ETV Bharat / sports

ରୋହିତଙ୍କ ନାମରେ ଅଲୋଡା ରେକର୍ଡ, ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ - ROHIT SHARMA EMBARRASSING RECORD

ଭାରତୀୟ ଦଳର ଅଧିନାୟକ ଭାବେ ଲଜ୍ଜାଜନକ ରେକର୍ଡ କଲେ ରୋହିତ । ପ୍ରଥମ ଅଧିନାୟକ ଭାବେ ସିରିଜ ଅଧାରୁ ଏକଦାଶରୁ ବାଦ ପଡିଲେ ।

ROHIT SHARMA EMBARRASSING RECORD
ROHIT SHARMA EMBARRASSING RECORD (AP Photo)
author img

By ETV Bharat Odisha Team

Published : Jan 3, 2025, 10:34 AM IST

Updated : Jan 3, 2025, 10:46 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ । ପ୍ରଥମ ଅଧିନାୟକ ଭାବେ ଅଲୋଡା ରେକର୍ଡ କଲେ ରୋହିତ ଶର୍ମା । ସିରିଜ ଅଧାରୁ ଏକଦାଶରୁ ବାଦ ପଡିଲେ ହିଟ୍‌ ମ୍ୟାନ । ରୋହିତ ହେଉଛି ପ୍ରଥମ ଖେଳାଳି ଯାହାଙ୍କ ସହ ଏପରି ହୋଇଛି । ବର୍ଡର ଗାଭାସ୍କର ଟ୍ରଫିର ୩ଟି ମ୍ୟାଚରେ ଫର୍ମରେ ନଥିବା ବେଳେ ତାଙ୍କ ଅଧିନାୟକତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଯାହା ଫଳରେ ତାଙ୍କୁ ଅନ୍ତିମ ଟେଷ୍ଟ ମ୍ୟାଚ ଏକାଦଶରେ ସ୍ଥାନ ମିଳିପାରିନାହିଁ । ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଏପରି କମ୍‌ ଦେଖିବାକୁ ମିଳେ ।

ରୋହିତ ଶର୍ମା ପ୍ରଥମ ଅଧିନାୟକ ଯିଏକି ଏକାଦଶରୁ ବାଦ ପଡିଛନ୍ତି:

ରୋହିତ ଶର୍ମା ପ୍ରଥମ ଭାରତୀୟ ଅଧିନାୟକ ଯିଏକି ସିରିଜ ମଝିରୁ ଏକାଦଶରୁ ବାଦ ପଡିଛନ୍ତି। ସିଡନୀ ଟେଷ୍ଟରେ ତାଙ୍କ ବଦଳରେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ମାତ୍ର 4 ଥର ଘଟିଛି, ଯେଉଁଠାରେ ଜଣେ ଅଧିନାୟକ ସିରିଜ୍ ମଝିରେ ଏଦାଦଶରୁ ଆଉଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସିଡନୀ ଟେଷ୍ଟ: କାମ ଦେଉନି ବୁମରାଙ୍କ ରଣନୀତି, ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ - AUS VS IND

ନଜର ପକାନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ସିରିଜ ଅଧାରୁ ଏକଦାଶରୁ ବାଦ ପଡିଥିବା ଖେଳାଳିଙ୍କ ଉପରେ ...

ମାଇକ୍ ଡେନିସ୍ (ଇଂଲଣ୍ଡ) : ମାଇକ୍ ଡେନିସଙ୍କୁ 1974ରେ ଆଶେସର ଚତୁର୍ଥ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଜନ୍ ଏଣ୍ଡ୍ରିଚ୍ ଅଧିନାୟକ ହୋଇଥିଲେ।

ମିସବା-ଉଲ୍-ହକ୍ (ପାକିସ୍ତାନ): 2014 ରେ, ତତ୍କାଳୀନ ପାକିସ୍ତାନ ଅଧିନାୟକ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ODI ଖେଳିନଥିଲେ । ତାଙ୍କ ସ୍ଥାନରେ ଶାହୀଦ ଆଫ୍ରିଦିଙ୍କୁ ଦଳର ଅଧିନାୟକ କରାଯାଇଥିଲା ।

ଦୀନେଶ ଚାନ୍ଦିମାଲ (ଶ୍ରୀଲଙ୍କା) : 2014 ଟି -20 ବିଶ୍ୱକପ୍‌ରେ ଦୀନେଶ ଚାନ୍ଦିମାଲ ସେମିଫାଇନାଲ ଏବଂ ଫାଇନାଲ ସମେତ ଟୁର୍ନାମେଣ୍ଟର ଶେଷ 3 ମ୍ୟାଚ୍ ଖେଳିନଥିଲେ । ଏହି ତିନୋଟି ମ୍ୟାଚ୍ ପାଇଁ ଶ୍ରୀଲଙ୍କାର କିମ୍ବଦନ୍ତୀ ଲାସିଥ୍ ମାଲିଙ୍ଗା ଅଧିନାୟକ ହୋଇଥିଲେ।

ରୋହିତ ଶର୍ମା: ଏହି ତାଲିକାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କ୍ରିକେଟ୍ ଇତିହାସରେ ଚତୁର୍ଥ ଅଧିନାୟକ ହୋଇପାରିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ତାଙ୍କୁ ଦଳରୁ ବାଦ ଦିଆଯାଇ ବୁମରାଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି ।

ଖରାପ ଫର୍ମରେ ରୋହିତ ଶର୍ମା

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଭାରତୀୟ ଦଳର ନିୟମିତ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ଫର୍ମରେ ରହିଛନ୍ତି । ୩ଟି ମ୍ୟାଚ ଖେଳି ମାତ୍ର ୩୧ ରନ କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଶେଷ ମ୍ୟାଚର ଏକାଦଶରୁ ଆଉଟ କରାଯାଇଛି ।

Last Updated : Jan 3, 2025, 10:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.