ଓଡିଶା

odisha

ETV Bharat / sports

ଗୁଜୁରାଟ ଟାଇଟନ୍ସକୁ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଷ୍ଟାର ବୋଲର ସାମି

Mohammed Shami ruled out of IPL 2024: ଆଇପିଏଲ ୨୦୨୪ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଝଟକା । ଆଇପିଏଲ ମ୍ୟାଚ ଖେଳିବେନି ଟିମର ଷ୍ଟାର ବୋଲର ମହମ୍ମଦ ସାମି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 22, 2024, 8:29 PM IST

Mohammed Shami
Mohammed Shami

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି । ଫଳରେ ଗୁଜୁରାଟ ଟାଇଟନ୍ସକୁ ଝଟକା ଲାଗିଛି । ଇଞ୍ଜୁରୀ ଲାଗି ମହମ୍ମଦ ସାମି ଚଳିତ ବର୍ଷ ଆଇପିଏଲ ଖେଳିବେନି ବୋଲି ଜଣାପଡ଼ିଛି । ସାମିଙ୍କୁ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଅସ୍ତ୍ରୋପଚାର ଲାଗି ବ୍ରିଟେନ ଗସ୍ତରେ ଯିବେ । ଏଥିଲାଗି ଚଳିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ସାମି ।

ଭାରତୀୟ କ୍ରିକେଟର ଷ୍ଟାର ବୋଲର ଆଇସିସି ବିଶ୍ବକପ ୨୦୨୩ ପରେ ଆଘାତ ଯୋଗୁଁ କୌଣସି ମ୍ୟାଚ ଖେଳୁନାହାନ୍ତି । ତେବେ ସେ ସୁସ୍ଥ ହୋଇ ଆଇପିଏଲ ମ୍ୟାଚ ଖେଳିବେ ବୋଲି ପ୍ରଶଂସକ ଆଶା କରିଥିଲେ । ହେଲେ ଏବେ ବି ସେ ଅସୁସ୍ଥ ଥିବାରୁ ଏବଂ ଆଗକୁ ତାଙ୍କର ଅସ୍ତ୍ରୋପଚାର ହେବାକୁ ଥିବାରୁ ସେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ ବୋଲି ଆଜି ସ୍ପଷ୍ଟ ସୂଚନା ମିଳିଛି । ସାମି ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବାରୁ ଟିମକୁ ଝଟକା ଲାଗିଥିବା ବେଳେ ଫ୍ୟାନ୍ସ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- Cricket World Cup 2023: ବିଶ୍ବକପ ଇତିହାସରେ ଭାରତର ଶ୍ରେଷ୍ଠ ବୋଲର ସାମି, ଭାଙ୍ଗିଲେ ଜାହିରଙ୍କ ରେକର୍ଡ

ମହମ୍ମଦ ସାମି ଆଇପିଏଲରୁ ବାଦ ପଡ଼ିବା ପରେ ଏବେ ଯୁବ କ୍ରିକେଟର ଶୁବମନ ଗିଲଙ୍କ ଲାଗି ମଧ୍ୟ ଚିନ୍ତା ବଢିଛି । କାରଣ ଗୁଜୁରାଟ ଟାଇଟନ୍ସର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚମ୍ପିଆନ ଟିମ ମୁମ୍ବାଇ ଇଣ୍ଡିଆନ୍ସର କମାଣ ଦାୟିତ୍ବ ମିଳିବା ପରେ ଏବେ ଗୁଜୁରାଟର କ୍ୟାପ୍ଟେନ ଅଛନ୍ତି ଶୁବମନ । ସେ ଏବେ ଦଳର ଅଭିଜ୍ଞ ତଥା ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିନା ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଏଥିଲାଗି ନୂଆ କରି କମାଣ ଦାୟିତ୍ବ ସମ୍ଭାଳିଥିବା ଶୁବମନଙ୍କ ଲାଗି ମହମ୍ମଦ ସାମିଙ୍କ ବିନା ମ୍ୟାଚ ଖେଳିବା ସହଜ ହେବନି ବୋଲି କ୍ରୀଡା ସମୀକ୍ଷକ ମାନେ ମତ ବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- କ୍ରିକେଟର ଶାମିଙ୍କୁ ଅର୍ଜୁନ ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି ମୁର୍ମୁ

ଅନ୍ୟପଟେ ମହମ୍ମଦ ସାମି ଶେଷ ଥର ଲାଗି ଆଇସିସି ବିଶ୍ବକପ ୨୦୨୩ ମ୍ୟାଚ୍‌ ଖେଳିଥିଲେ । ସେ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ସେ ନିଜ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ବିଶ୍ବକପ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୭ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥିଲେ । ଦକ୍ଷିଣ ଆଫ୍ରିକା ମ୍ୟାଚ ଲାଗି ସାମିଙ୍କୁ ଦଳରେ ସାମିଲ କରାଯାଇଥିଲା ମାତ୍ର ବାମ ଗୋଡ଼ରେ ଆଘାତ ଲାଗିଥିବା ଯୋଗୁଁ ସେ ମ୍ୟାଚ ଖେଳିପାରିନଥିଲେ । ନିକଟରେ ସାମିଙ୍କୁ ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୋଗୁଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details