ନୂଆଦିଲ୍ଲୀ:ବିବାହ ବନ୍ଧନରେ ବାନ୍ଧି ହେବେ କି ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମି ଓ ଟେନିସ ତାରକା ସାନିଆ ମିର୍ଜା ? ଉଭୟଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏନେଇ କୌଣସିବି ପ୍ରତିକ୍ରିୟା ରଖିନାହାନ୍ତି ଦୁଇ ଖେଳାଳି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ଖବରକୁ ନେଇ ମୁହଁ ଖୋଲିଛନ୍ତି ସାନିଆଙ୍କ ବାପା ଇମ୍ରାନ ମିର୍ଜା । ଏହି ଖବର ଗୁଜବ ହୋଇଥିବା ସେ କହିଛନ୍ତି ।
ଇମ୍ରାନ ମିର୍ଜା କହିଛନ୍ତି ଯେ, ସାମିଆ ଓ ଶାମିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଯେଉଁ ଖବର ଘୁରି ବୁଲୁଛି ତାହା ସମ୍ପୂର୍ଣ୍ଣ ମିଛ । କେବେବି ଆମେ ଶାମିକୁ ଭେଟି ନାହିଁ । ସାନିଆ ବର୍ତ୍ତମାନ ହଜ୍ ଯାତ୍ରାରେ ବ୍ୟସ୍ତ ଅଛି । କିଛି ଦିନ ପୂର୍ବେ ଷ୍ଟାର ପ୍ଲେୟାର ହଜକୁ ଯିବା ବିଷୟରେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଗତ 5 ମାସ ପୂର୍ବରୁ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସହ ସାନିଆଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସୋଏବ ଦ୍ୱିତୀୟ ବିବାହ କରିଛନ୍ତି । ଏଭଳି ପରିସ୍ଥିତିରେ ସାନିଆଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଶାମି ଏବଂ ସାନିଆଙ୍କ ବିବାହ ଖବର କେବଳ ଏକ ଗୁଜବ ।
ଏହା ମଧ୍ୟ ପଢନ୍ତୁ-ଶାମି ଜଣେ ଖରାପ ମଣିଷ, ତାଙ୍କୁ ଭଗବାନ ଦଣ୍ଡ ଦେବେ: ହସୀନ ଜହାଁ