ETV Bharat / bharat

9.43 କୋଟିରେ ପହଞ୍ଚିଲା ଇନାଡୁ ଫ୍ଲଡ୍ ରିଲିଫ୍ ଫଣ୍ଡ, ଖୁବଶୀଘ୍ର ପୁନଃଥଇଥାନ କାର୍ଯ୍ୟକ୍ରମ - EENADU GROUP OF COMPANIES

ଭୟଙ୍କର ବନ୍ୟାରେ ଗତ ବର୍ଷ ଉବୁଟୁବୁ ହୋଇଥିଲା ଦୁଇ ତେଲୁଗୁ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା । ଏପଟେ ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଥିଲା ଇନାଡୁ ଗ୍ରୁପ୍ ।

Eenadu Flood Relief Fund
Eenadu Flood Relief Fund (ETV Bharat Odisha)
author img

By ETV Bharat Odisha Team

Published : Jan 30, 2025, 1:35 PM IST

ହାଇଦ୍ରାବାଦ: ଗତ ବର୍ଷ ଜଳ ପ୍ରଳୟରେ ଉବୁଟୁବୁ ହୋଇଥିଲା ଦୁଇ ତେଲୁଗୁ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା । ଜଳ ପ୍ରଳୟ ବିଭୀଷିକାରେ ଛାରଖାର ହୋଇଥିଲା ଲକ୍ଷ ଲକ୍ଷ ଲୋକଙ୍କ ବାସ । ଏପଟେ ବନ୍ୟା ଜଳରେ ସବୁକିଛି ହରାଇ ଅସହାୟ ହୋଇଥିବା ଲୋକଙ୍କ ପାଇଁ ଆଗେଇ ଆସିଥିଲା ଇନାଡୁ ଗ୍ରୁପ୍ । ଫ୍ଲଡ୍ ରିଲିଫ୍ ଫଣ୍ଡ ଖୋଲି ପ୍ରଥମେ ରାମୋଜୀ ଗ୍ରୁପ୍ 5 କୋଟିର ସହାୟତା ପ୍ରଦାନ କରିବା ସହିତ ଜନତାଙ୍କୁ ଖୋଲା ହସ୍ତରେ ପୀଡିତଙ୍କ ପାଇଁ ସହାୟତା ପ୍ରଦାନ ପାଇଁ ଅପିଲ୍ ମଧ୍ୟ କରିଥିଲା ।

ଗତ ବର୍ଷର ଫ୍ଲଡ୍ ରିଲିଫ୍ ପଣ୍ଡ୍ ବର୍ତ୍ତମାନ 9.43 କୋଟିରେ ପହଞ୍ଚିଛି । ଗତ ବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଦୁଇ ତେଲୁଗୁ ରାଜ୍ୟକୁ ସର୍ବସ୍ୱାନ୍ତ କରିଥିଲା ବନ୍ୟା ଜଳ । ବନ୍ଯା ଜଳରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଏବଂ ଗୁଣ୍ଟୁର ଜିଲ୍ଲା । ଏପଟେ ତେଲେଙ୍ଗାନାର ଓ୍ୱାରଙ୍ଗଲ୍, ଖାମମ୍ ଏବଂ ନାଲଗୋଣ୍ଡା ଜିଲ୍ଲା ମଧ୍ୟ ଛାରଖାର ହୋଇଥିଲା ।

ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବୁଦାମେରୁ ଏବଂ ମୁନେରୁ ନଦୀର ଉଚ୍ଛୁଳା ବନ୍ୟା ଜଳ ସହରାଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା । ଦିନ ଦିନ ଧରି ପାଣିରେ ବୁଡି ରହିଥିଲା ଘର, ଦୋକାନ ଏବଂ ଛୋଟ ଛୋଟ ଶିଳ୍ପାୟନ କେନ୍ଦ୍ର । ବନ୍ୟାରେ ଅନେକ ବାସହରା ହୋଇଥିଲେ । ଖାଲି ସେତିକି ନୁହେଁ ବନ୍ୟାରେ ଚାଷ ବାସ ମଧ୍ୟ ଉଜୁଡିଯାଇଥିଲା । ହଜାର ହଜାର ହେକ୍ଟର ଚାଷଜମି ଉଜୁଡିବା ସହିତ ବିଲରେ ଚରିଯାଇଥିଲା ବାଲି ଏବଂ ପଙ୍କୁଆ ମାଟି । ଭୟଙ୍କର ବନ୍ୟାରେ ଅନେକ ଜୀବନଜିବିକା ହରାଇବା ସହିତ ସହାୟତାକୁ ଅନାଇ ବାସିଥିଲେ ।

