ହାଇଦ୍ରାବାଦ: ଆସନ୍ତା ଜୁଲାଇ 26 (ଶୁକ୍ରବାର)ଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ପ୍ୟାରିସ ଅଲିମ୍ପିକ୍ସ 2024 । ଏଥର 117 ଭାରତୀୟ ଆଥଲେଟ୍ ଭାରତକୁ ପଦକ ଆଣିବା ପାଇଁ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବେ । ତେବେ ଏପରି ମଧ୍ୟ ଆଥଲେଟ୍ ଏହି ଅଲିମ୍ପିକ୍ସ ଖେଳିବେ, ଯେଉଁମାନେ ଭାରତୀୟ ବଂଶୋଦ୍ଭବ ହୋଇଥିଲେ ହେଁ, ସେମାନେ ଭାରତୀୟଙ୍କୁ ଚେକ୍ ଦେଇ ବିଦେଶକୁ ମେଡାଲ ନେବାକୁ ଚେଷ୍ଟା କରିବେ । ଅନେକ ମୂଳ ଭାରତୀୟ ଆଥଲେଟ ସେମାନଙ୍କ ଦେଶ ତରଫରୁ ପ୍ୟାରିସ୍ ଗେମ୍ସରେ ଅଂଶଗ୍ରହଣ କରୁଛନ୍ତି । ଜାଣନ୍ତୁ କିଏ ଏମାନେ ଓ କଣ ରହିଛି ଏମାନଙ୍କ ରେକର୍ଡ,
ରାଜୀବ ରାମ- କର୍ଣ୍ଣାଟକ (ଟେନିସ, ୟୁଏସ୍ଏ):-
ଏହି ତାଲିକାରେ ସବୁଠାରୁ ଜଣାଶୁଣା ଆଥଲେଟ୍ ହେଉଛନ୍ତି ରାଜୀବ ରାମ, ଯିଏକି ଆମେରିକାର ଜଣେ ପ୍ରଖ୍ୟାତ ଟେନିସ୍ ଖେଳାଳି । 40 ବର୍ଷୀୟ ରାଜୀବ ରାମଙ୍କ ପିତାମାତା ଭାରତର ବେଙ୍ଗାଲୁରୁରୁ ଆମେରିକା ଚାଲିଯାଇଥିଲେ । ରାଜୀବଙ୍କ ଜନ୍ମ ଆମେରିକାର ଡେନଭରରେ । ରାଜୀବଙ୍କ ମା' ସୁଷମା ଜଣେ ବୈଜ୍ଞାନିକ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବାପା ରାଘବ ଅଗ୍ନାଶୟ କର୍କଟରେ ଏପ୍ରିଲ୍ 2019ରେ ମୃତ୍ୟୁ ବରଣ କରିଥିଲେ । ତେବେ ରାଜୀବ ଟେନିସ୍ ଖେଳରେ ଆମେରିକାରେ ବେଶ ଲୋକପ୍ରିୟ ।
2019 ଅଷ୍ଟ୍ରେଲୀୟ ଓପନରେ ମିଶ୍ରିତ ଯୁଗଳରେ ଭାରତୀୟ-ଆମେରିକୀୟ ରାଜୀବ ରାମ 34 ବର୍ଷ ବୟସରେ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ । ପରବର୍ତ୍ତୀ ସମୟରେ ସେ ଗୋଟିଏ ମିଶ୍ରିତ ଯୁଗଳରେ ଏବଂ 4ଟି ପୁରୁଷ ଯୁଗଳରେ ଏପରି ଆଉ 5ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ରାଜୀବ ରାମ ଏକକ ଏବଂ ଯୁଗଳରେ ମୋଟ 9ଟି ଜାତୀୟ ଜୁନିୟର ଟାଇଟଲ୍ ଜିତିଛନ୍ତି । ସେ କାର୍ମେଲରେ ହାଇସ୍କୁଲ ଟେନିସ୍ ଖେଳି All-State ସମ୍ମାନ ଅର୍ଜନ କରିବା ସହିତ ରାଜ୍ୟ ଏକକ ଚମ୍ପିଆନ୍ ହୋଇଥିଲେ ।
