ଓଡିଶା

odisha

ETV Bharat / sports

କ୍ରିକେଟକୁ ଅଶ୍ୱିନଙ୍କ ଅଲବିଦା, ଅବଦାନ ପାଇଁ BCCIର ଅଭିନନ୍ଦନ - R ASHWIN ANNOUNCES RETIREMENT

ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେନି ରବିଚନ୍ଦ୍ରନ ଅଶ୍ୱିନ । ଗାବା ଟେଷ୍ଟରେ ଅବସର ଘୋଷଣା କଲେ ଲିଜେଣ୍ଡାରୀ ଅଫ୍ ସ୍ପିନର ।

Ravichandran Ashwin
Ravichandran Ashwin (ANI)

By ETV Bharat Odisha Team

Published : 6 hours ago

Updated : 5 hours ago

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କଲେଭାରତୀୟ କ୍ରିକେଟର ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଏନେଇ ଭାରତୀୟ କ୍ରିକେଟ ବୋର୍ଡ ‘ବିସିସିଆଇ’ ପକ୍ଷରୁ ସ୍ପଷ୍ଟ କରାଯାଇଛିସେପଟେ ଇଣ୍ଡିଆ- ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ଡ୍ର’ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଡ୍ର’ ହେବାପରେ 38 ବର୍ଷୀୟ ଅଶ୍ୱିନ ପ୍ରେସ କନଫରେସନ୍ସ ଜରିଆରେ ସନ୍ୟାସ ଘୋଷଣା କରିଛନ୍ତି । ଅଶ୍ବିନ କହିଛନ୍ତି, "ଆଜି ମୋର ଅନ୍ତର୍ଜାତୀୟ କ୍ରିକେଟରେ ଶେଷ ଦିନ ।’’

  • ସଫଳ କ୍ୟାରିୟର ପାଇଁ BCCI ଅଭିନନ୍ଦନ :-

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ବିସିସିଆଇ ପକ୍ଷରୁ ଏନେଇ ପୋଷ୍ଟ କରାଯାଇଛି । ଲେଖାଯାଇଛି,"ଧନ୍ୟବାଦ ଅଶ୍ୱିନ । ଭାରତୀୟ କ୍ରିକେଟ ଟିମର ଅଫ-ସ୍ପିନର ତଥା ଅଲରାଉଣ୍ଡର ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏକ କିମ୍ବଦନ୍ତୀ କ୍ୟାରିୟର ପାଇଁ ଅଭିନନ୍ଦନ ।"

ତୃତୀୟ ଟେଷ୍ଟର ଶେଷ ଦିନର ଆରମ୍ଭରୁ କେହି ଜଣେ ଭାରତୀୟ ଖେଳାଳି ସନ୍ୟାସ ନେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଟେଷ୍ଟ ମ୍ୟାଚର ଶେଷ ଦିନର ବିରାଟ କୋହଲି ଆର.ଅଶ୍ୱିନଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଥିଲେ । ଉଭୟଙ୍କ ମଧ୍ୟରୁ କେହି ଜଣେ ଅବସର ଘୋଷଣା କରିପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଯାଇଥିଲା । ତେବେ ଫ୍ୟାନ୍ସଙ୍କୁ ନିରାଶ କରି ଆର.ଅଶ୍ୱିନଙ୍କ ସନ୍ୟାସ ଘୋଷଣା ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି ।

  • ଅଶ୍ୱିନଙ୍କ କ୍ୟାରିୟର:

ଆର.ଅଶ୍ୱିନଙ୍କ ଅନ୍ତର୍ଜାତୀୟ କ୍ୟାରିଅର ବେଶ ଭଲ ରହିଛି । ଅଶ୍ୱିନଙ୍କ ନାମରେ ୫୩୭ ଟେଷ୍ଟ ଓ୍ବିକେଟ, ୧୫୬ ଦିନିକିଆ ଓ୍ବିକେଟ୍‌ ଓ ୭୨ ଟି-୨୦ ଓ୍ବିକେଟ୍‌ ରହିଛି । ଟେଷ୍ଟରେ ଅଶ୍ୱିନଙ୍କର ୬ଟି ଶତକ ମଧ୍ୟ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ପ୍ରତିଭା ଦେଖାଇଛନ୍ତି ଅଶ୍ୱିନ । ଟେଷ୍ଟ କ୍ରିକେଟରେ ଭାରତୀୟ ଖେଳାଳି ମଧ୍ୟରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଆର୍. ଅଶ୍ୱିନ୍ । ଅଶ୍ୱିନ ନିଜର ୧୩ ବର୍ଷର ଟେଷ୍ଟ କ୍ୟାରିୟରରେ ୫୩୭ ଓ୍ବିକେଟ ହାସଲ କରିଛନ୍ତି । ଯାହା ଭାରତୀୟ ଖେଳାଳି ଭାବେ ଦ୍ୱିତୀୟ ସର୍ବାଧିକ ଟେଷ୍ଟ ଓ୍ବିକେଟ ହାସଲକାରୀ ବୋଲର । ପୂର୍ବତନ ଭାରତୀୟ ଲେଗ ସ୍ପିନର ଅନିଲ କୁମ୍ବଲେ ନିଜ ଟେଷ୍ଟ କ୍ୟାରିଅରରେ ୬୧୯ ଓ୍ବିକେଟ ସହ ସର୍ବାଧିକ ଓ୍ବିକେଟ ହାସଲ କରିଛନ୍ତି । ଦିନିକିଆରେ ୧୫୬ ଓ୍ବିକେଟ ନେଇଛନ୍ତି ଆର ଅଶ୍ୱିନ ।

Last Updated : 5 hours ago

ABOUT THE AUTHOR

...view details