ଓଡିଶା

odisha

ETV Bharat / sports

କଟକରେ ଅଲ ଇଣ୍ଡିଆ ଜଜ୍ ବ୍ୟାଡମିଣ୍ଟନ ଚମ୍ପିଆନସିପ ଆରମ୍ଭ - ALL INDIA JUDGES BADMINTON 2025

କଟକରେ ସର୍ବଭାରତୀୟ ବିଚାରପତି ବ୍ୟାଡମିଣ୍ଟନ ଚମ୍ପିଆନସିପ ଆରମ୍ଭ । 2 ଦିନ ଧରି ଖେଳାଯିବ ମ୍ୟାଚ ।

All India Judges badminton championship 2025
All India Judges badminton championship 2025 (ETV Bharat Odisha)

By ETV Bharat Odisha Team

Published : Jan 4, 2025, 4:18 PM IST

କଟକ:ପ୍ରଥମ ଥର ପାଇଁ ସର୍ବଭାରତୀୟ ବିଚାରପତି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆଜି ଠାରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଦୁଇ ଦିନ ବ୍ୟାପି ସର୍ବଭାରତୀୟ ବିଚାରପତିମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ୨୦ ଜଣ ବିଚାରପତି ଅଂଶଗ୍ରହଣ କରିଛନ୍ତି ।

ପ୍ରଥମ ଥର ପାଇଁ ହାଇକୋର୍ଟ ପକ୍ଷରୁ ସର୍ବଭାରତୀୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା:

All India Judges badminton championship 2025 (ETV Bharat Odisha)

ଓଡ଼ିଶା ହାଇକୋର୍ଟର ୮ ଜଣ ବିଚାରପତି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଆନୁଷ୍ଠାନିକ ଭାବରେ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି । ଦେଶରେ ପ୍ରଥମ ଥର ପାଇଁ ହାଇକୋର୍ଟ ପକ୍ଷରୁ ସର୍ବଭାରତୀୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ହାଇକୋର୍ଟର ବିଚାରପତିଙ୍କୁ ଏହିଭଳି ପ୍ରତିଯୋଗିତାରେ ସାମିଲ କରାଯିବ ।

ବିଚାରପତିଙ୍କ ମଧ୍ୟରେ ଭାଇଚାରା ବଢିବ:

ଏହି ଅବସରରେ ଓଡ଼ିଶା ହାଇକୋର୍ଟ ବିଚାରପତି ଭି.ନରସିଂହ କହିଛନ୍ତି, "ପ୍ରଥମ ଥର ପାଇଁ ଏହିଭଳି ଅଲ ଇଣ୍ଡିଆ ବ୍ୟାଡମିଣ୍ଟନ ଚମ୍ପିଆନସିପ ହେଉଛି । ବାହାର ରାଜ୍ୟରୁ 12 ଜଣ ବିଚାରପତି ଆସିଛନ୍ତି । ଆଗକୁ ଏହି ସଂଖ୍ୟ ଆହୁରି ବଢିବ ବୋଲି ଆଶା କରାଯାଉଛି । ପ୍ରତିଦିନ କର୍ମମୟ ଜୀବନରେ ମାମଲା ବିଚାର କରିବାର ବ୍ୟସ୍ତତା ରହିଥାଏ । ତେଣୁ କର୍ତ୍ତବ୍ୟ ମଧ୍ୟରେ ବ୍ୟାଡମିଣ୍ଟନ ଖେଳିବାର ଗୋଟିଏ ସୁଯୋଗ ବିଚାରପତିମାନଙ୍କ ମଧ୍ୟରେ ଏକ ଖୁସି ଆଣିଦେଇଛି । ଏହାବ୍ୟତୀତ ଏହା ବିଚାରପତିମାନଙ୍କ ମଧ୍ୟରେ ଭାଇଚାରାକୁ ବୃଦ୍ଧି କରିବ । ଜଣେ ଅନ୍ୟ ଜଣଙ୍କୁ ଚିହ୍ନି ପାରିବେ, ଜାଣିପାରିବେ । ତେଣୁ ଆଗମୀ ଦିନରେ ଓଡିଶା ହାଇକୋର୍ଟ ଭଳି ଅନ୍ୟ ରାଜ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହେଲେ ବିଚାରପତିମାନେ ଅଧିକ ମାତ୍ରାରେ ଅଂଶଗ୍ରହଣ କରିବେ ।"

ଏହାମଧ୍ୟ ପଢନ୍ତୁ...

ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବ ଓଡି଼ଶା, 3 ବର୍ଷରେ ଖର୍ଚ୍ଚ ହେବ 15 କୋଟି

ଶସ୍ତା ହେଲା ଭାରତ-ଇଂଲଣ୍ଡ ମ୍ୟାଚ୍‌ ଟିକେଟ ମୂଲ୍ୟ, ଜାଣନ୍ତୁ କେତେ !

କାଲି ଉଦଯାପିତ:

ଉଦ୍‌ଘାଟନ ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅଧିକାଂଶ ବିଚାରପତି ଉପସ୍ଥିତ ଥିଲେ । ଆସନ୍ତାକାଲି ପ୍ରତିଯୋଗିତା ଉଦଯାପିତ ହୋଇ ବିଜୟୀ ଦଳଙ୍କୁ ପୁରସ୍କୃତ କରାଯିବ । ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ଉଦ୍‌ଘାଟନ ଉତ୍ସବକୁ ପରିଚାଳନା କରିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details