ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ବଡ ବିପର୍ଯ୍ୟୟ । ଶ୍ରୀଲଙ୍କା ଦଳର ସ୍ପିନ ଯାଦୁରେ ଫସିଲେ ଭାରତୀୟ ବ୍ୟାଟର । ବିଜୟ ରନ ଲକ୍ଷ୍ୟ ହାସଲ ପୂର୍ବରୁ 7.4 ଓଭର ବାକି ଥାଇ ଅଲଆଉଟ ହେଲା ମେନ ଇନ ବ୍ଲୁ । 32 ରନରେ ରୋହିତ ବାହିନୀକୁ ପରାସ୍ତ କଲା ଘରୋଇ ଦଳ । ପ୍ରଥମ ମ୍ୟାଚ ଟାଇ ରହିବା ପରେ ଦ୍ବିତୀଯ ମ୍ୟାଚରେ ବିଜୟ ସହ 1-0ରେ ଆଗୁଆ ରହିଛି ଶ୍ରୀଲଙ୍କା । 6 ଓ୍ବିକେଟ ନେଇ ଘାତକ ସାବ୍ୟସ୍ତ ହେଲେ ଜେଫରି ଭାଣ୍ଡରସେ । ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି । ପ୍ରଥମେ ବ୍ୟାଟିଂ କରି 50 ଓଭରରେ 9 ଓ୍ବିକେଟ ହରାଇ 240 ରନ କରିଥିଲା ଶ୍ରୀଲଙ୍କା । 42.2 ଓଭରରେ ଭାରତ 208 ରନ କରି ଅଲ ଆଉଟ ହୋଇଥିଲା ।
ଶ୍ରୀଲଙ୍କାର ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ଫଳପ୍ରଦ:ଗତକାଲି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା କ୍ୟାପଟେନ ଚରିଥ ଆଶଲାଙ୍କା । ଯାହା ମ୍ୟାଚ ଶେଷରେ ଫଳପ୍ରଦ ହୋଇଥିଲା । ଟିମ୍ ଇଣ୍ଡିଆର ଘାତକ ବୋଲିଂ ସତ୍ବେ ଶ୍ରୀଲଙ୍କା ବ୍ୟାଟର ଲଢୁଆ ବ୍ୟାଟିଂ କରି 50 ଓଭରରେ 9 ଓ୍ବିକେଟ ହରାଇ 240 ରନ କରିଥିଲେ । ପ୍ରଥମ ଓଭରର ପ୍ରଥମ ବଲରେ ମହମ୍ମଦ ସିରାଜ ଓପନର ପାଥୁମଙ୍କୁ ଶୂନର ଆଉଟ କରିଥିଲେ । ଏହାପରେ ଅଭିଷ୍କା ଫେରନା୍ଡେ 40, କୁସଲ ମେଣ୍ଡିସ 30, ଚରିଥ 25, ଦୁନିଥ 39, କାମିନଣ୍ଡୁ 40 ରନ କରିଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର 30, କୁଳଦୀପ 2 ଓ ଅକ୍ସର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।