ETV Bharat / state

ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍, ପୁରୀର ସିଟି ଆମ୍ବାସାଡର ହେଲେ କୁନା ଦାଶ - Konark Eco Retreat - KONARK ECO RETREAT

ଡିସେମ୍ବର ୧୫ ତାରିଖରୁ ଆରମ୍ଭ କୋଣାର୍କ ଇକୋ ରିଟ୍ରିଟ୍ । ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ । କୁନା ଦାଶ ହେଲେ ଶ୍ରୀକ୍ଷେତ୍ର ମିତ୍ର ।

KONARK ECO RETREAT
KONARK ECO RETREAT (odishaecoretreats.com)
author img

By ETV Bharat Odisha Team

Published : Oct 5, 2024, 10:55 PM IST

ପୁରୀ: କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ । ସମସ୍ତ ବିଭାଗକୁ ନ୍ୟସ୍ତ ଦାୟିତ୍ୱକୁ ତ୍ୱରାନ୍ୱିତ କରିବା ସହ ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯେଉଁ ବିଭାଗର ଯାହା ଦାୟିତ୍ୱ ତାହାକୁ ନିଷ୍ଠାପର ଓ ଧାର୍ଯ୍ୟ ସମୟ ପୂର୍ବରୁ ସାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ବିଭାଗ ପ୍ରତ୍ୟେକଙ୍କ ସହ ସମନ୍ବୟ ରଖି କାମ କରି ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏସବୁ ବ୍ୟବସ୍ଥା ହେବେ ଉପଲବ୍ଧ:

ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ରୁ ୩ ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଲକଜରି ଟେଣ୍ଟ ବ୍ୟବସ୍ଥା କରାଯିବ । ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ । ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡ଼ା, ବିଚ ସ୍ପୋର୍ଟସ, ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପାଣି ଯୋଗାଣ, ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ, ମୋବାଇଲ ନେଟୱାର୍କ ସହ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ ।

Puri city ambassador (ETV Bharat Odisha)

କେମିତି କରିବେ ବୁକିଂ:

ଏହାସହ ପର୍ଯ୍ୟଟକମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଛି । ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଆସୁଥିବା ପର୍ଯ୍ୟଟକମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଆଲୋକୀକରଣ ପାଇଁ ବ୍ୟବହୃତ ସିଷ୍ଟମ ଗୁଡିକ କୋଣାର୍କ ଏନଏସି ପକ୍ଷରୁ ଇକୋ ରିଟ୍ରିଟ ପରେ ଖୋଲି ଦାୟିତ୍ୱରେ ରଖାଯିବା ଓ ପରବର୍ତ୍ତୀ ବର୍ଷମାନଙ୍କରେ ଉପଯୋଗ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଇକୋ ରିଟ୍ରିଟ ପାଇଁ ବର୍ତ୍ତମାନ ଠାରୁ ବୁକିଂ bookodisha.com odishaecoretreats.comରେ ଆରମ୍ଭ ହୋଇଛି ।

Puri city ambassador

ଶ୍ରୀକ୍ଷେତ୍ର ମିତ୍ର ନିଯୁକ୍ତ:

ସେପଟେ ପୁରୀରେ ପର୍ଯ୍ୟଟନ ବିକାଶ ଲାଗି କୁନା ଦାଶଙ୍କୁ ଶ୍ରୀକ୍ଷେତ୍ର ମିତ୍ର ରୂପେ ନିଯୁକ୍ତ କରିଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ଜନ୍ମ ଗ୍ରହଣ କରିଥିଲେ ମଧ୍ଯ ଜାପାନକୁ ଦୀର୍ଘ ୩୫ ବର୍ଷ ଧରି ନିଜର କର୍ମଭୂମି ରୂପେ ବାଛି ନେଇଥିବା କୁନା ଦାଶଙ୍କୁ ଶନିବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶ୍ରୀକ୍ଷେତ୍ର ମିତ୍ର ଭାବେ ନିଯୁକ୍ତ ଦେଇଛନ୍ତି । ପର୍ଯ୍ଯଟନ ସହର ପୁରୀର ଐତିହ୍ଯ, କଳା, ସଂସ୍କୃତି, ଭାଷା ଓ ଶିକ୍ଷାର ବହୁଳ ମାତ୍ରାରେ ଜାପାନରେ ପ୍ରଚାର ପ୍ରସାର କରିବାରେ କୁନାଙ୍କ ଭୂମିକା ଅତୁଳନୀୟ । ଆଗାମୀ ଦିନରେ ପୁରୀକୁ ଅଧିକରୁ ଅଧିକ ବିଦେଶୀ ଓ ଭାରତ ପର୍ଯ୍ୟଟକଙ୍କ ସଂଖ୍ୟା କିପରି ବୃଦ୍ଧି ହେବ ସେ ନେଇ କାର୍ଯ୍ୟ କରିବେ କୁନା ।

KONARK ECO RETREAT
KONARK ECO RETREAT (odishaecoretreats.com)

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର‌ରେ ବିଧାନସଭାର ଷ୍ଟାଣ୍ଡିଂ କମିଟିର ଅନୁଧ୍ୟାନ, ଏଣିକି ସୁରକ୍ଷା ଦେବ AI! - Assembly Standing Committee

ଏହା ମଧ୍ୟ ପଢ଼ନ୍ତୁ...ହବିଷ୍ୟାଳୀ ବ୍ରତ ପାଇଁ ୬ରୁ ଆବେଦନ, 2500 ମା’ଙ୍କ ପାଇଁ ବ୍ୟବସ୍ଥା - Habishyalis Registration

ଏହା ମଧ୍ୟ ପଢ଼ନ୍ତୁ...ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

କୁନା ଦାଶଙ୍କ ପ୍ରତିକ୍ରିୟା:

ଏନେଇ କୁନା ଦାଶ କହିଛନ୍ତି, "ଜାପାନରେ ଦୀର୍ଘ ବର୍ଷ ରହିବା ସହିତ ପୁରୀ ଓ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ଜାରି ରଖିଛି । ଫଳରେ ଜାପାନ ସରକାରଙ୍କ ତରଫରୁ ବହୁ ସମ୍ମାନ ମିଳିଛି । ସେହିଭଳି ପୁରୀରେ ଜାପାନ ଭାଷା, ଶିକ୍ଷା, କଳା ଓ ସଂସ୍କୃତିର ପ୍ରଚାର କରାଯାଉଛି । ମାଗଣାରେ ଜାପାନୀ ଭାଷା ସହିତ ଆଇଟି କ୍ଷେତ୍ରରେ ଶିକ୍ଷାଦାନ ଦିଆଯାଉଛି । ଏଥିରେ ଯୁବକମାନେ କୃତକାର୍ଯ୍ୟ ହେବା ପରେ ଜାପାନର ବଡ ବଡ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ପୁରୀରେ ଜାପାନ ତଥା ବିଦେଶ ପର୍ଯ୍ୟଟକଙ୍କ ଆଗମନ ଏବଂ ଜାପାନର ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରାଯାଇ କିପରି ପୁରୀ ସହରକୁ ସୁସଜ୍ଜିତ କରାଯିବ ସେ ନେଇ ଉଦ୍ୟମ ଜାରି ରଖିବି । ବିଶେଷ କରି ପୁରୀ ସମୁଦ୍ର କୂଳକୁ କିପରି ସଜ୍ଜିତକରାଯିବ ସେଥିପ୍ରତି ଧ୍ୟାନ ଦେବି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.