ETV Bharat / sports

ରଣଜୀ ଟ୍ରଫିରେ ଗୋବିନ୍ଦ ପୋଦାର ଓଡ଼ିଶାର କ୍ୟାପ୍ଟେନ; ଦେଖନ୍ତୁ କେମିତି ରହିଛି ଦଳ - Odisha Team for Ranji Trophy

OCA Announces Odisha Team for Ranji Trophy : ବିସିସିଆଇ ଘରୋଇ ସିଜିନ (2024-25) ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା କଲା ଓସିଏ । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 3 hours ago

ODISHA TEAM FOR RANJI TROPHY
ODISHA TEAM FOR RANJI TROPHY (ETV Bharat Odisha)

କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ । ଚଳିତ (ଅକ୍ଟୋବର) ମାସ 11 ତାରିଖରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା । ଏହା ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଓଡ଼ିଶା ଟିମ୍‌ ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଓସନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ଚୟନ କମିଟି ଅଧ୍ଯକ୍ଷ ଅମୀୟ ରାଏ ଓ ଓଡ଼ିଶା ସିନିୟର ଟିମ୍‌ କୋଚ ସୁରେନ୍ଦ୍ର ଭାବେ ।

OCA Press Meet (ETV Bharat Odisha)

ଏମିତି ରହିଛି ଟିମ୍‌ :-

ବିସିସିଆଇ ଘରୋଇ ସିଜିନର ପ୍ରମୁଖ ପ୍ରତିଯୋଗିତା ରଣଜୀ ଟ୍ରଫି 2024-25 ପାଇଁ ଆଜି ଘୋଷଣା ହୋଇଛି 17 ଜଣିଆ ଓଡିଶା ଦଳ । ଗୋବିନ୍ଦ ପୋଦାରଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ଓସିଏ । ଟିମରେ ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ବୀପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ବାଳ, ସ୍ବସ୍ତିକ ସାମଲ ଭଳି ଦକ୍ଷ ଖେଳାଳିଙ୍କୁ ଚୟନ କରିଛି କମିଟି । ସେହିପରି ନୂଆ ମୁହଁ ଭାବେ ଅନୀଲ ପରିଡା ଓ ସୁମିତ ଶର୍ମା ଓଡିଶା ଟିମରେ ନଜର ଆସିବେ । ଦୁଇ ୱକେଟ କିପର ବ୍ୟାଟର ଭାବେ ଆଶୀର୍ବାଦ ସ୍ୱାଇଁ ଓ ରାଜେଶ ଧୂପର ମଧ୍ୟ ଟିମରେ ରହିଛନ୍ତି । ବୋଲିଂ ଲାଇନ ବିଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନ , ସୁନୀଲ ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରେଣୀ ସା, ହର୍ଷିତ ରାଥୋଡଙ୍କ ଭଳି ବୋଲର ଟିମରେ ରହିଛନ୍ତି ।

ଓଡ଼ିଶାର ରଣଜୀ ଅଭିଯାନ :-

ଏହି ରଣଜୀ ସିଜିନରେ ଓଡିଶା ମୋଟ 7ଟି ମ୍ୟାଚ୍‌ ଖେଳିବ । ପ୍ରଥମ ମ୍ୟାଚ୍‌ ତ୍ରିପୁରା ବିପକ୍ଷରେ ଖେଳିବ ଟିମ ଓଡିଶା । ଏହାପରେ ଯଥାକ୍ରମେ ଜମ୍ମୁ କାଶ୍ମୀର, ବରୋଦା, ମୁମ୍ବାଇ, ମହାରାଷ୍ଟ୍ର, ମେଘାଳୟ ଓ ସର୍ଭିସେସ୍‌କୁ ଭେଟିବ ଓଡିଶା ଟିମ । ସିନିୟର ଚୟନ କମିଟି ଅଧ୍ୟକ୍ଷ ଅମୀୟ ରାଏ ଓ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କ କହିବା କଥା, "ଏହି ଟିମ ଗଠନ ପାଇଁ ଓଡିଶା କ୍ରିକେଟ ଟିମ ଅନେକ କ୍ୟାମ୍ପ ସହ ଅଭ୍ୟାସ ମ୍ୟାଚ୍‌ ଖେଳିଛି । ଯାହାଦ୍ବାରା ଏହି ସିଜିନରେ ଦଳ ନିଶ୍ଚୟ ଭଲ କରିବ ।" ବିଗତ ବର୍ଷ ଗୁଡ଼ିକରେ ରଣଜୀ ଟ୍ରଫିରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । କିନ୍ତୁ ଚଳିତବର୍ଷ ରଣଜୀ ଟ୍ରଫିରେ ଓଡିଶା ସଫଳତା ପାଇବ ବୋଲି ଆଶା ରଖିଛି ଓସିଏ ।

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ :-

ଗୋବିନ୍ଦ ପୋଦାର (ଅଧିନାୟକ), ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ବୀପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ବାଳ, ସ୍ବସ୍ତିକ ସାମଲ, ରାଜେଶ ଧୁପର (ୱିକେଟ କିପର), ଆଶୀର୍ବାଦ ସ୍ବାଇଁ (ୱିକେଟ କିପର), ଅନୀଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରେଣୀ ସା, ବର୍ଷିତ ରାଥୋଡ଼, ସୁମିତ ଶର୍ମା

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.