ETV Bharat / sports

Watch: ଟାଟୁ କରି 5 ଛକା ଦେଖାଇଲେ ରିଙ୍କୁ ସିଂ; BCCI ସେୟାର କଲା ଭିଡିଓ - Rinku Singh new Tattoo

Rinku Singh Gods Plan Tattoo : ବାଂଲାଦେଶ ବିପକ୍ଷ ଟି20 ସିରିଜ ପୂର୍ବରୁ ହାତରେ ନୂଆ 'ଗଡସ୍‌ ପ୍ଲାନ୍‌' ଟାଟୁ କରିଛନ୍ତି ରିଙ୍କୁ ସିଂ । ଜାଣନ୍ତୁ କ'ଣ ପାଇଁ ଏତେ ଚର୍ଚ୍ଚା,

author img

By ETV Bharat Sports Team

Published : 3 hours ago

Rinku Singh New Tattoo
Rinku Singh New Tattoo (ETV Bharat Odisha)

ଗ୍ବାଲିୟର (ମଧ୍ୟପ୍ରଦେଶ) : ଅକ୍ଟୋବର 6 (ରବିବାର) ବାଂଲାଦେଶ ବିପକ୍ଷରେ ଟି20 ସିରିଜର ପ୍ରଥମ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ପହଞ୍ଚି ଦୁଇ ଦଳର ଖେଳାଳି ଝାଳବୁହା ଅଭ୍ୟାସ କରୁଛନ୍ତି । ତେବେ ଏହାରି ଭିତରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଯୁବ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ଓ ତାଙ୍କ ହାତରେ ସେ କରିଥିବା ନୂଆ ଟାଟୁ । ଯେଉଁଥିରେ 'ଗଡସ୍‌ ପ୍ଲାନ୍‌' ଲେଖିଛନ୍ତି ରିଙ୍କୁ ।

'ଗଡସ୍‌ ପ୍ଲାନ' ଟାଟୁରେ ଚିହ୍ନିତ ହୋଇଛି 5 ଛକା :-

ରିଙ୍କୁ ସିଂ କରିଥିବା ଏହି ନୂଆ ଟାଟୁରେ ସବୁଠାରୁ ବିଶେଷ କଥା ହେଉଛି, ସେ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶେଷ 5 ବଲରେ ମାରିଥିବା 5 ଛକା ଏହି ଟାଟୁ ଉପରେ ଚିହ୍ନିତ କରାଯାଇଛି । ଭାରତୀୟ କ୍ରିକେଟ ବୋର୍ଡ (BCCI) ଏହାର ଆଧିକାରିକ 'X' ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ ରିଙ୍କୁ ଏହି ଟାଟୁ ବିଷୟରେ କହିଛନ୍ତି । ସେ କହିଛନ୍ତି, "ସମସ୍ତେ ଜାଣିଛନ୍ତି ଯେ ମୁଁ 'ଗଡ୍‌ସ୍‌ ପ୍ଲାନ'ରେ ଚାଲେ । ଟାଟୁରେ ଏକ ସୂର୍ଯ୍ୟ କରାଯାଇଛି । ଭିତରେ 'ଗଡସ୍‌ ପ୍ଲାନ' ଲେଖାଯାଇଛି । ମୁଁ ମାରିଥିବା ସେହି 5ଟି ଛକା ମୋର ଜୀବନ ବଦଳାଇଦେଇଥିଲା । ଲୋକମାନେ ମୋତେ ଜାଣିବା ଆରମ୍ଭ କରିଥିଲେ । ସେଥିପାଇଁ ମୁଁ ଏହି ଟାଟୁରେ ସେହି 5 ଛକାକୁ ମଧ୍ୟ ଦର୍ଶାଇଛି ।"

ୟଶ ଦୟାଲଙ୍କ ଶେଷ 5 ବଲରେ ରିଙ୍କୁ ମାରିଥିଲେ 5 ଛକା :-

ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ 2023ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ରିଙ୍କୁ ସିଂ ଏକ ବିସ୍ଫୋରକ ଇନିଂସ୍‌ ଖେଳିଥିଲେ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଯେତେବେଳେ କୋଲକାତା ନାଇଟ ରାଇଡର୍ସକୁ ଜିତିବା ପାଇଁ ଶେଷ 5 ବଲରେ 30 ରନ ଆବଶ୍ୟକ ହେଉଥିଲା, ଗୁଜରାଟ ପକ୍ଷରୁ ବୋଲିଂ କରୁଥିଲେ ୟଶ ଦୟାଲ । ଶେଷ ଓଭରର ଶେଷ 5 ବଲରେ 5 ଛକା ମାରି କୋଲକାତାକୁ ଅସମ୍ଭବ ବିଜୟ ଭେଟି ଦେଇଥିଲେ ରିଙ୍କୁ ସିଂ । ଦୁଇଟି ଛକା କଭର ଉପରେ, ଗୋଟିଏ ଛକା ଲଙ୍ଗ୍‌-ଅନ୍‌, ଗୋଟିଏ ଲଙ୍ଗ-ଅଫ୍‌ ଓ ଗୋଟିଏ ଡିପ୍‌-ଫାଇନ ଲେଗ୍‌ରେ ଛକା ମାରିଥିଲେ ରିଙ୍କୁ । ଏହି ବିସ୍ଫୋରକ ପାଳି ଖେଳି କୋଲକାତାକୁ ଜିତାଇବା ପରେ ରିଙ୍କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏବଂ ତୁରନ୍ତ ଭାରତୀୟ ଜାତୀୟ ଦଳରୁ ମଧ୍ୟ ତାଙ୍କୁ ଡକରା ଆସିଥିଲା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.