ଏହା ବି ପଢନ୍ତୁ- Eenadu Relief Fund; ଜଳ ପ୍ରଳୟରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା; ବନ୍ୟା ପୀଡିତଙ୍କୁ 5 କୋଟି ସହାୟତା ଦେଲା ରାମୋଜୀ ଗ୍ରୁପ୍, ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ - RAMOJI GROUP FLOOD DONATION - RAMOJI GROUP FLOOD DONATION

ଏପଟେ ଭୟଙ୍କର ବନ୍ୟାରେ ନିଜର ସାମାଜିକ ଦାୟିତ୍ୱବୋଧ ନିର୍ବାହନ କରିବାକୁ ଭୁଲି ନଥିଲା ରାମୋଜୀ ଗ୍ରୁପ୍ । ସେପ୍ଟେମ୍ବର 4 ତାରିଖରେ ରିଲିଫ୍ ଫଣ୍ଡ ଲଞ୍ଚ୍ କରି ପ୍ରଥମେ 5 କୋଟିର ବନ୍ୟା ସହାୟତା ଘୋଷଣା କରିଥିଲା ଗ୍ରୁପ୍ । ଏହା ପରେ ଜନତାଙ୍କୁ ଖୋଲାହସ୍ତରେ ଦାନ କରିବାକୁ ଅପିଲ୍ କରିଥିଲା ଗ୍ରୁପ୍ । ଆଉ ଅପିଲ୍ ପରେ ଛୁଟିଥିଲା ଲୋକଙ୍କ ସହାୟତା । ବର୍ତ୍ତମାନ ସୁଦ୍ଧା ସମୁଦାୟ 9 କୋଟି 43 ଲକ୍ଷ 51 ହଜାର 615 ଟଙ୍କାର ସହାୟତା ରାଶି ମିଳିଥିବା ବେଳେ ଗ୍ରୁପ୍ ପକ୍ଷରୁ ଏହି ରିଲିଫ୍ ଫଣ୍ଡକୁ ବନ୍ଦ କରିଦିଆଯାଇଛି । ତେବେ ଖୁବଶୀଘ୍ର ଏହି ସହାୟତା ରାଶିକୁ ପୁନଃଥଇଥାନ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଇନାଡୁ ଗ୍ରୁପର ଗୋଟିଏ ଡାକରାରେ ଆଗେଇ ଆସି ସହାୟତାର ହାତ ବଢାଇଥିବା ପ୍ରତ୍ୟେକ ସହୃଦୟବାନ ବ୍ୟକ୍ତିଙ୍କୁ ଗ୍ରୁପ୍ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଏପଟେ ଆଗାମୀ ଦିନରେ ପୁନଃଥଇଥାନ କାର୍ଯ୍ୟକ୍ରମ ନେଇ 'ଇନାଡୁ', 'ଇଟିଭି' ଏବଂ 'ଇଟିଭି' ଭାରତରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ।

ଆନ୍ଧ୍ର-ତେଲେଙ୍ଗାନାରେ ବନ୍ୟା-

ଗତ ବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହୋଇଥିଲା ଆନ୍ଧ୍ର-ତେଲେଙ୍ଗାନା ରାଜ୍ୟ । ଦୁଇ ରାଜ୍ୟରେ 25ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ପ୍ରବଳ ବର୍ଷା ହେତୁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ଜଳବନ୍ଦୀ ହୋଇ ରହିଥିଲା । ଆନ୍ଧ୍ରପ୍ରଦେଶର ବିଜୟୱାଡା ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଦେଖାଯାଇଥିଲା । ବର୍ଷା ଜଳ ଅନେକ ସ୍ଥାନରେ ଜମି ରହିଥିଲା । ରାସ୍ତାରେ ଲହଡି ଭାଙ୍ଗିଥିଲା ବର୍ଷା ପାଣି । ବିଜୟଓ୍ବାଡାରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟଓ୍ବାଡାରେ ବନ୍ୟା ପରିସ୍ଥିତି ପରିସ୍ଥିତି ବୁଲି ଦେଖିଥିଲେ ।

ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ, 25 ମୃତ, 140 ଟ୍ରେନ ବାତିଲ-

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷାରେ ଧସିଥିଲା ପାହାଡ, ଧୋଇ ହୋଇଯାଇଥିଲା ଟ୍ରେନ ଲାଇନ । ତୁହାକୁ ତୁହା ବର୍ଷାରେ ଉବୁଟୁବୁ ହୋଇଥିଲା ଦକ୍ଷିଣ ଭାରତର ଏହି ଦୁଇ ରାଜ୍ୟ । ଦୁଇ ରାଜ୍ୟରେ 25 ଜଣଙ୍କର ମୃତ୍ୟୁ ହୋଇଥିଲା । 140ଟି ଟ୍ରେନ ବାତିଲ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.