୁ ସମସ୍ତ ସାହାଯ୍ୟ ଯୋଗାଇବାକୁ ଓଡ଼ିଶା ତତ୍ପର:-
ମୁଖ୍ୟମନ୍ତ୍ରୀ କହିଛନ୍ତି, "ହକି ଦଳ ରାଜ୍ୟ ତଥା ଦେଶକୁ ଗର୍ବିତ କରିଛନ୍ତି । ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ ମାନଙ୍କୁ ପ୍ରେରଣା ଦେଇଛନ୍ତି । ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଭାରତୀୟ ହକିରେ ଯାହାଙ୍କ ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଏବଂ ପ୍ରେରଣାର ଉତ୍ସ । ବିଶ୍ୱମଞ୍ଚରେ ଭାରତୀୟ ହକି ଦଳର ସଫଳତା । କ୍ରମାଗତ ବିଜୟ ସେମାନଙ୍କ ଦୃଢ଼ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମର ପ୍ରମାଣ ପ୍ରଦାନ ଦେଇଛି । ଭାରତୀୟ ହକି ଦଳକୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାରେ ଓଡ଼ିଶା ସରକାର ତତ୍ପର ଏବଂ ପ୍ରତିଶ୍ରୁତିବଦ୍ଧ । ଖେଳାଳିଙ୍କ ପାଇଁ ସବୁବେଳେ ଛିଡ଼ା ହେବା ସହ ସେମାନଙ୍କୁ ତୃଣମୂଳସ୍ତରରୁ ବିଶ୍ଵମଞ୍ଚକୁ ଯିବାରେ ସାହାଯ୍ୟ କରିବୁ । ଆମ ସରକାର ଆଗକୁ ଆସି ଏହା ସୁନିଶ୍ଚିତ କରାଇବେ । ଆମ ରାଜ୍ୟର ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସୁନାମ ଆଣିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details