ହାଇଦ୍ରାବାଦ:କ୍ରିକେଟରେ ଇତିହାସ ରଚିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର ରବି ବୋପାରା । ଗୋଟିଏ ଓଭରରେ 6 ଛକା ମାରି ନୂଆ ରେକର୍ଡ କରିଛନ୍ତି ରବି । ଏହି ରେକର୍ଡ କରିବାରେ ବିଶ୍ବର 12ତମ ଖେଳାଳି ହୋଇପାରିଛନ୍ତି ସେ । ହଂକଂର ମଙ୍ଗ କକରେ ଚାଲିଥିଲା ଆନ୍ତର୍ଜାତୀୟ ସିକ୍ସସେ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ରବି । ଭାରତୀୟ ଦଳ ପକ୍ଷରୁ ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପା ଚତୁର୍ଥ ଓଭରରେ ବୋଲିଂ କରୁଥିବା ବେଳେ ତାଙ୍କ ବଲରେ ଜବରଦସ୍ତ ଲମ୍ବା ଲମ୍ବା ସଟ ମାରି ପ୍ରଥମ 5 ବଲରେ 5 ଟି ଲମ୍ବା ଛକା ମାରିଥିଲେ। ତା’ପରେ ଏକ ଓ୍ବାଇଡ ହୋଇଥିଲା । ଶେଷ ବଲରେ ଆଉ ଏକ ଲମ୍ବା ଛକା ମାରି ନିଜ ନାମରେ ନୂଆ ରେକର୍ଡ କରିଥିଲେ ଇଂଲଣ୍ଡର ଏହି ଅଲରାଉଣ୍ଡର ।
14 ବଲରେ 53 ରନ କଲେ ରବି:
ଭାରତ ବିପକ୍ଷ ମ୍ୟାଚରେ ରବି ବୋପାରା ଆକ୍ରମକ ବ୍ୟାଟିଂ କରିଥିଲେ । ବ୍ୟାଟିଂ କରିବାକୁ ଆସି ମାତ୍ର 14ଟି ବଲରେ 53 ରନ୍ କରି ପାଭିଲିୟନକୁ ଫେରିଯାଇଥିଲେ । ସେହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ 378.57 ରହିଥିଲା । 53 ରନରେ 8ଟି ଛକା ରହିଛି । ବୋପାରାଙ୍କ ବ୍ୟତୀତ ପୂର୍ବତନ ଇଂଲଣ୍ଡ ଅଲରାଉଣ୍ଡର ସମିତ ପଟେଲ ମଧ୍ୟ ଭାରତ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ। ଓପନିଂ ବେଳେ ସେ ମୋଟ 18 ବଲର ସମ୍ମୁଖୀନ ହୋଇ 283.33 ଷ୍ଟ୍ରାଇକ୍ ହାରରେ 51 ରନ୍ କରିଥିଲେ । ଏଥିରେ 4ଟି ଚୌକା ଓ 5ଟି ଛକା ସାମିଲ ରହିଛି ।
ଏହା ମଧ୍ୟ ପଢନ୍ତୁ-6,6,6,6,6,6... ଇଂଲଣ୍ଡର ଗର୍ବ ଭାଙ୍ଗିଥିଲେ ଯୁବରାଜ, 6 ବଲରେ 6 ଛକା - Six Sixes In An Over
ଏହା ମଧ୍ୟ ପଢନ୍ତୁ-ଅସମ୍ଭବ ରେକର୍ଡ...! ନା ଚୌକା, ନା ଛକା; ଗୋଟିଏ ବଲରେ ହୋଇଥିଲା 286 ରନ - 286 Runs in 1 Ball
କିଏ ଜିତିଲା ମ୍ୟାଚ ?
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏହି ମ୍ୟାଚରେ 15 ରନରେ ଇଂଲଣ୍ଡ ବିଜୟୀ ହୋଇଥିଲା । ମଙ୍ଗ କକରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ 6 ଓଭରରେ 1 ୱିକେଟ୍ ହରାଇ 120 ରନ୍ ସଂଗ୍ରହ କରିଥିଲା। 121 ରନର ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ବିଜୟ ରନ ଲକ୍ଷ୍ୟର ପିଛା କରି 6 ଓଭରରେ 3 ୱିକେଟ୍ ହରାଇ ମାତ୍ର 105 ରନ୍ ସ୍କୋର କରିଥିଲା ମେନ ଇନ ବ୍ଲୁ। ଦଳ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ କରି ପୂର୍ବତନ କ୍ରିକେଟର କେଦାର ଯାଦବ ମାତ୍ର 15 ବଲରେ 48 ରନର ଅପରାଜିତ ରହିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ ।
ଗୋଟିଏ ଓଭରରେ 6 ଛକା ମାରିଥିବା କ୍ରିକେଟର:
ସାର୍ ଗ୍ୟାରି ସୋବର୍ସ
ରବି ଶାସ୍ତ୍ରୀ