ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ଭାରତର ତିନୋଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଏବଂ ଦୁବାଇରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ ପାଇଁ ଟିକେଟ୍ ବିକ୍ରୟ ବିବରଣୀ ଆଜି ପ୍ରକାଶ କରିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ଫେବୃଆରୀ 19 ତାରିଖରେ ଆରମ୍ଭ ହେବାକୁ ଯାଉଛି । ଭାରତ 20 ତାରିଖରେ ବାଂଲାଦେଶ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ ।
ଫେବୃଆରୀ 3ରୁ ଟିକେଟ୍ ବିକ୍ରି ଆରମ୍ଭ-
ଭାରତର ତିନୋଟି ଗ୍ରୁପ୍-ଷ୍ଟେଜ୍ ମ୍ୟାଚ୍ ଏବଂ ଦୁବାଇ, ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମି-ଫାଇନାଲ ପାଇଁ ଟିକେଟ୍ ଫେବୃଆରୀ 3, ସୋମବାର ସନ୍ଧ୍ୟା 5:30 ରୁ କିଣିବା ପାଇଁ ଉପଲବ୍ଧ ହୋଇଛି ।
ଟିକେଟର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ 3 ହଜାର-
ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବଡ଼ ମ୍ୟାଚ୍ ପାଇଁ ଟିକେଟ୍ ମଧ୍ୟ ଆଜି ରିଲିଜ୍ ହେବ । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅନଲାଇନରେ ଟିକେଟ୍ କିଣିପାରିବେ । ସାଧାରଣ ଷ୍ଟାଣ୍ଡ ମୂଲ୍ୟ AED 125 (2950 ଭାରତୀୟ ଟଙ୍କା) ରୁ ଆରମ୍ଭ ହେବ। ରବିବାର, ମାର୍ଚ୍ଚ 9 ତାରିଖରେ ବହୁ ପ୍ରତୀକ୍ଷିତ ଫାଇନାଲ ପାଇଁ ଟିକେଟ୍ ଦୁବାଇରେ ପ୍ରଥମ ସେମିଫାଇନାଲ ପରେ ପ୍ରକାଶିତ ହେବ ।
ଚାମ୍ପିଅନ୍ସ ଟ୍ରଫି 2025ରେ ଦୁବାଇରେ ହେବାକୁ ଥିବା ମ୍ୟାଚ୍ଗୁଡ଼ିକର ସୂଚୀ :-
ଫେବୃଆରୀ ୨୦: ବାଂଲାଦେଶ ବନାମ ଭାରତ, ଦୁବାଇ