ଓଡିଶା

odisha

ETV Bharat / sports

ଆଜି ଡବଲ ହେଡର ମ୍ୟାଚ, ରାଜସ୍ଥାନ-ଲକ୍ଷ୍ନୌ ଏବଂ ମୁମ୍ବାଇ-ଗୁଜୁରାଟ - IPL 2024 - IPL 2024

IPL 2024: ଆଇପିଏଲରେ ଆଜି ରହିଛି 2ଟି ମ୍ୟାଚ । ପ୍ରଥମେ ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ ହେବ । ସନ୍ଧ୍ୟାରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ଗୁଜୁରାଟ । ଅଧିକ ପଢନ୍ତୁ

IPL 2024
IPL 2024

By ETV Bharat Odisha Team

Published : Mar 24, 2024, 12:13 PM IST

ହାଇଦ୍ରାବାଦ:ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି ଡବଲ ହେଡର ମ୍ୟାଚ । ଆଜି ପଞ୍ଚମ ଓ ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ-ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଗୁଜୁରାଟ ଟାଇଟନ୍ସ-ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ମ୍ୟାଚ 3ଟା 30 ଓ ଦ୍ବିତୀୟ ମ୍ୟାଚ ସନ୍ଧ୍ୟା 7ଟା 30ରେ ଖେଳାଯିବ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଚାରି ଦଳ । ପରସ୍ପରକୁ ଟକ୍କର ଦେବାକୁ ସମସ୍ତେ ପ୍ରସ୍ତୁତ ।

RR VS LSG: ଅପରାହ୍ନ 3ଟା 30 ମିନିଟରେ ସାୱାଇ ମାନସିଂ ଷ୍ଟାଡିୟମରେ ପ୍ରଥମ ମୁକାବିଲା ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯିବ । ଆରଆରର ଅଧିନାୟକ ରହିଛନ୍ତି ସଞ୍ଜୁ ସାମସନ ଓ ଲକ୍ଷ୍ନୌର ଅଧିନାୟକ ରହିଛନ୍ତି କେଏଲ ରାହୁଲ । ଗତ ସିଜିନରେ ଲକ୍ଷ୍ନୌର ପ୍ରଦର୍ଶନ ଭଲ ରହିଥିଲା । ମୋଟ 14 ମ୍ୟାଚ ଖେଳି ଦଳ 8ଟି ବିଜୟୀ ହେବା ସହ 17 ପଏଣ୍ଟରେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିଲା । ଚଳିତ ବର୍ଷ ମଧ୍ୟ ସେ ଭଲ ଖେଳିବେ ବୋଲି ଦଳ ଆଶା ରଖିଛି । ଆହତ ଜନିତ ସମସ୍ୟା ଯୋଗୁଁ କିଛି ମ୍ୟାଚ ଖେଳି ପାରିନଥିଲେ ରାହୁଲ । ଚଳିତ ବର୍ଷ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ।

ଅନ୍ୟପଟେ ରାଜସ୍ଥାନ ରୟାଲ ଗତ ବର୍ଷ 17ଟି ମ୍ୟାଚରୁ 7ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଥିଲା । ଦଳରେ ଧ୍ରୁବ ଜୁରେଲ, କୁନାଲ ସିଂ, ଶୁଭମ ଦୁବେ, ଜୟସ୍ବାଲଙ୍କ ପରି ଭଲ ବ୍ୟାଟର ରହିଛନ୍ତି ଦଳରେ । ଗତ ଥର ଜୟସ୍ବାଲଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ତେଣୁ ଚଳିତ ବର୍ଷ ମଧ୍ୟ ତାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ଦୁଇ ଦଳ ମଧ୍ୟରେ ଆଜି କାହର ବିଜୟ ହେବ ତାହା କହିବା କଷ୍ଟକର । ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ବିଜୟରୁ ଅଭିଯାନ ଆରମ୍ଭ କଲା KKR, ଶେଷ ଓଭରରେ ବାଜି ପଲଟାଇ ଦେଲେ ହର୍ଷିତ ରାଣା - IPL 2024

GT VS MI: ସନ୍ଧ୍ୟା 7ଟା30ରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଏହି ଦୁଇ ଦଳ ମଧ୍ୟରେ ଆଜି ଜବଦସ୍ତ ଫାଇଟ ଦେଖିବାକୁ ମିଳିବ । ଦିନେ ଗୁଜୁରାଟର ନେତୃତ୍ବ ନେଇ ଦଳକୁ ବିଜୟ କରାଉଥିଲେ, ଏବେ ସେହି ଦଳ ବିପକ୍ଷରେ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା । ସେପଟେ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ବ ତୁଲାଇବାକୁ ପ୍ରସ୍ତୁତ ଗିଲ । ଦୁଇ ଦଳରେ ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି । ଶୁବମନ ଗିଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଜିଟି ଓ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମୁମ୍ବାଇ । ଆଜିର ମ୍ୟାଚରେ କାହାର ବିଜୟ ହେବ ତାହା କହି ହେବ ନାହିଁ । ଗିଲ କିପରି ନିଜ ଦଳର ନେତୃତ୍ବ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । ଗତ ସିଜିନରେ ଗୁଜୁରାଟ ପଏଣ୍ଟ ଟେବୁଲରେ ଶୀର୍ଷ ରହି ମଧ୍ୟ ଫାଇନାଲରେ ପରାଜିତ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା ।

ABOUT THE AUTHOR

...view details