ହାଇଦ୍ରାବାଦ:ନିକଟରେ ଭାରତ ଟି-୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଛି । ଟିମ୍ ଇଣ୍ଡିଆର ଏହି ଐତିହାସିକ ବିଜୟକୁ ସମଗ୍ର ଦେଶ ପାଳନ କରୁଛି । ଏହି ସମୟରେ ବିରାଟ କୋହଲିଙ୍କୁ ମ୍ୟାନ ଅଫ ମ୍ୟାଚ ହୋଇଥିଲେ । ଯାହା ପରେ ବିରାଟଙ୍କ ପାଇଁ ଅନୁଷ୍କା ରୋମାଣ୍ଟିକ ପୋଷ୍ଟ ଲେଖି ଶୁଭେଚ୍ଛା ଜଣାଇଥିଲେ । ବର୍ତ୍ତମାନ ଏହି ସମସ୍ତ ସଫଳତାର ଶ୍ରେୟ ବିରାଟ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦେଇଛନ୍ତି । ବିରାଟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ।
ବିରାଟ ନିଜ ଇନଷ୍ଟାଗ୍ରାମରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏଥିସହ ଏକ ହୃଦୟସ୍ପର୍ଶୀ ନୋଟ ମଧ୍ୟ ଲେଖିଛନ୍ତି । ବିରାଟ ଲେଖିଛନ୍ତି, ''ମୋର ପ୍ରେମ, ତୁମ ବିନା ଏହା କିଛି ସମ୍ଭବ ହୋଇ ନଥାନ୍ତା । ତୁମେ ମୋତେ ନମ୍ର ରଖ ଏବଂ ତୁମେ ସର୍ବଦା ସଚ୍ଚୋଟତାର ସହ କଥା ହୁଅ । ମୁଁ ତୁମ ପାଇଁ ଅଧିକ କୃତଜ୍ଞ । ଏହି ବିଜୟ ଯେତିକି ମୋର, ସେତିକି ତୁମର । ତୁମେ ମୋ ଜୀବନର ଅଂଶ ହୋଇଥିବାରୁ ଅନୁଷ୍କା ଶର୍ମା ଧନ୍ୟବାଦ ଏବଂ ମୁଁ ତୁମକୁ ଭଲ ପାଏ ।''
କହିରଖୁଛୁ କି, ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଥିଲା । ମ୍ୟାଚ ଜିତିବା ପରେ ବିରାଟ ନିଜ ପରିବାର ସହ ଭିଡିଓ କଲରେ କଥା ହୋଇଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପରେ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, ''ମୁଁ ଏହି ଲୋକକୁ ଭଲପାଉଛି । ବିରାଟ ତୁମକୁ ମୋ ଘର କହିବା ବେଳେ ମୋତେ ଅଧିକ ଖୁସି ଲାଗିଥାଏ । ବହୁତ ବହୁତ ଧନ୍ୟବାଦ ଏବଂ ଶୁଭେଚ୍ଛା ।''