ମୁମ୍ବାଇ:ଓ୍ବାଙ୍ଖଡେ ଷ୍ଟାଡିୟମରେ ଆତଙ୍କ ଖେଳାଇଲେ କୋଲକାତା ବୋଲର । ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଓ ଭେଙ୍କଟଶ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମୁମ୍ବାଇକୁ 24 ରନରେ ହରାଇଲା କୋଲକାତା ନାଇଟ ରାଇଡର୍ସ । ଚଳିତ ଆଇପିଏଲରେ ମୁମ୍ବାଇର ପରାଜୟ ଧାରା ଜାରି । ବିଫଳ ହେଲା ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ । ବୁମରା ଓ ତୁଷାରଙ୍କ ଘାତକ ବୋଲିଂ ବିଫଳ । ପଏଣ୍ଟ ଟେବୁଲର ନବମ ସ୍ଥାନରେ ପାଣ୍ଡ୍ୟା ବାହିନୀ ।
ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟା 7ଟା 30ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । 20 ଓଭର ଶେଷ ହେବା ପୂର୍ବରୁ ଦଳ ସମସ୍ତ ଓ୍ବିକେଟ ହରାଇ 169 ରନ କରିଥିଲା । ଆରମ୍ଭରୁ ମୁମ୍ବାଇର ଘାତକ ବୋଲିଂ ଯୋଗୁଁ ଦଳର ଟପ ଅର୍ଡର ଫେଲ୍ ମାରିଥିଲା । ସଲ୍ଟ, ସୁନିଲ, ଶ୍ରେୟଶ ଆୟର 10 ରନ କରିବା ପୂର୍ବରୁ ପାଭିଲିୟନକୁ ଫେରିଥିଲେ । 6 ଓଭର ମଧ୍ୟରେ ଦଳ 5ଟି ଓ୍ବିକେଟ ହରାଇଥିଲା । ଏହାପରେ ଏକା ପାଳି ସମ୍ଭାଳିଥିଲେ ଭେଙ୍କଟଶ । ସେ ଚତୁରତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଙ୍କୁ ସିଂ 9, ମନିଷ ପାଣ୍ଡେ 42 ରନ କରିଥିଲେ । ମୁମ୍ବାଇ ପକ୍ଷରୁ ବୁମରା 3, ତୁଷାର 3 ଓ ପାଣ୍ଡ୍ୟା 2ଟି ଓ୍ବିକେଟ ନେଇଥିଲେ ।