ଓଡିଶା

odisha

ETV Bharat / sports

ଭାରତୀୟ ବ୍ୟାଟରଙ୍କ ଫ୍ଲପ ସୋ ଜାରି; ୧୮୫ରେ ଅଲ ଆଉଟ ଟିମ୍ ଇଣ୍ଡିଆ, ସ୍କଟ ବୋଲାଣ୍ଡଙ୍କୁ ୪ ଓ୍ବିକେଟ - IND VS AUS 5TH TEST

କଙ୍ଗାରୁ ଦଳର ଘାତକ ବୋଲିଂ ଆଗରେ ଚିତ୍‌ପଟାଙ୍ଗ ଭାରତୀୟ ବ୍ୟାଟର । ୧୮୫ ରନରେ ପ୍ରଥମ ଇନିଂସ ଶେଷ କଲା ଭାରତ ।

Etv Bharat
Etv Bharat (AFP Photo)

By ETV Bharat Odisha Team

Published : Jan 3, 2025, 1:12 PM IST

Updated : Jan 3, 2025, 2:05 PM IST

ହାଇଦ୍ରାବାଦ: ସିଡନୀ ଟେଷ୍ଟର ପ୍ରଥମ ଦିନରେ ପ୍ରଥମ ଇନିଂସ ଶେଷ କଲା ଟିମ୍‌ ଇଣ୍ଡିଆ । କଙ୍ଗାରୁ ଦଳର ଘାତକ ବୋଲିଂ ଆଗରେ ଚିତ୍‌ପଟାଙ୍ଗ ଭାରତୀୟ ବ୍ୟାଟର । କାମ ଦେଲାନି ବୁମରାଙ୍କ ରଣନୀତି । ସ୍କଟ ବୋଲାଣ୍ଡ ଓ ମିଚେଲ ଷ୍ଟାର୍କଙ୍କ ବଲରେ ଘାଇଲା ହୋଇ ଆଉଟ ହେଲେ ଜଣଙ୍କ ପରେ ଜଣେ ବ୍ୟାଟର । ରନ୍‌ କରିବାରେ ଟପ୍‌ ଅର୍ଡର, ମିଡିଲ ଅର୍ଡର ଫେଲ । ସର୍ବାଧିକ ୪୦ ରନ କରିଛନ୍ତି ଋଷଭ ପନ୍ତ । ୭୨.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୮୫ ରନରେ ଅଲଆଉଟ ହେଲା ଭାରତ । ଏବେ କେବଳ ବୋଲରଙ୍କ ଉପରେ ଭାରତୀୟ ଦଳର ଭାଗ୍ୟ । ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୩ ଓଭର ବ୍ୟାଟିଂ କରି ଗୋଟିଏ ଓ୍ବିକେଟ ହରାଇ ୯ ରନ କରିଛି । ବୁମରା ନେଲେ ପ୍ରଥମ ଓ୍ବିକେଟ ।

କଙ୍ଗାରୁ ଦଳର ବୋଲିଂରେ ଚିତପଟାଙ୍ଗ ଭାରତୀୟ ଖେଳାଳି:

ଆଜି ସକାଳ ୫ଟା ସମୟରେ ସିଡନୀ ଗ୍ରାଉଣ୍ଡରେ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା । ଏକାଦଶରୁ ବାଦ ପଡିଥିଲେ ରୋହିତ ଶର୍ମା, ଦଳର ଅଧିନାୟକ ହୋଇଥିଲେ ବୁମରା। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ବୁମରା ବାହିନୀ । ଆଶା କରାଯାଉଥିଲା ଏଥର ଦଳର ବ୍ୟାଟିଂରେ ସୁଧାର ଆସିବ। କିନ୍ତୁ ପୂର୍ବ ପରି ସମାନ ସ୍ଥିତି ରହିଥିଲା । ଦଳୀୟ ରନ ୫୭ ହୋଇଥିବା ବେଳେ ୩ ଟି ଓ୍ବିକେଟ ହରାଇଥିଲା ଭାରତ । କଙ୍ଗାରୁ ଦଳର ବୋଲିଂକୁ ସାମ୍ନା କରିପାରିନଥିଲେ ଭାରତୀୟ ଦଳର ଟପ ଅର୍ଡର ଓ ମିଡିଲ ଅର୍ଡର । କୌଣକିବି ଖେଳାଳି ବଡ ଇନିଂସ ଖେଳିପାରିନଥିଲେ । ଋଷଭ ପନ୍ତ ସର୍ବାଧିକ ୯୮ ବଲରେ ୪୦ ରନ କରିଥିଲେ । ଜୟସ୍ବାଲ ୧୦, ରାହୁଲ ୪, ଶୁବମନ ଗିଲ ୨୦, କୋହଲି ୧୭, ଜାଡେଜା ୨୬, ନୀତିଶ୦, ଓ୍ବାସିଂଟନ ସୁନ୍ଦର ୧୪, ପ୍ରଶିଦ୍ଧ କ୍ରିଷ୍ଣା ୩, ବୁରା ୨୨ ଓ ସିରାଜ ୩ ରନ କରି ଆଉଟ ହୋଇଥିଲେ । କଙ୍ଗାରୁ ଦଳ ସ୍କଟ ବୋଲଣ୍ଡ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୩ ଓ ପ୍ୟାଟ କମିନ୍ସ ୨ଟି ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରୋହିତଙ୍କ ନାମରେ ଅଲୋଡା ରେକର୍ଡ, ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ - ROHIT SHARMA EMBARRASSING RECORD

ଏହା ମଧ୍ୟ ପଢନ୍ତୁ-ସିଡନୀ ଟେଷ୍ଟ: କାମ ଦେଉନି ବୁମରାଙ୍କ ରଣନୀତି, ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ - AUS VS IND

ଏବେ କେବଳ ଭରସା ଭାରତୀୟ ବୋଲର:

ବ୍ୟାଟରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ସିରିଜରେ ମ୍ୟାଚ୍ ଜିତିବାକୁ ବୋଲରଙ୍କ ଉପରେ ଚାପ ପୁଣି ଥରେ ଆସିଛି। ଏହି ମ୍ୟାଚରେ ବିଜୟୀ ହେବାକୁ ହେଲେ ବୋଲରଙ୍କୁ ଘାତର ବୋଲିଂ କରିବାକୁ ପଡିବ । ପୁରା ସିରିଜରେ ବୁମରାଙ୍କ ପ୍ରଦର୍ଶନ ଭଲ ରହିଛି । ଆଜି କଙ୍ଗାରୁ ଦଳ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ସେ ପ୍ରଥମ ଓ୍ବିକେଟ ନେଇଛନ୍ତି । ବୁମରା, ନୀତିଶ କୁମାର, ମହମ୍ମଦ ସିରାଜ ଓ କ୍ରିଷ୍ଣାଙ୍କ ବୋଲିଂ ଉପରେ ଭାରତୀୟ ଦଳର ଭାଗ୍ୟ ନିର୍ଦ୍ଧାରଣ କରୁଛି ।

Last Updated : Jan 3, 2025, 2:05 PM IST

ABOUT THE AUTHOR

...view details