ETV Bharat / state

ରାଜଧାନୀରେ ଗ୍ୟାସ ଲିକ୍, ସିଲ୍ ହେଲା ପଟିଆ-ଇନଫୋସିଟି ରାସ୍ତା - bhubaneswar gas leak - BHUBANESWAR GAS LEAK

ଭୁବନେଶ୍ବରରେ ଏକ ଗ୍ୟାସ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ଅଗ୍ନିଶମ ଟିମ୍ । ତେବେ କୋୖଣସି ଅଘଟଣ ଘଟିନଥିବା ଜଣାପଡ଼ିଛି ।

BHUBANESWAR GAS LEAK
BHUBANESWAR GAS LEAK (ETV Bharat Odisha)
author img

By ETV Bharat Odisha Team

Published : Oct 5, 2024, 10:51 PM IST

Updated : Oct 6, 2024, 6:12 AM IST

ଭୁବନେଶ୍ବର: ରାଜଧାନୀରେ ଗ୍ୟାସ ଲିକ୍ । ପଟିଆ, ଇନଫୋସିଟି ଅଞ୍ଚଳରେ ଗ୍ୟାସ ଲିକ୍ ଯୋଗୁଁ ଉତ୍ତେଜନା । ଘଟଣାସ୍ଥଳରେ ଅଗ୍ନିଶମ୍‌ ଟିମ୍‌ ପହଞ୍ଚି ପାଇପ୍‌ ମରାମତି ପାଇଁ ପ୍ରୟାସ କରିଥିଲା । ଏନେଇ ସୁରକ୍ଷା ଦୃଷ୍ଟିରୁ ପଟିଆ ଓ ଇନଫୋସିଟି ରାସ୍ତାକୁ ସିଲ୍ କରିଥିଲା କମିଶନରେଟ୍ ପୋଲିସ ।

ରାଜଧାନୀରେ ଗ୍ୟାସ ଲିକ୍:

ମିଳିଥିବା ସୂଚନା ଅନୁସାରେ ପଟିଆ ଓ ଇନଫୋସିଟି ରାସ୍ତାର ଏକ ଘରୋଇ ଗ୍ୟାସ ବିତରଣ ସଂସ୍ଥାର ପାଇପାରୁ ନିର୍ଗତ ହେଉଥିଲା ଗ୍ୟାସ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ଟିମ୍ । କୋୖଣସି ଅଘଟଣ ଘଟିନାହିଁ କି କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଅଗ୍ନିଶମ ପକ୍ଷରୁ ସୂଚନା ଦିଆଯାଇଛି ।

କାହାର କିଛି କ୍ଷତି ହୋଇନାହିଁ :

ଡେପୁଟି ଫାୟାର ଅଫିସର ଅବନିକାନ୍ତ ସ୍ବାଇଁ କହିଛନ୍ତି, "ସ୍ପଟରେ ଛୋଟ ସିଏନଜି ଗ୍ୟାସ ଲିକ୍ ହୋଇଥିବା ନେଇ ଖବର ମିଳିବା ପରେ । ଫାୟାର ସର୍ଭିସର ଟିମ୍ ସ୍ବତନ୍ତ୍ର ଗ୍ୟାସ ଲିକ୍ ମରାମତି ପାଇଁ ଡ୍ରେସ୍ ପିନ୍ଧି ସେଠାରେ ମରାମତି କରୁଛନ୍ତି । ଫାୟାର ଅଫିସର ନିୟୋଜିତ ରହିଛନ୍ତି । କାହାର କିଛି କ୍ଷୟକ୍ଷତି ହୋଇନାହିଁ ।"

ଏହା ମଧ୍ୟ ପଢନ୍ତୁ:-ଆସିଲା ଏକଜିଟ ପୋଲ; ଜମ୍ମୁ-କାଶ୍ମୀର ଓ ହରିୟାଣାରେ କିଏ ଗଢ଼ିବ ସରକାର ? - Poll of Polls JK Haryana

ଏହା ମଧ୍ୟ ପଢନ୍ତୁ: ହୀରାକୁଦ ଡ୍ୟାମର ଭୂକମ୍ପ ନିରୋଧ ଶକ୍ତି କେତେ ଅଛି ? ଆସନ୍ତା 21ରେ ବିଶେଷଜ୍ଞ ଦଳର ପାଇଲଟ୍ ଷ୍ଟଡି - HIRAKUD DAM earthquake safety

ଏହା ମଧ୍ୟ ପଢନ୍ତୁ: ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍, ପୁରୀର ସିଟି ଆମ୍ବାସାଡର ହେଲେ କୁନା ଦାଶ - Konark Eco Retreat

ଗ୍ୟାସ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍:

ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି,"ଏକ ଗ୍ୟାସ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇଛି । ଯେଉଁଠି ଗୋଟିଏ ସୋଡିୟମ ହାଇପୋକ୍ଲୋରାଇଡ୍‌ ଲିକ୍ ହେଉଥିବା ଚିହ୍ନଟ କରଯାଇଛି । ଯାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ କର୍ମଚାରୀ ଅମ୍ଳଜାନ ବହନ କରୁଥିବା ମାସ୍କ ଓ ସେଫ୍ଟି ଡ୍ରେସ୍ ପରିଧାନ କରି ସଠିକ୍‌ ଭାବେ ସମସ୍ୟାକୁ ସମାଧାନ କରିଛନ୍ତି । ବର୍ତ୍ତମାନ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବଭାବିକ ରହିଛି । ସେଠାରେ ପାଣି ସ୍ପ୍ରେ କରାଯାଇଛି । ଗ୍ୟାସ ଭଳି କୋୖଣସି ସାମଗ୍ରୀ ସେଠାରେ ନାହିଁ କି ସେହି ସ୍ଥାନକୁ ସୁରକ୍ଷିତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏବେ ମଣିଷ ନିଶ୍ବାସ ପ୍ରଶ୍ବାସ ନେଲା ଭଳି ସ୍ଥିତି ରହିଛି । ଏହି ଅପରେସନ ଆଇଜି ଦୀପକ କୁମାରଙ୍କ ତତ୍ତ୍ବାବଧାନରେ ସମ୍ପୂର୍ଣ୍ଣ ତଦାରଖ କରାଯାଇଛି । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 6, 2024, 6:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.