ETV Bharat / sports

426 ଦିନ ପରେ ନିଜ ଘରେ ଟି-20 ମ୍ୟାଚ ହାରିଲା ଟିମ୍ ଇଣ୍ଡିଆ ? ଜାଣନ୍ତୁ ପରାଜୟର 5 ବଡ କାରଣ - INDIA VS ENGLAND 3RD T20

ତୃତୀୟ ମ୍ୟାଚରେ ଭାରତର ପରାଜୟ ପଛର କଣ ରହିଛି 5ଟି ବଡ କାରଣ ।

IND VS ENG 3RD T20I
IND VS ENG 3RD T20I (AFP Photo)
author img

By ETV Bharat Odisha Team

Published : Jan 29, 2025, 3:37 PM IST

ରାଜକୋଟ (ଗୁଜୁରାଟ): ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ମଙ୍ଗଳବାର ଦିନ ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚରେ ଭାରତ 26 ରନରେ ପରାସ୍ତ ହୋଇଛି । ଅତିଥି ଦଳ ଇଂଲଣ୍ଡ ପକ୍ଷରୁ ଦିଆଯାଇଥିବା 172 ରନ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ନିର୍ଦ୍ଧିରତ 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 145 ରନ ସ୍କୋର କରିଥିଲା ।

ଟିମ୍ ଇଣ୍ଡିଆ ଗତକାଲିର ପରାଜୟ ପରେ ସିରିଜ ବର୍ତ୍ତମାନ 2-1 ସ୍ଥିତିରେ ରହିଛି । ଏପଟେ କୌଣସି ବିଦେଶୀ ଦଳ 426 ଦନ ପରେ ଭାରତକୁ ଘରୋଇ ପିଚରେ ଅନ୍ତର୍ଜାତୀୟ ଟି-20 ମ୍ୟାଚରେ ହରାଇଛି । ପୂର୍ବରୁ 2023 ମସିହା ନଭେମ୍ଭର 28 ତାରିଖରେ ଗୌହାଟୀରେ ଖେଳାଯାଇଥିବା ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 5 ଓ୍ବିକେଟରେ ହରାଇଥିଲା ।

ଅତିଥି ଦଳ ଇଂଲଣ୍ଡ ଏହି ମ୍ୟାଚରେ ବିଜୟ ପରେ 5 ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ 2-1 ସ୍ଥିତିରେ ରହିଛି । 172 ରନର ଲକ୍ଷ୍ୟକୁ ପିଛା କରି ଭାରତୀୟ ବ୍ୟାଟର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ କିନ୍ତୁ ଗୋଟିଏ ପରେ ଗୋଟିଏ ଓ୍ବିକେଟ ପତନ ପରେ ଚେସ୍ କରିବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ତେବେ ନିଜ ଘରେ ଇଂଲଣ୍ଡଠୁ ହାରିବାର କଣ ରହିଛି 5ଟି ପ୍ରମୁଖ କାରଣ ।

1- ଫିକା ପଡିଗଲା ଶାମୀଙ୍କ ରିଟର୍ନ୍ସ

ଭେଟେରାନ ଭାରତୀୟ ବୋଲର ମହମ୍ମଦ ଶାମୀଙ୍କ ରିଟର୍ନ୍ସ 436 ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫିକା ପଡିଗଲା । ଶାନଦାର ଫର୍ମରେ ଥିବା ବାମହାତୀ ବୋଲର ଅର୍ଶଦୀପ ସିଂଙ୍କ ବଦଳରେ ପ୍ଲେଇଂ 11ରେ ଶାମୀଙ୍କୁ ସ୍ଥାନ ମିଳିଥିଲା । କିନ୍ତୁ ଦମଦାର ପ୍ରଦର୍ଶନ କରିବାରେ ଫେଲ ମାରିଛନ୍ତି ଶାମୀ । ସେ ଗତକାଲି ମ୍ୟାଚରେ 3 ଓଭର ବୋଲିଂ କରି 25 ରନ ଖର୍ଚ୍ଚ କରି ଗୋଟିଏ ଓ୍ବିକେଟ ହାସଲ କରିଥିଲେ ।

