ହାଇଦ୍ରାବାଦ: ମହିଳା ହୋଇ ଅଲିମ୍ପିକ୍ସରେ ଭାଗ ନେଲେ । ଗୋଲ୍ଡ ମେଡାଲ ବି ପାଇଲେ । ହେଲେ ଏବେ ଜଣାପଡ଼ିଲା ସେ ମହିଳା ନୁହନ୍ତି, ପୁରୁଷ । ଗତ ୨୦୨୪ ଜୁଲାଇ-ଅଗଷ୍ଟ ମାସରେ ଅନୁଷ୍ଠିତ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଜଣେ ଆଥଲେଟଙ୍କ ସଂପର୍କରେ ଏଭଳି ରୋଚକ ତଥ୍ୟ ପଦାକୁ ଆସିଛି । କିଏ ସେହି ପ୍ରତିଯୋଗୀ ଏବଂ କେମିତି ଜଣାପଡ଼ିଲା ପୂରା ଘଟଣା ଆସନ୍ତୁ ଜାଣିବା ।
ପ୍ୟାରିସ ଅଲିମ୍ପିକ୍ସ 2024ରେ ମହିଳା ବର୍ଗ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଆଲଜେରିଆରର ବକ୍ସର ଇମାନ ଖେଲିଫ । ତାଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ ଥିବା ଅଭିଯୋଗ ଆସିଥିଲା । ଯାହାକି ଏହା ସତ ପ୍ରମାଣିତ ହୋଇଛି । ଯାହା ତାଙ୍କ ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଇମାନଙ୍କ ଶରୀରରେ ଅନେକ ପୁରୁଷ ଭଳି ଅଙ୍ଗ ରହିଛି ।
ଇମାନ ଖେଲିଫ ପୁରୁଷ, ମହିଳା ନୁହନ୍ତି ?
ଖବର ଅନୁଯାୟୀ, ଇମାନ ଖଲିଫଙ୍କର ଆଭ୍ୟନ୍ତରୀଣ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ (ପୁରୁଷ କ୍ରୋମୋଜୋମ) ମିଳିଛି, ଯାହା ତାଙ୍କୁ ପୁରୁଷ ଶ୍ରେଣୀରେ ସ୍ଥାନିତ କରିଛି । ଇମାନର ଡାକ୍ତରୀ ରିପୋର୍ଟରୁ ମିଳିଥିବା 5-ଆଲଫା ରେଡକ୍ଟେଜ୍ ଅଭାବ ବୋଲି ଦର୍ଶାଇଛି । ରିପୋର୍ଟ ଅନୁଯାୟୀ, ଇମାନଙ୍କ ଆଭ୍ୟନ୍ତରୀଣ ଅଣ୍ଡକୋଷ ରହିଥିବା ବେଳେ ଗର୍ଭାଶୟର ଅଭାବ ରହିଛି । ରେଡକ୍ସର ରିପୋର୍ଟ ଅନୁଯାୟୀ, ଏମଆରଆଇ(MRI)ରେ ଇମାନଙ୍କ ମାଇକ୍ରୋପେନିସର ଉପସ୍ଥିତି ମଧ୍ୟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଥରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ପ୍ରଶଂସକ ଇମାନଙ୍କୁ ସମର୍ଥନ କରୁଥିବା ବେଳେ, ଆଉ କିଛି ତାଙ୍କ ବିପକ୍ଷରେ ରହିଛନ୍ତି ।