ଶାନ୍ତି ପରେରା- କେରଳ (ସିଙ୍ଗାପୁର, ଆଥଲେଟିକ୍ସ):-
ସିଙ୍ଗାପୁରର 'ସ୍ପ୍ରିଣ୍ଟ କ୍ବିନ୍' ଭାବେ ଜଣାଶୁଣା ଭେରୋନିକା ଶାନ୍ତି ପରେରା ମୂଳତଃ କେରଳର । ତାଙ୍କ ଜେଜେବାପା ଥିରୁବନନ୍ତପୁରମ ନିକଟସ୍ଥ ଭେଟ୍ଟୁକୁଡ଼ର ଅଟନ୍ତି । ଶାନ୍ତିଙ୍କ ଜେଜେବାପା ସିଙ୍ଗାପୁରରେ ଚାକିରି ପାଇବା ପରେ ପତ୍ନୀଙ୍କୁ ଧରି ଭାରତ ଛାଡିଥିଲେ । ଗତବର୍ଷ ମହିଳା 100 ମିଟର ଟ୍ରାକ ଏବଂ ଫିଲ୍ଡରେ ରୌପ୍ୟ ପଦକ ଜିତି ଥିଲେ ଶାନ୍ତି ପରେରା । ଏହା ସହିତ ସେ କ୍ରୀଡ଼ାରେ ସିଙ୍ଗାପୁରର 49 ବର୍ଷର ପଦକ ଅପେକ୍ଷାରେ ବିରାମ ଲଗାଇଥିଲେ । ସେ ସିଙ୍ଗାପୁର ସ୍ପୋର୍ଟସ ସ୍କୁଲରେ ଯୋଗ ଦେବାପରେ ସେ ନ୍ୟାସନାଲ ସ୍କୁଲ ଗେମ୍ସରେ ରେକର୍ଡ ସୃଷ୍ଟି କରିଥିଲେ । 2009ରେ ସେ ତାଙ୍କ ବିଦ୍ୟାଳୟର ଅଣ୍ଡର-14 ରିଲେ ଦଳକୁ ଥାଇଲ୍ୟାଣ୍ଡ ସ୍ପୋର୍ଟସ ସ୍କୁଲ ଗେମ୍ସରେ 4 x 400 ମିଟର ଦୌଡ଼ରେ ଶୀର୍ଷରେ ପହଞ୍ଚାଇଥିଲେ ।
ଶାନ୍ତି ପରେରା ଅନେକ ରେକର୍ଡ ସ୍ଥାପନ କରିଛନ୍ତି, ଯେଉଁଥିରେ 200 ମିଟର ଅତିକ୍ରମ କରିବାକୁ ସେ SEA ଗେମ୍ସରେ 22.69 ସେକେଣ୍ଡର ରେକର୍ଡ ଏବଂ ଏସୀୟ ଆଥଲେଟିକ୍ସ ଚମ୍ପିଆନସିପରେ 22.70 ସେକେଣ୍ଡର ରେକର୍ଡ ସାମିଲ କରିଛନ୍ତି । ଫେବୃଆରୀ 2014ରୁ ମାର୍ଚ୍ଚ 2024 ମଧ୍ୟରେ ସେ ସମଗ୍ର ବିଶ୍ବରେ ମୋଟ 6ଟି ଜାତୀୟ ରେକର୍ଡ ଭାଙ୍ଗିଛନ୍ତି । ଏଭଳି ସଫଳତା ପାଇଁ ତାଙ୍କୁ ସିଙ୍ଗାପୁରର 'ସ୍ପ୍ରିଣ୍ଟ୍ କ୍ବିନ୍' କୁହାଯାଏ ।
ପୃଥିକା ପାଭେଡେ- ପଣ୍ଡିଚେରୀ (ଫ୍ରାନ୍ସ, ଟେବୁଲ ଟେନିସ୍):-