ଓଡିଶା

odisha

ETV Bharat / sports

କ୍ରିକେଟପ୍ରେମୀଙ୍କ ପକେଟକୁ ବାଧୁଛି ! OCA ଟିକେଟ ମୂଲ୍ୟରେ ରିହାତି ଦାବି

ଭାରତ-ଇଂଲଣ୍ଡ ମଧ୍ୟରେ ବାରବାଟୀରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ OCA ଟିକେଟର ମୂଲ୍ୟ ଧାର୍ଯ୍ୟ କରିଛି । ତେବେ ଟିକେଟର ମୂଲ୍ୟ ଉଚ୍ଚା ରହିଥିବାବେଳେ ନାପସନ୍ଦ କରିଛନ୍ତି କ୍ରିକେଟ୍ ପ୍ରେମୀ ।

INDIA ENGLAND BARABATI ODI
INDIA ENGLAND BARABATI ODI (ETV Bharat Odisha)

By ETV Bharat Odisha Team

Published : Nov 5, 2024, 10:44 PM IST

କଟକ:ଆସନ୍ତା ଫେବୃୟାରୀ ୯ ତାରିଖରେ ବାରବାଟୀରେ ଖେଳାଯିବ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ତେବେ ଏହି ମ୍ୟାଚ ପାଇଁ ଟିକେଟ ଦାମରେ ଅହେତୁକ ବୃଦ୍ଧି କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ । ବିଶେଷ କରି 6 ଟି ଗ୍ୟାଲେରୀର ଟିକେଟ ଦାମରେ ଦେଢ ଗୁଣା, ଦୁଇ ଗୁଣା ବୃଦ୍ଧି କରାଯାଇଛି । ଯାହା ସାଧାରଣ କ୍ରିକେଟ୍ ପ୍ରେମୀମାନଙ୍କ ପକେଟକୁ ବେଶ୍ ବାଧିଛି । ସେପଟେ ଓସିଏ କହିଛି," ଆୟୋଜନ ଖର୍ଚ୍ଚ ବଢିଥିବା ଅନୁସାରେ ଟିକେଟ ଦାମ୍ ବଢାଯାଇଛି ।"

INDIA ENGLAND BARABATI ODI (ETV Bharat Odisha)

ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍:

ଆସନ୍ତା ଫେବୃୟାରୀ ୯ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ୫୦ ଓଭର ବିଶିଷ୍ଟ ମ୍ୟାଚ ପ୍ରାୟ ୪ବର୍ଷ ପରେ ବାରବାଟୀକୁ ଫେରିଛି । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କିନ୍ତୁ କ୍ରିକେଟ୍ ପ୍ରେମୀଙ୍କ ଏହି ଉତ୍ସାହକୁ ଫିକା କରିଦେଇଛି ଆକାଶ ଛୁଆଁ ଟିକେଟ ଦାମ୍ । ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚର ଟିକେଟ ଦାମ୍ ଅହେତୁକ ଭାବେ ବୃଦ୍ଧି କରିଛି ଓସିଏ । ଗୋଟିଏ ଗୋଟିଏ ଗ୍ୟାଲେରୀ ଟିକଟ ଦାମ୍ ଗତ ମ୍ୟାଚର ଟିକେଟ ଦାମ ତୁଳନାରେ ଚାରି ଚାରି ଗୁଣା ବୃଦ୍ଧି କରିଛି ଓସିଏ ।

ODISHA CRICKET ASSOCIATION (ETV Bharat Odisha)

କେତେ ରହିଛି ଟିକେଟର ମୂଲ୍ୟ:

ଗତ ୨୦୨୨ ଜୁନ ୧୨ ତାରିଖରେ ବାରବାଟୀରେ ଆୟୋଜିତ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ସର୍ବନିମ୍ନ ଟିକେଟ ମୂଲ୍ୟ ଥିଲା ୩ଶହ ଟଙ୍କା, ଯାହା ୬ନମ୍ବର ଗ୍ୟାଲେରୀ ପାଇଁ ଉଦ୍ଦିଷ୍ଟ ଥିଲା । ତେବେ ଆସନ୍ତା ଫେବୃୟାରୀ ୯ ମ୍ୟାଚ ପାଇଁ ୬ ନମ୍ଵର ଗ୍ୟାଲେରୀ ଟିକେଟ ମୂଲ୍ୟ ୧୨ଶହ ଟଙ୍କା ଧାର୍ଯ୍ୟ କରିଛି ଓସିଏ । ସେହିପରି ଗତ ମ୍ୟାଚରେ ୧ ନମ୍ବର, ୩ ନମ୍ବର ଓ ୫ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୯ ଶହ ଟଙ୍କା ଥିବାବେଳେ ଆସନ୍ତା ମ୍ୟାଚ ପାଇଁ ୧ ଓ ୩ ନମ୍ବର ଗ୍ୟାଲେରୀ ଟିକଟର ମୂଲ୍ୟ ବଢାଇ ୧୨ ଶହ ଟଙ୍କା କରାଯାଇଥିବା ବେଳେ ୫ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟକୁ ବଢାଇ ୧୫ଶହ ଟଙ୍କା ଧାର୍ଯ୍ୟ କରଯାଇଛି ।

