ଓଡିଶା

odisha

ETV Bharat / sports

IND VS PAK: ରୋ-ରାଟ୍‌ଙ୍କ ନୂଆ ରେକର୍ଡ, ପଛରେ ପଡିଲେ ତେନ୍ଦୁଲକର - ICC CHAMPIONS TROPHY 2025

ଦିନିକିଆରେ 9,000 ରନ କରିବାରେ ବିଶ୍ୱର ଦ୍ରୁତତମ ଓପନର ହେଲେ ରୋହିତ । 14,000ରନ୍ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ କୋହଲି ।

ROHIT SHARMA
VIRAT KOHLI (AP Photo)

By ETV Bharat Odisha Team

Published : Feb 23, 2025, 9:06 PM IST

ଦୁବାଇ:ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ରେକର୍ଡ କଲେ ବିରାଟ କୋହଲି ଓ ରୋହିତ ଶର୍ମା । ଦିନିକିଆରେ 9,000 ରନ କରିବାରେ ବିଶ୍ୱର ଦ୍ରୁତତମ ଓପନର ହେଲେ ରୋହିତ । ସେହିପରି ଦିନିକିଆ 14,000ରନ୍ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି କୋହଲି । ଏହି ଦୁଇ ରେକର୍ଡରେ ସଚିତ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ରୋ-ରାଟ ।

ଦିନିକିଆରେ 14 ହଜାର ରନ କରିବାରେ ଦ୍ରୁତତମ ବ୍ୟାଟର କୋହଲି:

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ । କୋହଲି ବର୍ତ୍ତମାନ ବ୍ୟାଟିଂ ଜାରି ରଖିଥିବା ବେଳେ ଦିନିକିଆରେ 14,000ରନ୍ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବାକୁ ତାଙ୍କୁ 15 ରନ୍‌ର ଆବଶ୍ୟକ ଥିଲା । 287ତମ ଦିନିକିଆ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି କୋହଲି । ପୂର୍ବରୁ ସେ 286 ଇନିଂସରେ 13,985 ରନ୍ ସଂଗ୍ରହ କରିଥିଲେ । ସଚିନ 350 ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ । ସଚିନ ତେନ୍ଦୁଲକର ଏବଂ ଶ୍ରୀଲଙ୍କା ୱିକେଟ କିପର ବ୍ୟାଟସମ୍ୟାନ କୁମାର ସାଙ୍ଗାକାରାଙ୍କ ପରେ ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ ଭାବରେ ଦିନିକିଆରେ 14,000 ଏକଦିବସୀୟ ରନ ସଂଗ୍ରହ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-241ରେ ଅଟକିଲା ପାକିସ୍ତାନ, ଭାରତ ପାଇଁ ବିଜୟ ଲକ୍ଷ୍ୟ 242 - IND VS PAK

ଏହା ମଧ୍ୟ ପଢନ୍ତୁ-IND vs PAK: କୁଳଦୀପଙ୍କ ଘାତକ ବୋଲିଂ, ପାକିସ୍ତାନର ଅଷ୍ଟମ ଓ୍ବିକେଟ ପତନ - IND VS PAK LIVE MATCH UPDATES

ଏହା ମଧ୍ୟ ପଢନ୍ତୁ-ICC ଚାମ୍ପିଅନ୍ସ ଟ୍ରଫି: ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି - INDIA VS PAKISTAN MATCH

କ୍ୟାଚ ନେବାରେ କୋହଲିଙ୍କ ରେକର୍ଡ:

ସେହିପରି ଆଜିର ମ୍ୟାଚରେ ଆଉ ଏକ ରେକର୍ଡ କରିଛନ୍ତି କୋହଲି । ସର୍ବାଧିକ କ୍ଯାଚ ନେବାରେ ସେ ଭାରତୀୟ ଫିଲ୍ଡର ହୋଇପାରିଛନ୍ତି । ସେ 157 କ୍ୟାଚ ନେଇ ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇ ଦେଇଛନ୍ତି । ଆଝାରୁଦ୍ଦିନ 156 କ୍ୟାଚ ନେଇଛନ୍ତି । ଉଭୟ ଭାରତୀୟ ଖେଳାଳି କେବଳ ଦୁଇଜଣ କ୍ରିକେଟର ଯିଏ ଫିଲ୍ଡର ଭାବରେ 150ରୁ ଉର୍ଦ୍ଧ୍ବ ଓ୍ବିକେଟ ନେଇଛନ୍ତି ।

1 ରନ କରି ରେକର୍ଡ କଲେ ରୋହିତ:

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ରେକର୍ଡ କରିଛନ୍ତି । ସେ 20 ରନ କରି ଆଉଟ ହୋଇଥିଲେ । 1 ରନ କରିବା ପରେ ଏକ ବଡ଼ ରେକର୍ଡ କରିଥିଲେ ରୋହିତ । ଅନ୍ତର୍ଜାତୀୟ ଏକଦିବସୀୟ ଫର୍ମାଟରେ ଦ୍ରୁତତମ 9000 ରନ ପୂରଣ କରିଛନ୍ତି ସେ । ଏବେ ସେ 9000 ODI ରନ୍ ପୂରଣ କରିବାରେ ବିଶ୍ୱର ଦ୍ରୁତତମ ଏବଂ ଭାରତର ତୃତୀୟ ଦ୍ରୁତତମ ଓପନର ହୋଇଯାଇଛନ୍ତି । ସେ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ପରେ ଏପରି କରିବାରେ ତୃତୀୟ ବ୍ୟାଟସମ୍ୟାନ୍ । 181 ଇନିଂସରେ ଏହି ସଫଳତା ହାସଲ କରିଥିଲେ ରୋହିତ । ସଚିନ ତେନ୍ଦୁଲକର 197 ଇନିଂସଏବଂ ସୌରଭ ଗାଙ୍ଗୁଲି 231 ଇନିଂସରେ ଏହି ରେକର୍ଡ କରିଥିଲେ ।

ABOUT THE AUTHOR

...view details