2. ପୁଣି ଫେଲ୍ ମାରିଲେ ଓପନର ସାମସନ

ଇଂଲଣ୍ଡଠାରୁ ମ୍ୟାଚ ପରାଜୟର ଆଉ ଏକ ବଡ କାରଣ ଓପନର ସଞ୍ଜୁ ସାମସନ ଲଗାତାର ଭାବେ ତୃତୀୟ ମ୍ୟାଚରେ ଫେଲ ମାରିବା । ଟାର୍ଗେଟ ପିଛା କରି 3ଟି ମ୍ୟାଚରେ ସାମସନ ଫ୍ଲପ୍ ହୋଇଛନ୍ତି । ଅଭିଷେକ ଶର୍ମା ବିସ୍ଫୋରକ ଆରମ୍ଭ କରୁଥିବା ବେଳେ ସାମସନ ଲଗାତାର ଭାବେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଗତକାଲି ମ୍ୟାତରେ ସର୍ଟପିଚ୍ ବଲକୁ ପୁଲ୍ ମାରିବାକୁ ଯାଇ ସାମସନ ମାତ୍ର 3 ରନର ବ୍ୟକ୍ତିଗତ ସ୍କରରେ ଆଉଟ ହୋଇଥିଲେ ।

3. କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ଫ୍ଲପ୍ ସୋ-

ରାଜକୋଟରେ ମଧ୍ୟ କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ଫ୍ଲପ ସୋ ଜାରି ରହିଲା । ପ୍ରଥମ ଏବଂ ଦ୍ବିତୀୟ ଟି-20 ମ୍ୟାଚରେ ବଡ ସ୍କୋର କରିବାରେ ବିଫଳ ହୋଇଥିବା ସୂର୍ଯ୍ୟକୁମାର ମଧ୍ୟ ତୃତୀୟ ମ୍ୟାଚରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ଗତକାଲିର ମ୍ୟାଚରେ ମାତ୍ର 14 ରନ ସ୍କୋର କରି ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ- ଟିମ୍ ଇଣ୍ଡିଆ ପ୍ଲେଇଂ 11ରେ ହେବ 2ଟି ପରିବର୍ତ୍ତନ ? ଜାଣନ୍ତୁ କାହାକୁ ମିଳିବ ସ୍ଥାନ, କିଏ ପଡିବେ ବାଦ - TEAM INDIA PLAYING 11

ଏହା ବି ପଢନ୍ତୁ- ଗୁରୁ ରେକର୍ଡ ଭାଙ୍ଗିଲେ ଶିଷ୍ୟ: T20ରେ ଯୁବରାଜଙ୍କୁ ପଛରେ ପକାଇଲେ ଅଭିଷେକ, କାଲି ଦ୍ୱିତୀୟ ମ୍ୟାଚ - IND VS ENG T20I

4. ଓ୍ବାଂଶିଟନ ସୁନ୍ଦରଙ୍କ ଉଭୟ ବଲ ଏବଂ ବ୍ୟାଟରେ ଖରାପ ପ୍ରଦର୍ଶନ-

ସ୍ପିନ ଅଲରାଉଣ୍ଡର ଓ୍ବାଂଶିଟନ ସୁନ୍ଦରଙ୍କ ଫ୍ଲପ ସୋ ତୃତୀୟ ମ୍ୟାଚର ଦେଖିବାକୁ ମିଳିଲା ଉଭୟ ବ୍ୟାଟ ଏବଂ ବଲରେ । ସୁନ୍ଦର ବୋଲିଂରେ ଗୋଟିଏ ଓଭର ବୋଲିଂ କରି 15 ରନ ସ୍କୋର କରିଥିବା ବେଳେ ବ୍ୟାଟିଂରେ ଧ୍ରୁବ ଜୁରେଲ ଏବଂ ଅକ୍ଷର ପଟେଲଙ୍କ ପୂର୍ବରୁ ଆସି କିଛି ଖାସ କରିପାରି ନଥିଲେ । ସୁନ୍ଦର 15ଟି ବଲ ଖେଳି ମାତ୍ର 6 ରନ ସ୍କୋର କରି ଆଉଟ ହୋଇଥିଲେ । ଯେଉଁଥି ପାଇଁ ରନ ରେଟ୍ ହାର ବଢିବା ସହିତ ବ୍ୟାଟଙ୍କ ଉପରେ ଚାପ ପଡିଥିଲା ।

5. ଲେଫ୍ଟ ଏବଂ ରାଇଟ୍ କମ୍ବିନେସନ୍ ପାଇଁ ବିଗିଡିଲା ଖେଳ-

କ୍ରିଜରେ ଲେଫ୍ଟ ଏବଂ ରାଇଟ କମ୍ବିନେସନକୁ ଅଧିକା ପ୍ରାଧାନ୍ୟ ଦେବା ମହଙ୍ଗା ସାବ୍ୟସ୍ତ ହେଲା । ଯେଉଁଥି ପାଇଁ ବ୍ୟାଟିଂ କ୍ରମରେ ଅଦଳ ବଦଳ ହେଲା ଏବଂ ସେଥିପାଇଁ ଅଧିକା ରନ ସ୍କୋର କରିବା ବ୍ୟାଟରଙ୍କ ପାଇଁ ସହଜ ହେଲା ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.