ନିରୁତ୍ସାହିତ କ୍ରିକେଟ୍ ପ୍ରେମୀ:

ଅନ୍ୟପଟେ ଗତ ମ୍ୟାଚରେ ସ୍ପେଶାଲ ଏନକ୍ଲୋଜର ଟିକଟ ମୂଲ୍ୟ ୫ ହଜାର ଟଙ୍କା ଥିବାବେଳେ ଆସନ୍ତା ମ୍ୟାଚ ପାଇଁ ଏହି ଟିକେଟର ଦାମ୍ ୭ହଜାର ଟଙ୍କା କରିଛି ଓସିଏ । ସେହିପରି ଗତ ଟି ଟ୍ବେଣ୍ଟି ମ୍ୟାଚରେ କର୍ପୋରେଟ ବକ୍ସ ଟିକେଟ ମୂଲ୍ୟ ୧୨ ହଜାର ଟଙ୍କା ଥିବାବେଳେ ଆସନ୍ତା ମ୍ୟାଚ ପାଇଁ କର୍ପୋରେଟ ବକ୍ସ ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ଧାର୍ଯ୍ୟ କରଯାଇଛି । ଗତ ମ୍ୟାଚରେ ୨ ଓ ୪ ଗ୍ୟାଲେରୀ ଟିକେଟର ମୂଲ୍ୟ ୭ଶହ ଟଙ୍କା ରହିଥିବା ବେଳେ ଆସନ୍ତା ମ୍ୟାଚ ପାଇଁ ୨ ଓ ୪ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ହଜାରେ ଟଙ୍କା ଧାର୍ଯ୍ୟ କରଯାଇଛି । ଓସିଏର ଏଭଳି ନିଷ୍ପତ୍ତିକୁ କ୍ରିକେଟ୍ ପ୍ରେମୀଙ୍କୁ ନିରୁତ୍ସାହିତ କରିବ ବୋଲି କ୍ରିକେଟ୍ ପ୍ରେମୀ ମତ ଦେଇଛନ୍ତି । ଏହାସହ ଅଧାରୁ ଅଧିକ ଟିକେଟ ଯେହେତୁ ପାସ୍ ଆକାରରେ ଦିଆଯାଉଛି, ସେହି ଟଙ୍କା ଭରଣା କରିବା ସାଧାରଣ ଟିକେଟର ଦାମ୍ ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ ...INDIA-ENGLAND ODI: ବାରବାଟୀ ଫାଇଟ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା OCA

ଏହା ମଧ୍ୟ ପଢନ୍ତୁ...IPL 2025; ନଭେମ୍ବର 24-25ରେ ମେଗା ଅକ୍ସନ ! ଏହି ଖେଳାଳିଙ୍କ ଉପରେ ନଜର

ଏହା ମଧ୍ୟ ପଢନ୍ତୁ...ବିରାଟ କୋହଲିଙ୍କ ଜନ୍ମଦିନ, ପୁଅ ଅକାୟଙ୍କ ଝଲକ ଦେଖାଇଲେ ଅନୁଷ୍କା



ଚଳିତ ବର୍ଷ କେତେ ଟିକେଟ ବିକ୍ରି ହେବ ?:

ଚଳିତ ବର୍ଷ ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାର ୫ ଶହ ୨୪ ରହିଛି ।ଏଥିରୁ ୨୪ହଜାର ଟିକେଟ ରହିଛି କେବଳ ସାତଟି ଗ୍ୟାଲେରୀ ପାଇଁ । ଏହି ଟିକେଟ ଗୁଡିକ ହିଁ କାଉଣ୍ଟରରେ ବିକ୍ରି ହୋଇଥାଏ ।ବାକି ପାଭିଲିୟନ, କର୍ପୋରେଟ ବକ୍ସ ଓ ସ୍ପେଶାଲ ଏନକ୍ଲୋଜର ଭଳି ଟିକେଟ ଗୁଡିକୁ ଭିଆଇପି, ଭିଭିଆଇପି ମାନଙ୍କୁ ପାସ୍ ଆକାରରେ ଦିଆଯାଇଥାଏ । ତେବେ ଓସିଏ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଗତ ୨୦୨୨ ଜୁନରେ ବାରବାଟୀରେ ଟି ଟ୍ବେଣ୍ଟି ମ୍ୟାଚ ହୋଇଥିଲା । ଆସନ୍ତା ଫେବୃୟାରୀ ୯ରେ ଦିନିକିଆ ମ୍ୟାଚ ଖେଳାଯିବ । ତେଣୁ ଆୟୋଜନ ଖର୍ଚ୍ଚ ବଢିବ । ଏହାସହ ଅନ୍ୟ ରାଜ୍ୟ ସଂଘ ତୁଳନାରେ ଓସିଏର ଟିକେଟ ଦର କମ ରହିଛି । ଯାହା ଚିନ୍ତାଜନକ ନୁହଁ ବୋଲି ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ।

ଇଟିଭି ଭାରତ,କଟକ

ABOUT THE AUTHOR

...view details